Posted inଜାତୀୟ

ନଡ୍ଡାଙ୍କ ନୂଆ ଟିମ୍‌

ନୂଆଦିଲ୍ଲୀ,୨୭ା୯: ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପାର ଜାତୀୟ ସାଙ୍ଗଠନିକ ସ୍ତରରେ ବଡ଼ଧରଣର ପରିବର୍ତ୍ତନ କରାଯାଇଛି। ଭାଜପା ଅଧ୍ୟକ୍ଷ ଜେ.ପି. ନଡ୍ଡା ଶନିବାର ଏନେଇ ଘୋଷଣା କରିଥିବା ନୂଆ ଟିମ୍‌ରେ ରାମ ମାଧବ, ପି ମୁରଲୀଧର ରାଓ, ଅନୀଲ ଜୈନ, ସରୋଜ ପାଣ୍ଡେଙ୍କ ଭଳି ବରିଷ୍ଠ ନେତାଙ୍କୁ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପଦବୀରୁ ହଟାଇ ଦିଆଯାଇ ନୂଆ ମୁହଁଙ୍କୁ ଦାୟିତ୍ୱ ଦିଆଯାଇଛି। କେବଳ ସେତିକି ନୂହେଁ, ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ସମ୍ପାଦକ ସମେତ କେତେକ ବଡ଼ ପଦବୀରେ ନୂଆ ନେତାଙ୍କୁ ଅବସ୍ଥାପିତ କରାଯାଇଛି। ଗତ ଜାନୁୟାରୀରେ ନଡ୍ଡା ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ପରେ ଏହା ହେଉଛନ୍ତି ତାଙ୍କର ପ୍ରଥମ ସାଙ୍ଗଠନିକ ପରିବର୍ତ୍ତନ। ବିଶେଷକରି ଏଥିରେ ପ୍ରାୟ ୬୦ ପ୍ରତିଶତ ଯୁବନେତା, ମହିଳା, ପଛୁଆବର୍ଗ ନେତାଙ୍କୁ ଗୁରୁତ୍ୱ ଦିଆଯାଇଛି। ଅନ୍ୟପକ୍ଷରେ କେନ୍ଦ୍ର କ୍ୟାବିନେଟ୍‌ ସମ୍ପ୍ରସାରଣ ସମ୍ଭାବନା ରହିଛି। ତେଣୁ ନୂଆ ଟିମ୍‌ରେ ନ ଥିବା ଏବଂ ସାଙ୍ଗଠନିକ ଦାୟିତ୍ୱରୁ ବାଦ୍‌ ପଡ଼ିଥିବା କେତେଜଣ ନେତାଙ୍କୁ ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିପାରେ ବୋଲି କୁହାଯାଉଛି।
ନଡ୍ଡାଙ୍କ ନୂଆ ଟିମ୍‌ରେ ୧୨ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ୮ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ, ୧୩ ରାଷ୍ଟ୍ରୀୟ ସମ୍ପାଦକ, ୨୩ ରାଷ୍ଟ୍ରୀୟ ପ୍ରବକ୍ତା ପ୍ରମୁଖ ରହିଛନ୍ତି। ଏଥିରେ ଓଡ଼ିଶାର ୪ ନେତା ରହିଛନ୍ତି। ବୈଜୟନ୍ତ ପଣ୍ଡାଙ୍କ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦ ବଜାୟ ରହିଥିବାବେଳେ ମୟୂରଭଞ୍ଜ ଏମ୍‌ପି ବିଶ୍ୱେଶ୍ୱର ଟୁଡୁ ପ୍ରଥମ କରି ହୋଇଛନ୍ତି ରାଷ୍ଟ୍ରୀୟ ସମ୍ପାଦକ। ସେହିପରି ଭୁବନେଶ୍ୱର ଏମ୍‌ପି ଅପରାଜିତା ଷଡ଼ଙ୍ଗୀ ଏବଂ ସମ୍ବିତ ପାତ୍ରଙ୍କୁ ରାଷ୍ଟ୍ରୀୟ ପ୍ରବକ୍ତା ଦାୟିତ୍ୱ ଦିଆଯାଇଛି।
ପ୍ରମୁଖ ପରିବର୍ତ୍ତନ ମଧ୍ୟରେ କର୍ନାଟକର ଯୁବ ଏମ୍‌ପି ତେଜସ୍ବୀ ସୂର୍ଯ୍ୟଙ୍କୁ ଦଳର ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ପୁନମ୍‌ ମହାଜନ ପୂର୍ବରୁ ଏହି ଦାୟିତ୍ୱ ତୁଲାଉଥିଲେ। ରାଷ୍ଟ୍ରୀୟ ପ୍ରବକ୍ତା ସଂଖ୍ୟା ୨୩କୁ ବୃଦ୍ଧି କରାଯାଇଥିବାବେଳେ ଏମ୍‌ପି ଅନିଲ ବଲୁନିଙ୍କ ମିଡିଆ ପ୍ରଭାରୀ ଦାୟିତ୍ୱ ବଜାୟ ରଖାଯିବା ସହ ତାଙ୍କୁ ମୁଖ୍ୟ ପ୍ରବକ୍ତା କରାଯାଇଛି।
ଏମ୍‌ପି ଭୂପେନ୍ଦ୍ର ଯାଦବ, ଏମ୍‌ପି ଅରୁଣ ସିଂ ଓ କୈଳାସ ବିଜୟଭର୍ଗୀୟ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ପଦବୀରେ ବଜାୟ ରହିଥିବାବେଳେ ୫ ନୂଆମୁହଁକୁ ଏହି ବଡ଼ ଦାୟିତ୍ୱ ଦିଆଯାଇଛି। ସେମାନେ ହେଲେ ରାଜ୍ୟ ସଭା ସଦସ୍ୟ ଦିଲ୍ଲୀର ଦୁଷ୍ୟନ୍ତ କୁମାର ଗୌତମ, ଆନ୍ଧ୍ରପ୍ରଦେଶର ଡି. ପୁରନ୍ଦେଶ୍ୱରୀ, କର୍ନାଟକର ବିଧାୟକ ସି.ଟି. ରବି, ପଞ୍ଜାବର ତରୁଣ ଚୁଗ, ଆସାମର ଏମ୍‌ପି ଦିଲୀପ ସାଇକିଆ। ଦୁଷ୍ୟନ୍ତ କୁମାର ଗୌତମ ଏହା ପୂର୍ବରୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଥିଲେ।
ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତାଲିକାରେ ଅନେକ ଯୋଗ ଓ ବିୟୋଗ କରାଯାଇଛି। ଝାଡ଼ଖଣ୍ଡ, ଛତିଶଗଡ଼, ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ଯଥାକ୍ରମେ ରଘୁବର ଦାସ, ରମଣ ସିଂ ଏବଂ ବସୁନ୍ଧରା ରାଜେଙ୍କ ସମେତ ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଧାମୋହନ ସିଂ, ଏମ୍‌ପି ରେଖା ବର୍ମା, ଅନ୍ନପୂର୍ଣ୍ଣା ଦେବୀ, ଭାରତୀ ବେନ ଶିୟାଲ, ପଶ୍ଚିମବଙ୍ଗର ମୁକୁଲ ରୟ, ତେଲଙ୍ଗାନାର ଡି.କେ. ଅରୁଣା, ନାଗାଲାଣ୍ଡର ଏମ୍‌ ଚୁବା ଏଓ, ବୈଜୟନ୍ତ ପଣ୍ଡା ଏବଂ କେରଳର ଅବଦୁଲ୍ଲା କୁଟ୍ଟିଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ସେହିପରି ବରିଷ୍ଠ ନେତ୍ରୀ ଉମା ଭାରତୀ, ପ୍ରଭାତ ଝା, ଓ.ପି. ମାଥୁର, ରେଣୁ ଦେବୀ, ବିନୟ ସହସ୍ରବୁଦ୍ଧେ, ଅବିନାଶ ରାୟ ଖାନ୍ନା ଏବଂ ଶ୍ୟାମ୍‌ ଜାଜୁଙ୍କୁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ପଦବୀରୁ ଅବ୍ୟାହତି ଦିଆଯାଇଛି।
ପୂର୍ବପରି ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ(ସଂଗଠନ) ଦାୟିତ୍ୱ ବି.ଏଲ୍‌. ସନ୍ତୋଷ ଏବଂ ରାଷ୍ଟ୍ରୀୟ ସାଧାରଣ ସହ ସମ୍ପାଦକ(ସଂଗଠନ) ଦାୟିତ୍ୱ ଭି. ସତୀଶ, ସୌଦାନ ସିଂ ଏବଂ ଶିବ ପ୍ରକାଶଙ୍କୁ ଦିଆଯାଇଛି। ଅନ୍ୟପକ୍ଷରେ ପୀୟୂଷ ଗୋୟଲ ମନ୍ତ୍ରୀ ହେବା ପରେ ୨୦୧୪ରୁ କୋଷାଧ୍ୟକ୍ଷ ପଦବୀ ଖାଲି ରହିଥିଲା। ଏହି ପଦବୀରେ ଦଳ ରାଜେଶ ଅଗ୍ରଓ୍ବାଲଙ୍କୁ ଅବସ୍ଥାପିତ କରିଥିବାବେଳେ ଏମ୍‌ପି ସୁଧୀର ଗୁପ୍ତାଙ୍କୁ ସହ-କୋଷାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଅନ୍ୟ ଦଳୀୟ ନିଯୁକ୍ତି ମଧ୍ୟରେ କେ. ଲକ୍ଷ୍ମଣଙ୍କୁ ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ, ଏମ୍‌ପି ରାଜକୁମାର ଚହରଙ୍କୁ କିଷାନ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ, ଲାଲସିଂ ଆର୍ଯ୍ୟଙ୍କୁ ଅନୁସୂଚିତ ଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ, ଏମ୍‌ପି ସମୀର ଓରାନଙ୍କୁ ଅନୁସୂଚିତ ଜନଜାତି ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ, ମହାରାଷ୍ଟ୍ରର ଜମାଲ ସିଦ୍ଦିକ୍‌ଙ୍କୁ ସଂଖ୍ୟାଲଘୁ ମୋର୍ଚ୍ଚା ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ନୂଆ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି। ମୋଦି ଟୁଇଟ୍‌ରେ ଉଲ୍ଲେଖ କରିଛନ୍ତି ଯେ, ‘ମୁଁ ନିଶ୍ଚିତ ଯେ, ସେମାନେ ଆମ ପାର୍ଟିର ଗୌରବମୟ ପରମ୍ପରାକୁ ପାଳନ କରି ନିଃସ୍ବାର୍ଥପର ଏବଂ ଉତ୍ସର୍ଗୀକୃତ ଭାବେ ଭାରତର ଲୋକଙ୍କ ସେବା କରିବେ। ସେମାନେ ଗରିବ ଏବଂ ଅବହେଳିତ ଲୋକଙ୍କୁ ସଶକ୍ତ କରିବା ପାଇଁ କଠିନ ପରିଶ୍ରମ କରନ୍ତୁ।’


Enter your email to get our daily news in your inbox.

All Right Reserved By Dharitri.Com

ଭଲିବଲ ଟୁର୍ନାମେଣ୍ଟ ଆରମ୍ଭ: ପ୍ରଥମ ମ୍ୟାଚ୍‌ରେ ବ୍ରହ୍ମପୁର ବିଜୟୀ

ଦିଗପହଣ୍ଡି,୨୮।୧୨: ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ ରବିବାର ଉଦ୍‌ଘାଟିତ ହୋଇଯାଇଛି। ଖେମୁଣ୍ଡି ସ୍ପୋର୍ଟି କ୍ଲବ ଆନୁକୂଲ୍ୟରେ...

ଭୁବନେଶ୍ବର ପରେ କଟକରେ ବିଜେଡି ମେଳି, ନାଁ ଧରି ଅସନ୍ତୋଷ ଝାଡ଼ିଲେ ଦେବାଶିଷ ସାମନ୍ତରାୟ

କଟକ,୨୮ା୧୨: ବିଜେଡି ନେତାଙ୍କର ମେଳି ପରେ ମେଳିର ଫଟୋ ସାମ୍ନାକୁ ଆସୁଛି । ବିଜେଡି ନେତାଙ୍କ ଘନ ଘନ ମେଳିକୁ ନେଇ ରାଜନୈତିକ ଚର୍ଚ୍ଚା ବଢ଼ିବାରେ...

ୟୁକ୍ରେନ୍‌କୁ ବଡ଼ ଚେତାବନୀ ଦେଲେ ପୁଟିନ୍‌

ମସ୍କୋ,୨୮ା୧୨: ରୁଷିଆ-ୟୁକ୍ରେନ୍‌ ଯୁଦ୍ଧକୁ ୪ ବର୍ଷ ପୂରିବାକୁ ଯାଉଛି। ଏହାର ପରିସମାପ୍ତି ପାଇଁ ୟୁକ୍ରେନ୍‌ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍‌ସ୍କି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଫ୍ଲୋରିଡ଼ାରେ...

ମଇଁଷିର କ୍ଷୀରରେ ତିଆରି ହେଲା ରାଇତା.. ଏବେ ରାବିଜ ଟିକା ପାଇଁ ହସ୍ପିଟାଲରେ ପୁରା ଗ୍ରାମବାସୀ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୨୮ା୧୨:  ଉତ୍ତର ପ୍ରଦେଶର ବଦାଉନରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। କୁକୁର କାମୁଡ଼ାରେ ମୃତ୍ୟୁବରଣ କରିଥିବା ଏକ ମଇଁଷି ଏବେ ସମଗ୍ର ଗାଁ ପାଇଁ...

ବରଗଡ଼ ଧନୁଯାତ୍ରା: ପରିବହନ ବିଭାଗ ଉପରେ ଲଗାଇଲେ ୧୨ ଲକ୍ଷ ଜରିମାନା କଲେ କଂସ ମହାରାଜା

ବରଗଡ଼,୨୮ା୧୨: ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରାରେ ମହାରାଜା କଂସଙ୍କ ଶାସନ ଜାରି ରହିଛି। ନିଜର ନଗର ପରିକ୍ରମା ସମୟରେ ମହାରାଜା ବରଗଡ଼ ସରକାରୀ...

ପାଟପୁରରେ କଂଗ୍ରେସର ପ୍ରତିଷ୍ଠା ଦିବସ ପାଳିତ, ସଙ୍ଗଠନ ସୁଦୃଢ ପାଇଁ ଆହ୍ବାନ ଦେଲେ ବିଧାୟକ

ଦିଗପହଣ୍ଡି,୨୮|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସାରଙ୍ଗ ପଡିଆ ଠାରେ ରବିବାର ଭାରତୀୟ ଜାତୀୟ କଂଗ୍ରେସ ଦଳର ୧୪୦ ତମ ପ୍ରତିଷ୍ଠା...

ଭୁବନେଶ୍ୱରରେ ରକ୍ତରଞ୍ଜିତ ହେଲା ଭୋଜି: ସାମାନ୍ୟ ଯୁକ୍ତିତର୍କରୁ ବୁଲିଲା ଖଣ୍ଡା, ୨ ଗୁରୁତର

ଭୁବନେଶ୍ୱର,୨୮ା୧୨: ରାଜଧାନୀରେ ପୁଣି ଥରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ହୋଇପଡ଼ିଛି। ଶନିବାର ବିଳମ୍ବିତ ରାତିରେ ଖାରବେଳ ନଗର ଥାନା ଅନ୍ତର୍ଗତ ବିଗ୍ ବଜାର ନିକଟରେ ସାମାନ୍ୟ...

ଦାରିଙ୍ଗବାଡିର ଗର୍ବ ଓ ଗୌରବ, ଓପିଏସ୍‌ସି ପରୀକ୍ଷାରେ ୧୬ତମ ସ୍ଥାନରେ ମାନସ

ଦାରିଙ୍ଗବାଡି, ୨୮/୧୨ (ଅରୁଣ ସାହୁ): ଓପିଏସସିର ଫଳାଫଳ ବାହାରି ସାରିଥିବା ବେଲେ ଏଥିରେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ମେରାମାହା ଗ୍ରାମର ମାନସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri