ମାଳଦ୍ଵୀପ ବୁଲିଯିବା ଯୋଜନା ବାତିଲ କଲେ ନାଗାର୍ଜୁନ, ପରିବାର ସହ ଲାକ୍ଷାଦ୍ଵୀପରେ କାଟିବେ ଛୁଟି

ନୂଆଦିଲ୍ଲୀ ,୧୪।୧: ଭାରତ-ମାଳଦ୍ଵୀପ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ବହୁ ସେଲିବ୍ରେଟିଙ୍କ ସମେତ ଅନେକ ଭାରତୀୟ ମାଳଦ୍ଵୀପ ବୁଲିଯିବା ଯୋଜନାକୁ ବାତିଲ କରିଛନ୍ତି। ଏବେ ଏହି ଧାରାରେ ସାମିଲ ହୋଇଛନ୍ତି ତେଲୁଗୁ ସୁପରଷ୍ଟାର ନାଗାର୍ଜୁନ ଅକ୍କିନେନି। ନିକଟରେ ତାଙ୍କ ଅଭିନୀତ ଫିଲ୍ମ ‘ନା ସାମୀ ରଙ୍ଗା’ ସିନେମାର ପ୍ରମୋସନ ସମୟରେ ଏକ ସାକ୍ଷାତକାରରେ ଏହି କଥା ପ୍ରକାଶ କରିବା ସହ ଲାକ୍ଷାଦ୍ଵୀପ ବଙ୍ଗରାମ ଦ୍ଵୀପର ଭୁରିଭୁରି ପ୍ରଶଂସା କରିଛନ୍ତି।

ଭାରତୀୟ ଗୀତିକାର ଚନ୍ଦ୍ରବୋଜ୍ ଏବଂ ଗୀତିକାର ଏମ.ଏମ କିରାବାନୀଙ୍କ ସହ ଏକ ସାକ୍ଷାତକାରରେ ନାଗାର୍ଜୁନ କହିଛନ୍ତି ଯେ ସେ ଜାନୁଆରୀ ୧୭ ରେ ମାଳଦ୍ଵୀପ ଅଭିମୁଖେ ଯିବାର ଯୋଜନା କରିଥିଲେ। ମୁଁ ବିଗ୍ ବସ୍ ଏବଂ ‘ନା ସାମି ରଙ୍ଗା’ ପାଇଁ ବିନା ଛୁଟିରେ ୭୫ ଦିନ କାମ କରୁଥିଲି। ବର୍ତ୍ତମାନ ମୁଁ ମୋର ଟିକେଟ୍ ବାତିଲ୍ କରିଛି ଏବଂ ମୁଁ ଆସନ୍ତା ସପ୍ତାହରେ ଲାକ୍ଷାଦ୍ଵୀପ ଯିବାକୁ ଚାହୁଁଛି ବୋଲି ସେ କହିଛନ୍ତି।

ସେ ଆହୁରି କହିଛନ୍ତି , “ଭୟ କିମ୍ବା କିଛି କାରଣରୁ ଏହାକୁ ବାତିଲ କରି ନାହିଁ। ସ୍ଥିତି ଠିକ ନ ଥିବାରୁ ମୁଁ ଟିକେଟ୍ ବାତିଲ କରିଦେଲି। ସେମାନେ ଯାହା କହିଛନ୍ତି ତାହା ଆଦୌ ସୁସ୍ଥ ନୁହେଁ ଏବଂ ଏହା ଠିକ୍ ନୁହେଁ ଏବଂ ସେ ଆମର ପ୍ରଧାନମନ୍ତ୍ରୀ ଅଟନ୍ତି। ସେ ୧.୫ ବିଲିୟନ ଲୋକଙ୍କ ନେତୃତ୍ୱ କରନ୍ତି। ସେ ୧.୫ ବିଲିୟନ ଲୋକଙ୍କ ନେତା ଏବଂ ସେମାନେ ଯାହା ବ୍ୟବହାର କରିଛନ୍ତି ତାହା ଠିକ ନୁହେଁ। ” ସେ ଆହୁରି ମଧ୍ୟ କହିଛନ୍ତି, “ସେମାନେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ପ୍ରତ୍ୟେକ କ୍ରିୟାର ପ୍ରତିକ୍ରିୟା ରହିଛି।” ଏହା ସହ ସେ ଲାକ୍ଷାଦ୍ଵୀପର ଲୋକପ୍ରିୟ ବଙ୍ଗରାମ ଦ୍ୱୀପର ସୌନ୍ଦର୍ଯ୍ୟକୁ ପ୍ରଶଂସା କରିଥିଲେ ଏବଂ ଥଟ୍ଟା କରି ଏମ କେରେଭାନୀଙ୍କୁ ସେଠାକୁ ଯାତ୍ରା ଯୋଜନା କରିବାକୁ ପରାମର୍ଶ ଦେଇଥିଲେ।

Share