ଦୁର୍ଗା ପୂଜାରେ ନାଗା ଉପାସନା

ଭାରତବର୍ଷରେ ଶାରଦୀୟ ଦୁର୍ଗାପୂଜା ସମୟରେ ପୁରୀରେ ଏକ ସ୍ବତନ୍ତ୍ର ପରମ୍ପରା ପାଳିତ ହୋଇଆସୁଅଛି। ଏହି ପରମ୍ପରାରେ ଦେବୀମାନଙ୍କୁ ଉପାସନା କରାଯିବା ସହିତ ନାଗାମାନଙ୍କୁ ମଧ୍ୟ ଉପାସନା କରାଯାଏ। ବିଭିନ୍ନ ସାହି ଆଖଡ଼ା ପକ୍ଷରୁ ସ୍ବତନ୍ତ୍ର ଭାବେ ନାଗାଙ୍କ ପୂଜା କରାଯାଇଥାଏ। ସବୁଠୁ ଆଶ୍ଚର୍ଯ୍ୟ କଥା ନାଗା ପୁରୁଷ ହେଲେ ମଧ୍ୟ ବନଦୁର୍ଗା ମନ୍ତ୍ରରେ ଶକ୍ତିସ୍ବରୂପ ମନେ କରି ପୂଜା କରାଯାଏ।
ଏ ସମ୍ପର୍କରେ ଐତିହ୍ୟ ବିଶାରଦ ଡ. ସୁରେନ୍ଦ୍ର କୁମାର ମିଶ୍ର କୁହନ୍ତି, ନାଗା ଉପାସନା ୬୦୦ ବର୍ଷ ପୂର୍ବରୁ ଆରମ୍ଭ ହୋଇଥିଲା। ଏହାର ଐତିହ୍ୟ ଅବଗତ ହେବାକୁ ହେଲେ ଭାରତର ନାଗା ପରମ୍ପରା ଓ ଏହାର ପ୍ରବର୍ତ୍ତକଙ୍କ ଇତିହାସ ଜାଣିବାକୁ ପଡ଼େ। ଶ୍ରୀରାମାନନ୍ଦ ଆଚାର୍ଯ୍ୟ ନାଗା ପରମ୍ପରାର ପ୍ରବର୍ତ୍ତକ। ସେ ସମଗ୍ର ଭାରତରେ ୬ଟି (ଅଯୋଧ୍ୟା, ପୁରୀ, ଚିତ୍ରକୂଟ, ନାଶିକ, ବୃନ୍ଦାବନ ଓ ଉଜ୍ଜୟିନୀ) ସ୍ଥାନରେ ଆଖଡ଼ା ସୃଷ୍ଟି କରି ନାଗାମାନଙ୍କୁ ଭାରତୀୟ ସଂସ୍କୃତି, ଉପାସନା, ମନ୍ଦିର ଓ ଦେବତାଙ୍କର ସୁରକ୍ଷା ପାଇଁ ଶପଥ କରାଉଥିଲେ। ଏହି ୬ଟି ସ୍ଥାନରେ ଦିଗମ୍ବର ଆଖଡ଼ା ନାମରେ ସେ ମଠ ପ୍ରତିଷ୍ଠା କରିଥିଲେ। ଏହି ଦିଗମ୍ବର ଆଖଡ଼ା ମଠ ବଡ଼ଦାଣ୍ଡରେ ବଡ଼ ଆଖଡା ମଠ ରୂପେ ପରିଚିତ ଥିଲା। ପରବର୍ତ୍ତୀ କାଳରେ ପୁରୀରେ ୨୬ଟି ରାମାନନ୍ଦ ସମ୍ପ୍ରଦାୟର ଆଖଡ଼ା ଓ ମଠ ଗଢ଼ିଉଠିଥିଲା। ଏହି ମଠ ଓ ଆଖଡ଼ାର ନାଗାମାନେ ଏକାଠି ହେଲେ ତାଙ୍କୁ ଦିଗମ୍ବର ଅଣି ଆଖଡ଼ା କୁହାଯାଏ। ଅତୀତରେ ଶ୍ରୀମନ୍ଦିର ଉପରେ ୧୮ଥର ଆକ୍ରମଣ ହୋଇଥିଲା। ଏହି ସମୟରେ ନାଗା ସାଧୁମାନେ ଶ୍ରୀକ୍ଷେତ୍ରରେ ବହୁ ସଂଖ୍ୟାରେ ରହୁଥିଲେ। ମହାପ୍ରଭୁ ରଥଯାତ୍ରା ଏବଂ ଦୋଳଯାତ୍ରା ସମୟରେ ରନତ୍ସିଂହାସନ ଛାଡ଼ି ବାହାରକୁ ବିଜେ କରିଥାନ୍ତି। ସେତେବେଳେ ଏହି ନାଗା ସାଧୁମାନେ ହିଁ ସୁରକ୍ଷା କବଚ ଭାବରେ କାର୍ଯ୍ୟ କରିଥାନ୍ତି। ସେହି ସମୟରେ ମୋଗଲ ସାମ୍ରାଜ୍ୟର ଶାସନ ଚାଲିଥିଲା। ନାଗା ସାଧୁମାନେ ସୁରକ୍ଷା ବଳୟ ସୃଷ୍ଟି କରି ଶ୍ରୀମନ୍ଦିର, ଶ୍ରୀକ୍ଷେତ୍ର ଓ ଶ୍ରୀଜଗନ୍ନାଥଙ୍କୁ ସୁରକ୍ଷା ଦେଉଥିଲେ। ନାଗାମାନେ ଗୋଟିଏ ସ୍ଥାନରେ ଏକାଠି ହେଲେ ତାଙ୍କର ସମାବେଶକୁ ଜମାତ କୁହାଯାଏ। ଏମାନେ ସମସ୍ତେ ରାମାନନ୍ଦ ସମ୍ପ୍ରଦାୟର ଅନୁଗାମୀ ହୋଇଥିବାରୁ ସେହି ସମ୍ପ୍ରଦାୟର ଚିତା ଓ ତିଳକ ଧାରଣ କରିଥାନ୍ତି। ଶ୍ରୀମନ୍ଦିର ଆକ୍ରମଣ ବେଳେ ମନ୍ଦିର ଚାରିପଟେ ଏହି ସମ୍ପ୍ରଦାୟର ଏକାଧିକ ମଠ (ବଡ଼ଆଖଡା, ଛାଉଣୀ, ପାପୁଡ଼ିଆ ପ୍ରଭୃତି) ରହିଥିଲା। ଏମାନେ ଜୀବନକୁ ବାଜି ଲଗାଇ ସେତେବେଳେ ମୋଗଲ ସୈନ୍ୟବାହିନୀକୁ ପ୍ରତିରୋଧ କରୁଥିଲେ।
ସ୍ମରଣଯୋଗ୍ୟ ଯେ, ସେତେବେଳେ ଗଜପତି ପୁରୀରେ ରହୁ ନ ଥାନ୍ତି। ଆଜିକାଲି ଭଳି ବିଜୁଳି ଆଲୋକ ମଧ୍ୟ ନ ଥିଲା। ତେଣୁ ରାତିରାତି ଦୁହୁଡ଼ି ଜାଳି ମନ୍ଦିର ଚାରିପଟେ ସୁରକ୍ଷା ବଳୟ ସୃଷ୍ଟି କରି ନାଗାସାଧୁ ଅନିଦ୍ରା ହୋଇ ଜଗୁଥିଲେ। ଇତିହାସରୁ ଜଣାଯାଏ ମୁସଲମାନ ଓ ମୋଗଲ ଆକ୍ରମଣକାରୀଙ୍କୁ ପ୍ରତିରୋଧ କରି ଅସଂଖ୍ୟ ନାଗାସାଧୁ ପ୍ରାଣ ଉତ୍ସର୍ଗ କରିଥିଲେ। ଆକ୍ରମଣ ଯୋଗୁ ଭାରତର ବହୁ ମନ୍ଦିର ଭାଙ୍ଗିଯାଇଥିବାବେଳେ ନାଗା ସାଧୁଙ୍କ ଯୋଗୁ ୮୦୦ ବର୍ଷ ଶ୍ରୀମନ୍ଦିର ଏବେବି ଦଣ୍ଡାୟମାନ ରହିଛି। ତେଣୁ ନାଗାସାଧୁଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଦେବାକୁ ଯାଇ ଗଜପତି ମହାରାଜା ଶ୍ରୀମନ୍ଦିର ଅଁଳା ବେଢ଼ାରେ ରାମାନନ୍ଦୀ ଚିତାର ଚିହ୍ନ ସେବେଠାରୁ ସ୍ଥାନିତ କରିଥିଲେ। ଏଥିସହ ଗଜପତିଙ୍କ ପୃଷ୍ଠପୋଷକତାରେ ଜାଗା ଆଖଡ଼ାଗୁଡ଼ିକରେ ନାଗା ସାଧୁଙ୍କ ତ୍ୟାଗର ସ୍ମୃତିସ୍ବରୂପ ନାଗା ଉପାସନା ପ୍ରଚଳନ କରିଥିଲେ। ସେମାନଙ୍କୁ ଶକ୍ତିର ସ୍ବରୂପ ରୂପେ ଶକ୍ତି ମନ୍ତ୍ରରେ ପୂଜା କରାଯାଇଆସୁଛି। ସେବେଠାରୁ ମଧ୍ୟ ଗଜପତି ମହାରାଜା ସମ୍ମାନ ସ୍ବରୂପ ନାଗାର୍ଜୁନ ବେଶର ପ୍ରଚଳନ କରିଥିଲେ।
– ହେମନ୍ତ ନାୟକ, ପୁରୀ
ଫଟୋ: ଅନିଲ କୁମାର ସାହୁ


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri