ପୂର୍ବତନ ବୋହୂଙ୍କ କଥା ପଚାରି ବୁଝିଲେ ନାଗାର୍ଜୁନ

ସାଉଥ ସୁପରଷ୍ଟାର ନାଗାର୍ଜୁନ ରିଆଲିଟି ଶୋା ବିଗ ବସ ତେଲୁଗୁ ୭ର ହୋଷ୍ଟ କରିବାକୁ ଯାଉଛନ୍ତି। ଶୋ’ର ପ୍ରୋମୋ ସାମ୍ନାକୁ ଆସିଛି। ଏହି ପ୍ରୋମୋରେ ବିଜୟ ଦେବରାକୋଣ୍ଡା ତାଙ୍କ ଫିଲ୍ମ ‘କୁଶି’ର ପ୍ରମୋଶନ ପାଇଁ ଶୋ’ର ପ୍ରିମିୟରରେ ପହଞ୍ଚି ଥିବାର ଦେଖାଯାଇଛି। ଏହି ସମୟରେ ନାଗାର୍ଜୁନ ତାଙ୍କ ପୁଅ ନାଗା ଚେତୈନଙ୍କର ପୂର୍ବତନ ସ୍ତ୍ରୀ ସାମନ୍ଥା ରୁଥ୍‌ ପ୍ରଭୁଙ୍କ ବିଷୟରେ ପଚାରୁଥିବାର ନଜର ଆସିଥିଲେ।
ଶୋ’ର ପ୍ରୋମୋରେ ଏହା ଦେଖିବାକୁ ମିଳେ ଯେ, ବିଜୟ ଦେବରାକୋଣ୍ଡା ମଞ୍ଚରେ ପ୍ରବେଶ କରିବା ମାତ୍ରେ ନାଗାର୍ଜୁନ ତାଙ୍କୁ ପଚାରନ୍ତି ତୁମେ କାହିଁକି ଏକୁଟିଆ ଆସିବାକୁ ସ୍ଥିର କଲ, ସାମନ୍ଥା କାହାନ୍ତି? ଏହା ଉପରେ ବିଜୟ କହିଥିଲେ ଯେ, ସାମନ୍ଥା ସ୍ବାସ୍ଥ୍ୟ କାରଣରୁ ଆମେରିକାରେ ଅଛନ୍ତି।
ବିଜୟ ଦେବରାକୋଣ୍ଡା ନିକଟରେ ରିଲିଜ ହୋଇଥିବା ଚଳଚ୍ଚିତ୍ର ‘କୁଶି’ର ପ୍ରମୋସନ ପାଇଁ ବିଗ ବସ ତେଲୁଗୁ ୭ର ପ୍ରିମିୟରରେ ପହଞ୍ଚିଥିଲେ। ଏହି ସମୟରେ ସେ ତାଙ୍କ ଚଳଚ୍ଚିତ୍ରର ଗୀତରେ ମଧ୍ୟ ନାଚୁଥିଲେ। ଏହି ଚଳଚ୍ଚିତ୍ରରେ ସାମନ୍ଥା ତାଙ୍କ ସହ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି।
ସାମନ୍ଥା ନାଗାର୍ଜୁନଙ୍କ ବୋହୂ ଥିଲେ। ନାଗାର୍ଜୁନଙ୍କ ପୁଅ ନାଗା ଚୈତନ୍ୟ ଏବଂ ସାମନ୍ଥା ବିବାହ କରିଥିଲେ। ବିବାହର ୪ ବର୍ଷ ପରେ ୨୦୨୧ରେ ଦୁହେଁ ଛାଡପତ୍ର ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଥର ସ୍ବାଧୀନତା ଦିବସରେ ଲାଲ୍‌କିଲ୍ଲାରେ ପ୍ରଥମଥର ଘଟିବ ଏମିତି: ଘୋଷଣା କଲେ ସରକାର

ନୂଆଦିଲ୍ଲୀ, ୧୦ା୮:ଆସନ୍ତା ୧୫ ତାରିଖ ସ୍ବାଧୀନତା ଦିବସ ପାଳନ ବେଳେ ଦିଲ୍ଲୀର ଲାଲ୍‌କିଲ୍ଲାରେ ପ୍ରଥମ ଥର ପାଇଁ ଜାତୀୟ ଗାନ ‘ବନ୍ଦେ ମାତରମ୍‌’ ଗାୟନ କରାଯିବ। ୨୦୪୭…

ଓଟିପି, ପାସୱାର୍ଡ ଦେଉଥିଲେ ସାବଧାନ: ସାଇବର ଠକେଇରୁ ସତର୍କ ରହିବାକୁ ଛାତ୍ରୀଛାତ୍ରଙ୍କୁ…

ବଞ୍ଚୋ, ୧୦।୮8(ପ୍ରଦୋଷ ବିଶ୍ୱାଳ ): ଦିନକୁ ଦିନ ସାଇବର ଅପରାଧ ଓ ଅନଲାଇନ ଠକେଇ ବଢ଼ିଚାଲିଥିବା ବେଳେ ଏନେଇ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଆନନ୍ଦପୁର…

ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ: ଜାଣନ୍ତୁ କିଏ କେଉଁଠି ଉତ୍ତୋଳନ କରିବେ ପତାକା

ଭୁବନେଶ୍ୱର,୧୦।୮:ସ୍ବାଧୀନତା ଦିବସରେ କିଏ କେଉଁଠାରେ ପତାକା ଉତ୍ତୋଳନ କରିବେ ସେନେଇ ରାଜ୍ୟ ସରକାରଙ୍କ ତାଲିକା ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜଧାନୀର ରାଜ୍ୟସ୍ତରୀୟ ସ୍ବାଧୀନତା…

୩ ନାବାଳିକାଙ୍କୁ ଆନ୍ଧ୍ରପ୍ରଦେଶ ନେଉଥିଲେ ଦଲାଲ: ମାଡ଼ିବସିଲା ଶିଶୁ ସୁରକ୍ଷା ବିଭାଗ

ଛତ୍ରପୁର,୧୦।୮(ଦିଲ୍ଲୀପସାମଲ/ଦ୍ୱାରିକା ପଟ୍ଟନାୟକ): ଆନ୍ଧ୍ରପ୍ରଦେଶର ଗୁଡ଼ିୱାଡା ଅଞ୍ଚଳର ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କାମ କରିବା ପାଇଁ ଚାଲାଣ ହେଉଥିବା ୩ ଜଣ ନାବାଳିକାଙ୍କୁ ଛତ୍ରପୁର ରେଳ ଷ୍ଟେଶନରୁ ଉଦ୍ଧାର…

ସର୍ପ ଦଂଶନରେ ୨ ମାସର ଶିଶୁ ପୁତ୍ର ମୃତ, ବାପା ଅସୁସ୍ଥ: ଚିକିତ୍ସା ନ କରାଇ ଶିଶୁକୁ ପୋତିଦେଲେ…

ଦେବଗଡ,୧୦ା୮(ଶଶାଙ୍କ ଶେଖର ଝାଙ୍କର): ସର୍ପ ଦଂଶନରେ ୨ ମାସର ଶିଶୁପୁତ୍ର ମୃତ, ବାପା ଅସୁସ୍ଥ । ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିିଛି ଦେବଗଡ ଜିଲାର…

ନକଲି ଆଇଏଏସ୍‌ ଅଫିସର ଗିରଫ

ନୂଆଦିଲ୍ଲୀ, ୧୦ା୮: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ଗୁପ୍ତ ଏଜେଣ୍ଟ ବୋଲି ପରିଚୟ ଦେଉଥିବା ଜଣେ ନକଲି ଆଇଏଏସ୍‌ ଅଫିସରଙ୍କୁ ପୋଲିସ ସୋମବାର ଗିରଫ…

ଶକ୍ତିଶାଳୀ ଭୂକମ୍ପ ଅନୁଭୂତ: ଭୟରେ ଘର ଛାଡ଼ି ପଳାଇଲେ ଲୋକେ

ବୋଗୋଟା, ୧୦।୮: ପଶ୍ଚିମ କୋଲମ୍ବିଆରେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ଏହା ୭.୬ ତୀବ୍ରତାର ଏହି ଭୂକମ୍ପ ଯୋଗୁ ଆମେରିକୀୟ ଦେଶ କୋଲମ୍ବିଆ ଏବଂ ଏହାର…

ରାଜ୍ୟଗୋଷ୍ଠୀ ଫେନ୍‌ସିଂରେ ଭାରତ ଜିତିଲା ୧୭ ପଦକ

ନୂଆଦିଲ୍ଲୀ,୧୦ା୮: ନାଇଜେରିଆର ଲାଗୋସରେ ଚାଲିଥିବା ୨୩ ବର୍ଷରୁ କମ୍‌ ରାଜ୍ୟଗୋଷ୍ଠୀ ଫେନ୍‌ସିଂ ଚାମ୍ପିୟନଶିପ୍‌ରେ ଭାରତ ଉଭୟ ପୁରୁଷ ଓ ମହିଳା ବିଭାଗରେ ଆଧିପତ୍ୟ ବିସ୍ତାର କରିଛି। ଇଭେଣ୍ଟର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri