ନାକେଦମ କଲାଣି ଦନ୍ତା

ଢେଙ୍କାନାଳ ଅଫିସ, ୧୪।୧୨ ହାତୀ ମୁହଁରୁ ଫସଲ, ଧନଜୀବନ ସୁରକ୍ଷା ଲାଗି ସାଇରନ୍‌ ବଜାଇ ବୁଲୁଛି ‘ଐରାବତ’। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଗାଡ଼ି ଏବଂ ପ୍ରଶିକ୍ଷିତ କର୍ମଚାରୀ ଜନବସତି ମୁହାଁ ହାତୀଙ୍କୁ ଜଙ୍ଗଲକୁ ଘଉଡ଼ାଇବାକୁ ନିରନ୍ତର ପ୍ରୟାସ କରୁଛନ୍ତି। ହେଲେ ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ଅଞ୍ଚଳରେ ମାସେ ହେଲା ଉପଦ୍ରବ ଚଳାଇଥିବା ଗୋଠଛଡ଼ା ଦନ୍ତା ପାଇଁ ନାକେଦମ ହୋଇଗଲାଣି ବନ ବିଭାଗ। ସଞ୍ଜ ଗଡ଼ିଲେ ଉକ୍ତ ହାତୀ ଜମିରେ ପଶୁଛି। ୨୦୦ ଏକରରୁ ଊର୍ଦ୍ଧ୍ୱ ଜମିର ଫସଲ ନଷ୍ଟ କରିସାରିଲାଣି। ଜୀବନ ଭୟରେ ଚାଷୀମାନେ ମଞ୍ଚାରେ ରାତି ଅନିଦ୍ରା ରହି ଫସଲକୁ ସୁରକ୍ଷା ଦେଉଥିବାବେଳେ ସାଧାରଣ ଜନତା ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି।
ଗୋଠଛଡ଼ା ଦନ୍ତା ଦିନ ସାରା ଗାଁ ମୁଣ୍ଡରେ ବିଚରଣ କରୁଥିବାବେଳେ ସଞ୍ଜ ନଇଁଲେ ଜନବସତି ମୁହାଁ ହେଉଛି। ଆକ୍ରମଣ କରିବାକୁ ଗୋଡ଼ାଉଛି। ସନ୍ଧ୍ୟା ହେଲେ ଗୋବିନ୍ଦପୁର-ଗହମଖୁଣ୍ଟି ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଉଛି। ଚାଷୀମାନେ ବିଲକୁ ଯିବାକୁ ଡରୁଛନ୍ତି। ଯୁବକମାନେ ରାତିରେ ବିଲ ନିକଟରେ ଠେଙ୍ଗାବାଡ଼ି ଧରି ଜଗୁଛନ୍ତି। ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଗହମଖୁଣ୍ଟି ଏବଂ ଗୋବିନ୍ଦପୁର ଅଞ୍ଚଳର ୩ ଜଣଙ୍କ ଜୀବନ ନେଇଛି ହାତୀ। ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଚାଷୀ ସନ୍ତୋଷ ସ୍ବାଇଁ, ଶ୍ୱେତ ପାତ୍ର ପ୍ରମୁଖ ଦାବି କରିଛନ୍ତି। ନଚେତ୍‌ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଉକ୍ତ ଦନ୍ତା ଉଗ୍ର ସ୍ବଭାବର। କିଛିଦିନ ରହିବା ପରେ ସେ ପଳାଇଯିବ। ବନ କର୍ମଚାରୀଙ୍କୁ ହାତୀର ଗତିବିଧି ଲକ୍ଷ୍ୟ କରିବା ସହିତ ପାଟ୍ରୋଲିଂ ପାଇଁ କୁହାଯାଇଛି। ଅନୁଗୋଳ ଜିଲାରେ ହାତୀ ଘଉଡ଼ାଇବା ପାଇଁ ‘ଫାୟାର ଗନ୍‌’ ପ୍ରଭାବୀ ସାବ୍ୟସ୍ତ ହୋଇଛି। ବିଭାଗ ପକ୍ଷରୁ ହାତୀକୁ ଅନ୍ୟତ୍ର ଘଉଡ଼ାଇବାକୁ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

ପରିବା ଖାଇବାକୁ ଆସି କୂଅରେ ପଡ଼ିଗଲେ ବାରହା, ତାପରେ….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଚମ୍ପୁଆ ରେଞ୍ଜ ଉଖୁଣ୍ଡା ସେକ୍ସନ ଅଧିନସ୍ଥ ଜ୍ୟୋତିପୁର ବାଉଟିଆପଦା ଗ୍ରାମରେ ଆଜି ଅଭାବନୀୟ ଘଟଣା ଘଟିଛି । ଉକ୍ତ ଗ୍ରାମରେ ଜଣେ…

ଲକ୍ଷାଧିକ ଟଙ୍କା ନେଇ ବାଇକରେ ଯାଉଥିଲେ ଧାନ ବ୍ୟବସାୟୀ, ଅଧାବାଟରେ ବନ୍ଧୁକ ଦେଖାଇ ଲୁଟେରା….

କେନ୍ଦୁଝର,୧୬ା୨ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ସଦର ଥାନା କେନ୍ଦୁଝର – ପାଟଣା ରାସ୍ତାର ମଇଦାନକେଲ ନିକଟରେ ବଡ଼ ଧରଣର ଲୁଟ୍ । ସୋମବାର ସକାଳେ ପ୍ରାୟ…

କାଲି CBSE ଦଶମ-ଦ୍ବାଦଶ ପରୀକ୍ଷା, ସକାଳ ୧୦ ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ପହଞ୍ଚିବାକୁ CBSEର ନିର୍ଦ୍ଦେଶ

ଭୁବନେଶ୍ବର,୧୬ା୨: ମଙ୍ଗଳବାର ଠାରୁ ଆରମ୍ଭ ହେବାକୁ ଯାଉଛି CBSE ଦଶମ, ଦ୍ବାଦଶ ପରୀକ୍ଷା । ୪୬ ଲକ୍ଷରୁ ଊର୍ଦ୍ଧ୍ବ ପରୀକ୍ଷାର୍ଥୀ ଏଥର ଦେବେ ଦଶମ ଓ ଦ୍ବାଦଶ…

ଶିକ୍ଷକଙ୍କ ମାଡ଼ ପରେ ହଷ୍ଟେଲରୁ ଫେରାର ହୋଇଗଲେ ଛାତ୍ର, କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି

ପାଟଣାଗଡ଼, ୧୬।୨(ସଚ୍ଚିଦାନନ୍ଦ ମହାକୁର): ପାଟଣାଗଡ଼ ବ୍ଳକ ବନେଇମୁଣ୍ଡା ସରକାରୀ ଉଚ୍ଚ ବିଦ୍ୟାଳୟ ଆଶ୍ରମରେ ନିର୍ଯାତନାର ଶିକାର ହୋଇ ଶନିବାର ୭ ଜଣ ଛାତ୍ର ହଷ୍ଟେଲ ଛାଡ଼ି ଫେରାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri