ବିନା ଭକ୍ତରେ ନାଗାର୍ଜୁନ ବେଶ

ପୁରୀ ଅଫିସ, ୨୮ା୧୧: ଏକ ଆବେଗମୟ ମୁହୂର୍ତ୍ତର ପରିସମାପ୍ତି ଘଟିଛି। ଶୁକ୍ରବାର ଶ୍ରୀମନ୍ଦିର ରତ୍ନସିଂହାସନରେ ମହାପ୍ରଭୁଙ୍କର ଦୁର୍ଲଭ ନାଗାର୍ଜୁନ ବେଶ ହୋଇଛି। ଦୀର୍ଘ ୨୫ବର୍ଷ ପରେ ପଡ଼ିିଥିବା ଏହି ବେଶ କିନ୍ତୁ ଦେଖିପାରି ନାହାନ୍ତି ଭକ୍ତ। ବିଷାଦ ଓ ଅବସୋସ ମଧ୍ୟରେ ଶେଷ ହୋଇଛି ବିଶ୍ୱନିୟନ୍ତାଙ୍କ ବୀର ବେଶ। ଏଥିସହ ଶ୍ରୀମନ୍ଦିର ଇତିହାସରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ବିନା ଭକ୍ତରେ ରଥଯାତ୍ରା ଭଳି ନାଗାର୍ଜୁନ ବେଶ ହୋଇଛି ଶ୍ରଦ୍ଧାଳୁଶୂନ୍ୟ। ଭକ୍ତ-ଭଗବାନଙ୍କ ମଧ୍ୟରେ ଲକ୍ଷ୍ମଣରେଖା ଟାଣିଛି ମହାମାରୀ କରୋନା, ଯେଉଁଥିପାଇଁ ସିଂହଦ୍ୱାରକୁ ପାଦ ନ ପକାଇ ଗୁମୁରି କାନ୍ଦୁଥିବା ଶ୍ରଦ୍ଧାଳୁ କେବଳ ହୃଦୟରେ ଦାରୁଦିଅଁଙ୍କ ଏହି ଯୋଦ୍ଧା ବେଶକୁ ଅନୁଭବ କରିଛନ୍ତି। ଅନ୍ୟପକ୍ଷରେ ଗର୍ଭଗୃହରେ ସେବାୟତଙ୍କ ମଧ୍ୟରେ ବିବାଦ ଯୋଗୁ ନୀତିକାନ୍ତିରେ ୩ଘଣ୍ଟା ବିଳମ୍ବ ଘଟିଛି। ଆଉ ଏହାର ସାକ୍ଷୀ ରହିଛି ରତ୍ନସିଂହାସନ।
ନାଗାର୍ଜୁନ ବେଶ ପାଇଁ ଗୁରୁବାର ରାତି ୧ଟାରେ ଶ୍ରୀମନ୍ଦିରରେ ପହୁଡ଼ ପଡ଼ିଥିଲା। ୨ଟାରେ ଦ୍ୱାରଫିଟା ନୀତି ନିର୍ଘଣ୍ଟ ହୋଇଥିବାବେଳେ ୪୫ ମିନିଟ୍‌ ବିଳମ୍ବରେ ଦ୍ୱାର ଖୋଲିଥିଲା। ୩ଟା ୨୫ରେ ଭିତରଶୋଧ, ୩ଟା ୩୫ରେ ମଙ୍ଗଳ ଆଳତି ସରିଥିଲା। ଏହାପରେ ଅନ୍ୟାନ୍ୟ ନୀତି ଚାଲିଥିଲା। ଭୋର ୪ଟା ୧୦ରେ ଚକ୍ରକୋଟ ବଳରାମ ଖୁଣ୍ଟିଆଙ୍କ ହରଚଣ୍ଡୀ ସାହି ବାସଭବନରୁ କଡ଼ା ସୁରକ୍ଷା ମଧ୍ୟରେ ନାଗାର୍ଜୁନ ବେଶ ଶ୍ରୀମନ୍ଦିରକୁ ବିଜେ କରାଯାଇଥିଲା। ଭୋର ୪ଟା ୩୫ରେ ଅବକାଶ ପୂଜା ବଢ଼ିବା ପରେ ୪୫ ମିନିଟ୍‌ ବିଳମ୍ବ ଅର୍ଥାତ୍‌ ୪ଟା ୪୫ରେ ନାଗାର୍ଜୁନ ବେଶ ଆରମ୍ଭ ହୋଇଥିଲା। ବେଶ ଶୃଙ୍ଗାରର ଅଳ୍ପ କେଇ ମିିନିଟ୍‌ ପରେ ଖୁଣ୍ଟିଆ ଏବଂ ସିଂହାରୀ ସେବାୟତଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା। ରତ୍ନସିଂହାସନରେ ଅଧିକ ସିଂହାରୀ ସେବାୟତ ଥିବା ଖୁଣ୍ଟିଆ ସେବକ ଅଭିଯୋଗ ଆଣି କାହାକୁ ସେମାନେ ସ୍ବର୍ଣ୍ଣ ଅଳଙ୍କାର ମଣତି (ଅଳଙ୍କାର ଗଣତି କରି ହେପାଜତରେ ଦେବା) ଦେବେ ସେ ନେଇ ଆପତ୍ତି ଉଠାଇଥିଲେ। ଫଳରେ ବେଶ ଶୃଙ୍ଗାର ବନ୍ଦ ରହିଥିଲା। ଏହାପରେ ପ୍ରଶାସନିକ ଅଧିକାରୀ ପହଞ୍ଚତ୍ ବୁଝାଶୁଝା କରିଥିଲେ। ଆପୋସ ସମାଧାନ ପାଇଁ ଉଦ୍ୟମ ଭିତରେ ସମୟ ଗଡ଼ିଥିଲା। ସମାଧାନ ପରେ ଠାକୁରଙ୍କୁ ନାଗାର୍ଜୁନ ବେଶରେ ବିଭୂଷିତ କରାଯାଇଥିଲା। ଭୋର ୪ଟାରୁ ବେଶ ଆରମ୍ଭ ହୋଇ ସକାଳ ୭ଟାରେ ଶେଷ ହେବାକୁ ପୂର୍ବରୁ ନୀତି ନିର୍ଘଣ୍ଟ ହୋଇଥିଲା। ମାତ୍ର ଏହି ବିବାଦ ଯୋଗୁ ୩ ଘଣ୍ଟା ବିଳମ୍ବ ଅର୍ଥାତ୍‌ ପୂର୍ବାହ୍ନ ୧୦ଟା ୧୫ରେ ବେଶ ଶୃଙ୍ଗାର ସରିଥିଲା। ଏହାପରେ ଅନ୍ୟାନ୍ୟ ନୀତି ଚାଲିଥିଲା। ପୂର୍ବାହ୍ନ ୧୧ଟା ୫ରେ ଗୋପାଳ ବଲ୍ଲଭ, ମଧ୍ୟାହ୍ନ ୧୨ଟା ୨୫ରେ ସକାଳ ଧୂପ ଏବଂ ଅପରାହ୍ନ ୧ଟା ୪୫ରେ ବାଳଧୂପ ବଢ଼ିଥିଲା। ତେବେ ଅପରାହ୍ନ ସାଢେ ୧ଟାରେ ଭୋଗମଣ୍ଡପ ଶେଷ ପାଇଁ ସମୟ ନିର୍ଘଣ୍ଟ ହୋଇଥିବାବେଳେ ଏଥିରେ ଦେଢଘଣ୍ଟା ବିଳମ୍ବ ଘଟିଥିଲା। ଅପରାହ୍ନ ୩ଟାରେ ଭୋଗମଣ୍ଡପ ବଢ଼ିଥିଲା। ସେହିପରି ୨ଟାରେ ବେଶ ଓଲାଗି ପାଇଁ ସମୟ ଧାର୍ଯ୍ୟ ହୋଇଥିବାବେଳେ ୩ଟା ୫୫ରେ ଏହା ଆରମ୍ଭ ହୋଇ ଅପରାହ୍ନ ୫ଟାରେ ସରିଥିଲା। ଏହି ବେଶକୁ ଶ୍ରୀମନ୍ଦିର ପ୍ରଶାସନ ନିଜ ହେପାଜତକୁ ନେଇ ପଶ୍ଚିମ ଦ୍ୱାର ନିକଟ ନୀଳାଦ୍ରି ବିହାର ମ୍ୟୁଜିୟମ୍‌ରେ ସାଇତି ରଖିଛି। ଏହାପରେ ମହାପ୍ରଭୁଙ୍କର ଅନ୍ୟାନ୍ୟ ନୀତିକାନ୍ତି କରାଯାଇଛି।
ଏ ସମ୍ପର୍କରେ ମୁଖ୍ୟ ପ୍ରଶାସକ ଡ. କ୍ରିଷନ କୁମାର କହିଛନ୍ତି, ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ସମନ୍ବୟର ଅଭାବ ଯୋଗୁ ନୀତିରେ ବିଳମ୍ବ ଘଟିଲା। ଏହାର ତର୍ଜମା କରାଯାଇ ଆଗକୁ ମହାପ୍ରଭୁଙ୍କ ନୀତିକାନ୍ତି କିପରି ଶୃଙ୍ଖଳିତ ହେବ ତାହା ଉପରେ ଗୁରୁତ୍ୱ ଦିଆଯିବ। ସେହିପରି ଜିଲାପାଳ ବଲୱନ୍ତ ସିଂ କହିଛନ୍ତି, ବିବାଦ ପରେ ଉଭୟ ପକ୍ଷ ସେବାୟତଙ୍କ ମଧ୍ୟରେ ଆପୋସ ସମାଧାନ ହୋଇଛି। ପ୍ରଶାସନ ଅନୁରୋଧକୁ ରକ୍ଷା କରି ସହଯୋଗ କରିଥିବାରୁ ଶ୍ରଦ୍ଧାଳୁ, ସେବାୟତ ସମସ୍ତଙ୍କୁ ଜିଲାପାଳ ଧନ୍ୟବାଦ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀଙ୍କ ପରଲୋକ

ଦିଗପହଣ୍ଡି,୧୪।୧୨((ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କଇଠଖଣ୍ଡି ପଞ୍ଚାୟତର ପୂର୍ବତନ ନାଏବ ସରପଞ୍ଚ ତଥା ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୨।୧୪: ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮...

ସଙ୍କୁଳସ୍ତରୀୟ କ୍ରୀଡ଼ା ସମାରୋହ: ଯୋଗଦେଲେ ଛାତ୍ରୀଛାତ୍ର

ଭଞ୍ଜନଗର,୧୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସଙ୍କୁଳ ସ୍ତରୀୟ କ୍ରୀଡ଼ା ସମାରୋହ ରବିବାର ଅନୁଷ୍ଠିତ ହୋଇଯାଇଛି।...

ଚାଲିଚାଲି ଯାଉଥିବା ବେଳେ ବୃଦ୍ଧଙ୍କୁ ଧକ୍କା ଦେଲା ଅଜଣା ଗାଡି, ଚାଲିଗଲା ଜୀବନ

ଛତ୍ରପୁର,୧୪ / ୧୨(ଦିଲ୍ଲୀପ ସାମଲ) :  ଅଜଣା ଗାଡି ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ମୃତକ ହେଉଛନ୍ତି ଚମାଖଣ୍ଡି ଅଂଚଳର ପ୍ରହଲ୍ଲାଦ ନାୟକ...

ଓଡ଼ିଶାରେ ଚାଞ୍ଚଲ୍ୟ: ବିବାହରେ ଛଅ ମାସ ପରେ ସ୍ୱାମୀକୁ ଶ୍ୱାସରୁଦ୍ଧ କରି ହତ୍ୟା କଲେ ସ୍ତ୍ରୀ

ନୟାଗଡ଼,୧୪।୧୨: ନୟାଗଡ଼ ଜିଲା ଖଣ୍ଡପଡ଼ା ଥାନା ଅଧୀନ ଖାଳିସାହି ପଞ୍ଚାୟତର ପୁଆଁଣିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ...

ୱାଙ୍ଖଡେ ଷ୍ଟାଡିୟମ୍‌ରେ କିମ୍ବଦନ୍ତି ତାରକା, ମେସିଙ୍କୁ ୧୦ ନଂ ଜର୍ସି ଉପହାର ଦେଲେ ସଚିନ

ନୂଆଦିଲ୍ଲୀ,୧୪।୧୨: ଆଜି ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ କ୍ରିକେଟର ଭଗବାନ ସଚିନ ତେନ୍ଦୁଲକର ଏବଂ ଫୁଟବଲ୍ କିମ୍ବଦନ୍ତୀ ଲିଓନେଲ୍ ମେସିଙ୍କ ମଧ୍ୟରେ ସାକ୍ଷାତ ହୋଇଥିଲା। ଦୁଇ କିମ୍ବଦନ୍ତୀ ଜର୍ସି...

ଶିଶୁ ମନ୍ଦିରରେ ରକ୍ତଦାନ ଶିବିର, ୯୬ ୟୁନିଟ ରକ୍ତ ସଂଗ୍ରହ

ଦିଗପହଣ୍ଡି,୧୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ଗ୍ରାମ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶ୍ରୀଧାମ ଆବାସିକ ବିଦ୍ୟାଳୟର ରୌପ୍ୟ ଜୟନ୍ତୀ ସମାରୋହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri