Categories: ଜାତୀୟ

ବଢ଼ିପାରେ ନଡ୍ଡାଙ୍କ କାର୍ଯ୍ୟକାଳ…

ନୂଆଦିଲ୍ଲୀ,୧୬।୧ : ଦିଲ୍ଲୀରେ ଭାଜପା ପଦାଧିକାରୀଙ୍କ ବୈଠକ ଆରମ୍ଭ ହୋଇଛି। ପାର୍ଟି ମୁଖ୍ୟାଳୟରେ ଏହି ବୈଠକ ଅନୁଷ୍ଠିତ ହେଉଛି ଯେଉଁଥିରେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଭାଜପା ସାଧାରଣ ମହାସଚିବ (ସଂଗଠନ) ବିଏସ ସନ୍ତୋଷ ଏବଂ ଅନ୍ୟ ନେତାମାନେ ଉପସ୍ଥିତ ଅଛନ୍ତି। ଜାତୀୟ କାର୍ଯ୍ୟାଳୟ ପଦାଧିକାରୀଙ୍କ ବୈଠକ ପରେ ଅପରାହ୍ନରେଭାଜପାର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ହେବ। ଯେଉଁଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ୩୫ କେନ୍ଦ୍ର ମନ୍ତ୍ରୀ, ୧୨ ଟି ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ସମସ୍ତ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳର ଅଧ୍ୟକ୍ଷ ଯୋଗଦେବେ। ଅଛନ୍ତି।
ଭାଜପା ଅଧ୍ୟକ୍ଷ ଜେପି ନଡ୍ଡାଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ ତାଙ୍କ କାର୍ଯ୍ୟକାଳ ଏକ ବର୍ଷ ପାଇଁ ବୃଦ୍ଧି କରାଯାଇପାରେ ବୋଲି ଚର୍ଚ୍ଚା ହେଉଛି।

ଆସନ୍ତା ବର୍ଷ ଲୋକସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ଲୋକସଭା ନିର୍ବାଚନର ଦାୟିତ୍ୱକୁ ନୂତନ ଅଧ୍ୟକ୍ଷଙ୍କୁ ହସ୍ତାନ୍ତର କରିବା ପରିବର୍ତ୍ତେ ଭାଜପା ନଡ୍ଡାଙ୍କର କାର୍ଯ୍ୟକାଳ ବଢ଼ାଇ ପାରେ। ଚଳିତ ବର୍ଷ ୯ ଟି ରାଜ୍ୟରେ ବିଧାନସଭା ନିର୍ବାଚନ ମଧ୍ୟ ଅନୁଷ୍ଠିତ ହେବ।

Share