ନାଗିନ୍‌ଙ୍କ ବ୍ରାଇଡ୍‌ ଲୁକ୍‌:ଫଟୋ ଶେୟାର କରି ଜିତିଲେ ପ୍ରଶଂସକଙ୍କ ହୃଦୟ

ଟିଭି ସିରିଏଲ ନାଗିନ୍‌-୪ରେ ନାଗିନ୍‌ ଭୂମିକାରେ ଅଭିନୟ କରୁଥିବା ନିଆ ଶର୍ମା ପ୍ରାୟତଃ ପ୍ରଶଂସକ ପାଇଁ ଫଟୋ ଶେୟାର କରିଥାନ୍ତି। ନିଆ ପୁଣି ଇନ୍‌ଷ୍ଟାଗ୍ରାମରେ ବ୍ରାଇଡ୍‌ ଲୁକ୍‌ରେ ଏକ ଫଟୋ ଶେୟାର କରିଛନ୍ତି; ଯେଉଁଥିରେ ସେ ସୁନ୍ଦର ଦେଖାଯାଉଛନ୍ତି।

ନିଆ ଶର୍ମା ବର୍ତ୍ତମାନ ନାଗିନ୍‌-୪ ଧାରାବାହିକରେ କାମ କରୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଏହି ଫଟୋରେ ନିଆ ଧଳା ଏବଂ ନାଲି ଲେହେଙ୍ଗାରେ ନଜର ଆସିଛନ୍ତି। ପାର୍ଟି ୱାର୍କ ବ୍ଲାଉଜ ଏବଂ ଧଳା ଚୁନ୍‌ରୀ, ଏଥି ସହିତ, ନିଆ ନାଲି ରଙ୍ଗର ଚୁଡ଼ି ପିନ୍ଧିଛନ୍ତି; ଯେଉଁଥିରେ ସେ ଖୁବ୍‌ ସୁନ୍ଦର ଦିଶୁଛନ୍ତି।

ନିଆଙ୍କ ପ୍ରତ୍ୟେକ ଫଟୋକୁ ତାଙ୍କ ପ୍ରଶଂସକ ଖୁବ୍‌ ପସନ୍ଦ କରୁଥିବା ବେଳେ ଏହାକୁ ଅଧିକ ପସନ୍ଦ କରିଛନ୍ତି।

Share