ନାକେଦମ କଲାଣି ଦନ୍ତା

ଢେଙ୍କାନାଳ ଅଫିସ, ୧୪।୧୨ ହାତୀ ମୁହଁରୁ ଫସଲ, ଧନଜୀବନ ସୁରକ୍ଷା ଲାଗି ସାଇରନ୍‌ ବଜାଇ ବୁଲୁଛି ‘ଐରାବତ’। ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଏହି ଗାଡ଼ି ଏବଂ ପ୍ରଶିକ୍ଷିତ କର୍ମଚାରୀ ଜନବସତି ମୁହାଁ ହାତୀଙ୍କୁ ଜଙ୍ଗଲକୁ ଘଉଡ଼ାଇବାକୁ ନିରନ୍ତର ପ୍ରୟାସ କରୁଛନ୍ତି। ହେଲେ ଢେଙ୍କାନାଳ ସଦର ବ୍ଲକ ଗୋବିନ୍ଦପୁର ଅଞ୍ଚଳରେ ମାସେ ହେଲା ଉପଦ୍ରବ ଚଳାଇଥିବା ଗୋଠଛଡ଼ା ଦନ୍ତା ପାଇଁ ନାକେଦମ ହୋଇଗଲାଣି ବନ ବିଭାଗ। ସଞ୍ଜ ଗଡ଼ିଲେ ଉକ୍ତ ହାତୀ ଜମିରେ ପଶୁଛି। ୨୦୦ ଏକରରୁ ଊର୍ଦ୍ଧ୍ୱ ଜମିର ଫସଲ ନଷ୍ଟ କରିସାରିଲାଣି। ଜୀବନ ଭୟରେ ଚାଷୀମାନେ ମଞ୍ଚାରେ ରାତି ଅନିଦ୍ରା ରହି ଫସଲକୁ ସୁରକ୍ଷା ଦେଉଥିବାବେଳେ ସାଧାରଣ ଜନତା ଆତଙ୍କିତ ଅବସ୍ଥାରେ ଦିନ କାଟୁଛନ୍ତି।
ଗୋଠଛଡ଼ା ଦନ୍ତା ଦିନ ସାରା ଗାଁ ମୁଣ୍ଡରେ ବିଚରଣ କରୁଥିବାବେଳେ ସଞ୍ଜ ନଇଁଲେ ଜନବସତି ମୁହାଁ ହେଉଛି। ଆକ୍ରମଣ କରିବାକୁ ଗୋଡ଼ାଉଛି। ସନ୍ଧ୍ୟା ହେଲେ ଗୋବିନ୍ଦପୁର-ଗହମଖୁଣ୍ଟି ରାସ୍ତାରେ ଯାତାୟାତ ଠପ୍‌ ହୋଇଯାଉଛି। ଚାଷୀମାନେ ବିଲକୁ ଯିବାକୁ ଡରୁଛନ୍ତି। ଯୁବକମାନେ ରାତିରେ ବିଲ ନିକଟରେ ଠେଙ୍ଗାବାଡ଼ି ଧରି ଜଗୁଛନ୍ତି। ସମସ୍ୟା ସମ୍ପର୍କରେ ଗ୍ରାମବାସୀ ବନ ବିଭାଗର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ ସୁଫଳ ମିଳୁନାହିଁ। ଗହମଖୁଣ୍ଟି ଏବଂ ଗୋବିନ୍ଦପୁର ଅଞ୍ଚଳର ୩ ଜଣଙ୍କ ଜୀବନ ନେଇଛି ହାତୀ। ଦନ୍ତାକୁ ଟ୍ରାଙ୍କୁଲାଇଜ୍‌ କରି ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଚାଷୀ ସନ୍ତୋଷ ସ୍ବାଇଁ, ଶ୍ୱେତ ପାତ୍ର ପ୍ରମୁଖ ଦାବି କରିଛନ୍ତି। ନଚେତ୍‌ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି କୁହନ୍ତି, ଉକ୍ତ ଦନ୍ତା ଉଗ୍ର ସ୍ବଭାବର। କିଛିଦିନ ରହିବା ପରେ ସେ ପଳାଇଯିବ। ବନ କର୍ମଚାରୀଙ୍କୁ ହାତୀର ଗତିବିଧି ଲକ୍ଷ୍ୟ କରିବା ସହିତ ପାଟ୍ରୋଲିଂ ପାଇଁ କୁହାଯାଇଛି। ଅନୁଗୋଳ ଜିଲାରେ ହାତୀ ଘଉଡ଼ାଇବା ପାଇଁ ‘ଫାୟାର ଗନ୍‌’ ପ୍ରଭାବୀ ସାବ୍ୟସ୍ତ ହୋଇଛି। ବିଭାଗ ପକ୍ଷରୁ ହାତୀକୁ ଅନ୍ୟତ୍ର ଘଉଡ଼ାଇବାକୁ ଉଦ୍ୟମ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କୁକୁର ମୁଁହରୁ ହରିଣକୁ ଉଦ୍ଧାରକଲେ ସରପଞ୍ଚ ପ୍ରତିନିଧି, ଚିକିତ୍ସା ପରେ ବନବିଭାଗକୁ କଲେ ହସ୍ତାନ୍ତର

ଗଞ୍ଜାମ,୩୧ା୧୨(ବିଦ୍ୟାଧର ସାହୁ ): କୁକୁର ମୁଁହରୁ ଆହତ ହରିଣକୁ ଉଦ୍ଧାର କଲେ ମଲାଡ଼ ସରପଞ୍ଚ ପ୍ରତିନିଧି ସୁଦାମ ବେହେରା । ମଲାଡ଼ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ...

ଭୋଜି ଖାଇ ୧୦୦ରୁ ଊର୍ଦ୍ଧ୍ୱ ଝାଡ଼ାବାନ୍ତିରେ ଆକ୍ରାନ୍ତ, ଡାକ୍ତର କହିଲେ…

କେସିଙ୍ଗା,୩୧ା୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବେଲଖଣ୍ଡି ଗ୍ରାମର କଲୋନୀରେ ଏକ ଭୋଜି ଭାତ ଖାଇ ଶତାଧିକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ କେସିଙ୍ଗା ଗୋଷ୍ଠୀ...

ସୁନ୍ଦରଗଡ଼ରେ ଅଭାବନୀୟ ଘଟଣା, ବାର୍ଷିକ କ୍ରୀଡ଼ାରେ ଦୌଡୁଥିବା ବେଳେ ଟଳିପଡ଼ିଲେ ଛାତ୍ର

ସୁନ୍ଦରଗଡ,୩୧/୧୨(ଜୟ ନାରାୟଣ ମେଣ୍ଡୁଳି): ଆଜି ଅର୍ଥାତ୍ ଡିସେମ୍ବର ୩୧ ତାରିଖ ପୂର୍ବାହ୍ନ ୧୧ଟା ପାଖାପାଖି ସମୟରେ ସୁନ୍ଦରଗଡ ଭବାନୀପୁର ଏକଲବ୍ୟ ମଡେଲ ସ୍କୁଲରେ ଘଟିଛି ଏକ...

ଜରି ଅଖାରେ ଧାନ ନେଲାନି ସୋସାଇଟି, ଚାଷୀ ରାସ୍ତା ଅବରୋଧ କରି…

ବୌଦ୍ଧ,୩୧ା୧୨(ଅଜିତ କୁମାର ବାରିକ): ସୋସାଇଟି ପକ୍ଷରୁ ଜରି ଅଖାରେ ଧାନ ନେବାକୁ ମନା କରାଯିବାରୁ ଏହାର ପ୍ରତିବାଦରେ ଚାଷୀ ରାସ୍ତାରୋକୋ କରିଛନ୍ତି। ସୂଚନା ମୁତାବକ ବୌଦ୍ଧ...

ଆସନ୍ତା ୩ରୁ ୪ ଦିନ ପର୍ଯ୍ୟନ୍ତ କଲବଲ କରିବ କୁହୁଡ଼ି, ୯ ଜିଲ୍ଲାକୁ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର, ୩୧ା୧୨: ଗତ କିଛି ଦିନ ହେବ ରାଜ୍ୟରେ ଘନ କୁହୁଡ଼ି ଦେଖାଯାଉଥିବା ବେଳେ ଏପରି ସ୍ଥିତି ଆହୁରି କିଛିଦିନ ଲାଗି ରହିବ । ଏନେଇ...

ଅନ୍ୟ ଧର୍ମର ହୋଇଥିବାରୁ ଗାଁ ଶ୍ମଶାନରେ ସମାଧି ଦେବାକୁ ମନା, ପ୍ରଶାସନ ଉପସ୍ଥିତିରେ…

ପାଟଣା,୩୧ା୧୨(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଡୁମୁରିଆ ପଞ୍ଚାୟତ ବାଇଦବଜାରେ ଡିସେମ୍ବର ୧୬ ତାରିଖ ରାତି ୧୨ଟାରେ ଟିବି ରୋଗରେ ଆକ୍ରାନ୍ତ ହୋଇଥିବା ତଥା...

ପ୍ରକଳ୍ପ କାର୍ଯ୍ୟ ତ୍ୱରାନ୍ବିତ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇ ଜିଲାପାଳ କହିଲେ…

ଧର୍ମଶାଳା,୩୧ା୧୨(ଶିବ ପ୍ରସାଦ ମହାନ୍ତି): ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ମଙ୍ଗଳବାର ଧର୍ମଶାଳା ବିଧାନସଭା ନିର୍ବାଚନ ମଣ୍ଡଳୀ ଉନ୍ନୟନ କମିଟି ବୈଠକ ବିଳମ୍ବିତ ରାତି ପର୍ଯ୍ୟନ୍ତ ଅନୁଷ୍ଠିତ...

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ପଲ୍ୟୁସନ ଅବଧି ବଢ଼ାଇ କହିଲେ…

ଭୁବନେଶ୍ୱର,୩୧ା୧୨: ପରିବହନ ମନ୍ତ୍ରୀ ପଲ୍ୟୁସନ ସାର୍ଟିଫିକେଟ୍‌ ଅବଧିକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି। ସେ କହିଛନ୍ତି, ଏହି ଅବଧି ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri