Categories: ଜାତୀୟ

ଉଠିଲା ଗାଜିପୁର ସୀମାରେ ପୋତା ଯାଇଥିବା କଣ୍ଟା

ନୂଆଦିଲ୍ଲୀ,୪ ।୨: ରାଜଧାନୀ ଦିଲ୍ଲୀର ଗାଜିପୁର ସୀମାରେ ପୋତାଯାଇଥିବା କଣ୍ଟା ଗୁଡିକୁ ଗୁରୁବାର ଉଠାଇ ଦିଆଯାଇଛି । ବାରିକେଡ ନିକଟରେ ଏହି କଣ୍ଟା ଗୁଡିକ ପୋତା ଯାଇଥିଲା । ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ବିଭିନ୍ନ ରାଜ୍ୟର କୃଷକ ୨ ମାସରୁ ଊର୍ଦ୍ଧ୍ୱ ସମୟ ହେବ ନୂଆଦିଲ୍ଲୀର ବିଭିନ୍ନ ସୀମାରେ ଆନ୍ଦୋଳନରେ ବସିଛନ୍ତି । ଜାନୁୟରୀ ୨୬ରେ ଏହି କୃଷି ଆଇନକୁ ବିରୋଧ କରି କୃଷକଙ୍କ ପକ୍ଷରୁ ଟ୍ରାକ୍ଟର ରାଲି ବାହାର କରାଯାଇଥିଲା । ଏହାପରେ ଦିଲ୍ଲୀ ହୋଇ ଉଠିଥିଲା ଅଶାନ୍ତ । ପୋଲିସ ଓ କୃଷକଙ୍କ ମଧ୍ୟରେ ମୁହାଁ ମୁହିଁ ହେବା ସହ କେତେଜଣ ଏଥିରେ ଆହତ ମଧ୍ୟ ହୋଇଥିଲେ । ଏହି ଅଶାନ୍ତ ପରିବେଶକୁ ଦେଖି କିଛି ସୀମାରେ ସରକାରଙ୍କ ପକ୍ଷରୁ କଣ୍ଟା ପୋତି ଦିଆଯାଇଥିଲା । ପାଖାପାଖି ୧୨ ଲେୟାର ବାରିକେଡ ସହ ଏହି କଣ୍ଟା କୃଷକଙ୍କୁ ଦିଲ୍ଲୀ ଭିତରକୁ ପ୍ରବେଶ କରିବାକୁ ଅଟକାଇଥିଲା । ଆଉ ଏବେ ସ୍ଥିତିରେ ସାମାନ୍ୟ ସୁଧାର ଆସିବାରୁ ଗୁରୁବାର ଏହିସବୁ କଣ୍ଟାକୁ ଉଠାଇ ଦିଆଯାଇଛି ।

Share