ନାଗା ଚୈତନ୍ୟଙ୍କ ଏହି ଅଭିନେତ୍ରୀ ଏବେ ଚର୍ଚ୍ଚାରେ

ମୁମ୍ବାଇ: ଫିଲ୍ମ ‘ବେଙ୍ଗାରାଜୁ’ରେ ନାଗା ଚୈତନ୍ୟଙ୍କ ସହ କାମ କରିଥିବା ଅଭିନେତ୍ରୀ କୀର୍ତ୍ତି ଶେଟ୍ଟୀ ନିକଟରେ ଫିଲ୍ମଫେୟାର ଇଭେଣ୍ଟରେ ଯୋଗ ଦେଇଥିଲେ। ବର୍ତ୍ତମାନ ଅଭିନେତ୍ରୀ ଏହି ଇଭେଣ୍ଟରୁ ତାଙ୍କର ଲାଟେଷ୍ଟ ଫଟୋ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଲୁକ ଚର୍ଚ୍ଚାରେ ରହିଛି।

କୀର୍ତ୍ତି ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏହି ଫଟୋ ଶେୟାର କରିଛନ୍ତି। ଏଥିରେ ସେ କ୍ୟାପଶନ ଲେଖିଛନ୍ତି, ‘ଏହି ପୁରସ୍କାର ମୋ ପାଇଁ ଅତ୍ୟନ୍ତ ସ୍ବତନ୍ତ୍ର’ ମୁଁ ପାଇଥିବା ପୁରସ୍କାର ପାଇଁ ଯେଉଁମାନେ ମୋତେ ସମର୍ଥନ କରିଛନ୍ତି ମୁଁ ସେମାନଙ୍କ ନିକଟରେ ବହୁତ କୃତଜ୍ଞ ଅଟେ। ଏହି ସମ୍ମାନ ପାଇଁ ଫିଲ୍ମଫେୟାରକୁ ଅନେକ ଅନେକ ଧନ୍ୟବାଦ।

କୀର୍ତ୍ତି ଏକ କଳାରଙ୍ଗର ଡ୍ରେସ୍‌ ପିନ୍ଧିଥିବା ବେଳେ କେଶ ଖୋଲା ରଖିଛନ୍ତି। ତାଙ୍କର ପୋଜ୍‌ ଦର୍ଶକଙ୍କୁ ଆକୃଷ୍ଟ କରିଛି। ଏଥିରେ ସେ ଖୁବ୍‌ ଆକର୍ଷଣୀୟା ଦେଖାଯାଉଛନ୍ତି। କୀର୍ତ୍ତିଙ୍କୁ ତାଙ୍କ ପ୍ରଶଂସକମାନେ ତାଙ୍କୁ ବହୁତ ଅଭିନନ୍ଦନ ଜଣାଇଛନ୍ତି।

Share