ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼ ପାଠକ ଗୋଷ୍ଠୀଙ୍କ ନିକଟରେ ପହଞ୍ଚତ୍ବାର ଉଦ୍ୟମ କରୁଛନ୍ତି। ଏହା ସମ୍ପୂର୍ଣ୍ଣ ମୌଳିକ ସର୍ଜନା ହୋଇ ନ ଥିଲେ ମଧ୍ୟ ଉଧାରରେ ଆଣି ରୋଚକଧର୍ମୀ କରିପାରୁ ଥିବାରୁ ଏବର ପିଢ଼ି ତାହାକୁ ପଢ଼ିବାରେ ଆନନ୍ଦ ପାଉଛନ୍ତି। କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ୨୦୨୪ ପାଇଁ ଇଂଲିଶ୍‌ ସାହିତ୍ୟ କ୍ଷେତ୍ରରେ ପୁରସ୍କାର ପାଇବା ଲାଗି ଯୋଗ୍ୟ ବିବେଚିତ ହୋଇଥିବା ‘ସ୍ପିରିଟ୍‌ ନାଇଟ୍ସ’ ହେଉଛି ସେଭଳି ଏକ ପୁସ୍ତକ। ନାଗାର ଦୁଇ ଆଦିବାସୀ ସମ୍ପ୍ରଦାୟ ରେଙ୍ଗମା ଓ ଚାଙ୍ଗଙ୍କ ଇତିହାସ ବହୁ ପୁରୁଣା। ତେବେ ଚାଙ୍ଗ ନାଗା ଟ୍ରାଇବ୍‌ର ଅନ୍ଧାରି ମୁଲକର କାହାଣୀରେ ସ୍ଥାନିତ ଚରିତ୍ର ଓ ସ୍ଥାନକୁ ସମାନ ଭାବେ ରଖି ସେଥିରେ କାଳ୍ପନିକ ବିଷୟକୁ ଯେଭଳି ସଂଯୋଜିତ କରାଯାଇ ‘ସ୍ପିରିଟ୍‌ ନାଇଟ୍ସ’ ପ୍ରକାଶ କରାଯାଇଛି, ତାହା ନାଗାଲାଣ୍ଡ ସାହିତ୍ୟକୁ ରୁଦ୍ଧିମନ୍ତ କରିଥିବା କୁହାଯାଇଛି। ସାମ୍ପ୍ରତିକ ପିଢ଼ି ଆଗରେ ନିଜ ସମ୍ପ୍ରଦାୟର ପୁରୁଣା କାହାଣୀରେ ମସଲାଦାର ଛୁଙ୍କ ଦେଇ ଯିଏ ସାହିତ୍ୟରେ ଏକ ଅଭିନବତ୍ୱ ଆଣିବାରେ ସକ୍ଷମ ହୋଇଛନ୍ତି, ସେ ହେଲେ ସ୍ପିରିଟ୍‌ ନାଇଟ୍ସର ଲେଖିକା ଇଷ୍ଟେରିନେ କିରେ। ୮ ମାର୍ଚ୍ଚ ୨୦୨୫ରେ ନୂଆଦିଲ୍ଲୀରେ ଏକ ଭବ୍ୟ ସମାରୋହରେ ଇଂଲିଶ ଭାଷା କ୍ଷେତ୍ରରେ ତାଙ୍କୁ ଏକାଡେମୀ ପକ୍ଷରୁ ପୁରସ୍କାର ପ୍ରଦାନ କରାଯିବ। ଇଂଲିଶ ଭାଷାରେ ନାଗାଲାଣ୍ଡର ପ୍ରଥମ ଔପନ୍ୟାସିକା ଭାବେ ସେ ଏହି ମର୍ଯ୍ୟାଦାଜନକ ସମ୍ମାନ ପାଇବାକୁ ଯାଉଥିବାରୁ ତାଙ୍କ ବ୍ୟକ୍ତିତ୍ୱ ଚର୍ଚ୍ଚାକୁ ଆସିଛି।
ନାଗାଲାଣ୍ଡ ରାଜଧାନୀ କୋହିମାଠାରେ ୨୯ ମାର୍ଚ୍ଚ ୧୯୫୯ରେ ଏକ ଅଙ୍ଗାମି ନାଗା ପରିବାରରେ ଇଷ୍ଟେରିନେ ଜନ୍ମଗ୍ରହଣ କରିଥିଲେ। ବାପ୍ଟିଷ୍ଟ ଇଂଲିଶ ସ୍କୁଲରୁ ବିଦ୍ୟାଳୟ ଶିକ୍ଷା ସମାପ୍ତ କରିବା ପରେ ଶିଲଂକୁ ସ୍ନାତକ ଡିଗ୍ରୀ କରିବାକୁ ଯାଇଥିଲେ। ପରେ ସେ ଦିଲ୍ଲୀରେ ସାମ୍ବାଦିକତାରେ ଡିଗ୍ରୀ ଅର୍ଜନ କରିଥିଲେ। ସାବିତ୍ରୀବାଇ ଫୁଲେ ପୁଣେ ବିଶ୍ୱବିଦ୍ୟାଳୟରୁ ଇଂଲିଶ ସାହିତ୍ୟରେ ଡକ୍ଟରେଟ୍‌ କରିଥିବା ଇଷ୍ଟେରିନେ ଯୁବାବସ୍ଥାରୁ ସୃଜନଶୀଳତା ପ୍ରତି ରୁଚି ରଖିଥିଲେ। ସେ ଏକ ସାକ୍ଷାତ୍‌କାରରେ କହିଥିଲେ, ନାଗା ସାହିତ୍ୟକୁ ସମୃଦ୍ଧ କରିବା ଲାଗି ଲେଖିବାର ଆବଶ୍ୟକତା ପଡ଼ିଥିଲା। କାରଣ ନାଗାଲାଣ୍ଡର ଅନେକ ଲୋକକାହାଣୀ ଜନଶ୍ରୁତିରେ ବଞ୍ଚତ୍ଆସିଛି, ଯାହା କାଳକ୍ରମେ କ୍ଷୟପ୍ରାପ୍ତ ହେବା ଅନୁଭବ କରିବା ପରେ ସେ ସେଥିପ୍ରତି ମନୋନିବେଶ କରିଥିଲେ। ଇଷ୍ଟେରିନେଙ୍କ ସାହିତ୍ୟ ଯାତ୍ରାକୁ ଦେଖିଲେ ୧୯୮୨ରେ ତାଙ୍କ ପ୍ରଥମ କବିତା ପୁସ୍ତକ ‘କେଲ୍‌ହୋଉକେଭିରା’ ପ୍ରକାଶ ପାଇଥିଲା। ତାହା ଇଂଲିଶ ଭାଷାରେ ପ୍ରଥମ ନାଗା କବିତା ସଙ୍କଳନ। ଏହା ପରେ ସେ ଗଦ୍ୟ ରଚନାକୁ ଅଗ୍ରପ୍ରାଧାନ୍ୟ ଦେଇ ଲେଖିଲେ ‘ଏ ନାଗା ଭିଲେଜ ରିମେମ୍ବର୍‌ଡ’। ୨୦୦୩ରେ ପ୍ରକାଶ ପାଇଥିବା ଏହି ପୁସ୍ତକ ଇଂଲିଶ ଭାଷାରେ ନାଗା ଲେଖିକାଙ୍କ ପ୍ରଥମ ଉପନ୍ୟାସ ଭାବେ ବିବେଚନା କରାଯାଇଛି। ବ୍ରିଟିଶ ସୈନ୍ୟ ଓ ଗୋଟେ କ୍ଷୁଦ୍ର ନାଗା ଗାଁ ଭିତରେ ହୋଇଥିବା ଯୁଦ୍ଧକୁ ସମ୍ପୃକ୍ତ ଉପନ୍ୟାସରେ ସ୍ଥାନ ଦିଆଯାଇଛି। ୨୦୦୭ରେ ଇଷ୍ଟେରିନେଙ୍କ ଦ୍ୱିତୀୟ ଉପନ୍ୟାସ ‘ଟେରିବଲ୍‌ ମାଟ୍ରିଆର୍କି’ ପ୍ରକାଶ ପାଇଥିଲା। ସେଥିରେ ସେ ନାଗାଲାଣ୍ଡରେ ଘଟିଥିବା ଆଭ୍ୟନ୍ତରୀଣ ଓ ସାମାଜିକ ସଂଘର୍ଷକୁ ଦେଖାଇଛନ୍ତି। ୨୦୧୦ରେ ‘ମାରି’ ଉପନ୍ୟାସରେ ନାଗାଲାଣ୍ଡ ଦେଇ ୧୯୪୪ରେ ଜାପାନୀଙ୍କ ଭାରତ ଆକ୍ରମଣ ଏବଂ ସେହି ଯୁଦ୍ଧରେ ଜଣେ ଯୁବତୀ ନିଜ ବାଗଦତ୍ତଙ୍କୁ ହରାଇବା ପରେ କିଭଳି ଜୀବନ ଜିଇଥିଲେ ତାହାର ବାସ୍ତବ କାହାଣୀକୁ ଇଷ୍ଟେରିନେ ଉପନ୍ୟାସରେ ସନ୍ନିବେଶିତ କରିଛନ୍ତି। ୨୦୧୧ରେ ପ୍ରକାଶିତ ‘ବିଟର ଓ୍ବର୍ମଉଡ୍‌’ରେ ଉତ୍ତର ପୂର୍ବାଞ୍ଚଳ ଲୋକଙ୍କ ଜୀବନ କିଭଳି ରାଜନୈତିକ ଶିରୋନାମା ପାଲଟିଥିଲା ତାହାକୁ ଔପନ୍ୟାସିକା ବର୍ଣ୍ଣନା କରିଛନ୍ତି। ୨୦୧୯ରେ ‘ଓ୍ବାକିଂ ଦ ରୋଡ୍‌ଲେସ୍‌ ରୋଡ୍‌ : ଏକ୍ସପ୍ଲୋରିଂ ଦ ଟ୍ରାଇବ୍ସ ଅଫ୍‌ ନାଗାଲାଣ୍ଡ’ ପ୍ରକାଶ ପାଇଥିଲା। ଇଷ୍ଟେରିନେ ନାଗା ସଂସ୍କୃତିକୁ ସାହିତ୍ୟ ମାଧ୍ୟମରେ ଦର୍ଶାଇବା ସହ ସେଠାକାର ମହିଳାଙ୍କ ବାସ୍ତବ ଜୀବନରେ ଦେଖାଦେଇଥିବା ପରିବର୍ତ୍ତନକୁ ନିଜ ସୃଜନଶୀଳତାରେ ସ୍ଥାନ ଦେଇଛନ୍ତି। ସେ ମଧ୍ୟ ଶିଶୁ ଲେଖା, ବିଭିନ୍ନ ପତ୍ରପତ୍ରିକାରେ ପ୍ରବନ୍ଧମାନ ଲେଖିଛନ୍ତି। ୨୦୧୧ରେ ତାଙ୍କର ପ୍ରଥମ ଶିଶୁ ସାହିତ୍ୟ ପୁସ୍ତକ ପ୍ରକାଶ ପାଇଥିଲା। ଏଥିସହିତ ସେ କଥିତ ଅବସ୍ଥାରେ ଥିବା ୨୦୦ ଦେଶୀ କବିତାକୁ ସାହିତ୍ୟ ରୂପ ଦେଇ ପ୍ରକାଶ କରିଛନ୍ତି।
ଇଷ୍ଟେରିନେ କିରେ ପାଇଥିବା ପୁରସ୍କାର ଓ ସମ୍ମାନ ତାଲିକାରେ ନାଗା ସାହିତ୍ୟରେ ଉଲ୍ଲେଖନୀୟ ଅବଦାନ ସକାଶେ ୨୦୧୧ରେ ଗଭର୍ନର୍ସ ମେଡାଲ, ‘ସନ୍‌ ଅଫ୍‌ ଦ ଥଣ୍ଡରକ୍ଲାଉଡ୍‌’ ପାଇଁ ୨୦୧୮ରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପକ୍ଷରୁ ବାଲ୍‌ ସାହିତ୍ୟ ପୁରସ୍କାର, କାଟାଲାନ୍‌ ପେନ୍‌ ବାର୍ସେଲୋନା ପକ୍ଷରୁ ‘ଫ୍ରି ଭଏସ୍‌’, ‘ବିଟର ଓ୍ବର୍ମଉଡ୍‌’ ୨୦୧୩ରେ ‘ଦି ହିନ୍ଦୁ’ ପୁରସ୍କାର ପାଇଁ ଶର୍ଟ ଲିଷ୍ଟେଡ୍‌ ଥିଲା। ତେବେ ୨୦୧୫ରେ ସେ ‘ହ୍ବେନ୍‌ ଦି ରିଭର ସ୍ଲିପ୍ସ’ ଦ ହିନ୍ଦୁ ଲିଟେରାରି ପୁରସ୍କାର ପାଇଥିଲେ। ବର୍ତ୍ତମାନ ଉତ୍ତର ନରଓ୍ବେରେ ବାସ କରୁଥିବା ଇଷ୍ଟେରିନେ କେବଳ ସାହିତ୍ୟ ରଚନା ନୁହେଁ, ଜାଜ୍‌ କବିତା ଲେଖି ତାଙ୍କ ନିଜସ୍ବ ଜାଜ୍‌ପୋୟେସି ବ୍ୟାଣ୍ଡ୍‌ରେ ସେସବୁକୁ ପ୍ରଦର୍ଶନ କରି ସୃଜନଶୀଳତାର ବିଭିନ୍ନ ମଞ୍ଚରେ ବାସ୍ତବ ଆନନ୍ଦ ଉଠାଇବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri