Posted inଖେଳ

ବାର୍ସିଲୋନାରେ ନାଡାଲଙ୍କୁ ୧୨ତମ ଟାଇଟଲ

ବାର୍ସିଲୋନା, ୨୭ା୪ (ଏପି)-ସ୍ପେନ୍‌ର ଷ୍ଟାର ଖେଳାଳି ରାଫାଲ ନାଡାଲ ୧୨ ଥର ବାର୍ସିଲୋନା ଓପନ ଟେନିସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ଗ୍ରୀସ୍‌ର ଷ୍ଟିଫାନ୍‌ସ ସିତ୍‌ସିପାସ୍‌ଙ୍କୁ ୬-୪, ୬-୭ (୬), ୭-୫ ସେଟ୍‌ରେ ହରାଇ ଦେଇଛନ୍ତି। ଏହି କ୍ଲେ କୋର୍ଟ ଟୁର୍ନାମେଣ୍ଟରେ ସବୁଠାରୁ ଅଧିକ ଥର ଚାମ୍ପିୟନ ହେବାର ରେକର୍ଡ ନାଡାଲଙ୍କ ନାମରେ ରହିଛି। କରୋନା ମହାମାରୀ ଯୋଗୁ ନାଡାଲ ଗତବର୍ଷ ଅଧିକ ଖେଳି ପାରି ନ ଥିଲେ। ଫାଇନାଲ ମ୍ୟାଚ ୩ ଘଣ୍ଟା ୩୮ ମିନିଟ ଧରି ଚାଲିଥିଲା। ୧୯୯୧ ପରଠାରୁ ଏହା ସବୁଠାରୁ ଦୀର୍ଘ ବେଷ୍ଟ ଅଫ୍‌୍‌ ଥ୍ରି ଏଟିପି ଫାଇନାଲ ମ୍ୟାଚ୍‌ର ମାନ୍ୟତା ଲାଭ କରିଛି। ଏହାଛଡ଼ା ଚଳିତବର୍ଷର ସବୁଠାରୁ ଦୀର୍ଘ ବେଷ୍ଟ ଅଫ୍‌ ଥ୍ରି ଏଟିପି ମ୍ୟାଚ ବିବେଚିତ ହୋଇଛି। ବାର୍ସିଲୋନା ଓପନର ଗତ ୧୦ ସଂସ୍କରଣରେ ଏହା ହେଉଛି ନାଡାଲଙ୍କ ୭ମ ଏବଂ ୧୬ ସଂସ୍କରଣରେ ୧୨ତମ ଟାଇଟଲ। ମହାମାରୀ ଯୋଗୁ ଗତବର୍ଷ ଏହି ଟୁର୍ନାମେଣ୍ଟ ଖେଳାଯାଇ ନ ଥିଲା। ନାଡାଲ କହିଛନ୍ତି, ସମ୍ଭବତଃ ବାର୍ସିଲୋନାରେ ତାଙ୍କର ଏହା ଥିଲା ସବୁଠାରୁ କଷ୍ଟସାଧ୍ୟ ଫାଇନାଲ। ତେଣୁ ମୋ ପାଇଁ ଏହାଥିଲା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଜୟ। ସୂଚନାଯୋଗ୍ୟ, ବାର୍ସିଲୋନା ଫାଇନାଲ ପଥରେ ସିତ୍‌ସିପାସ୍‌ ଗୋଟିଏ ହେଲେ ସେଟ୍‌ରେ ପରାଜିତ ହୋଇ ନ ଥିଲେ। ଅଷ୍ଟ୍ରେଲିଆନ ଓପନ କ୍ୱାର୍ଟରଫାଇନାଲରେ ସେ ନାଡାଲଙ୍କୁ ପରାସ୍ତ କରିଥିଲେ। ୩୪ ବର୍ଷୀୟ ନାଡାଲ ବାର୍ସିଲୋନାରେ ଜିତିଥିବା ସମସ୍ତ ୧୨ଟି ଫାଇନାଲରେ ବିଜୟ ହାସଲ କରିଛନ୍ତି। ସେ ୨୦୦୫ରୁ ୨୦୦୯, ୨୦୧୧-୧୩ ଓ ୨୦୧୬-୧୮ ଟୁର୍ନାମେଣ୍ଟରେ ପ୍ରାଧାନ୍ୟ ବିସ୍ତାର କରିଥିଲେ। ୨୦୧୯ ସେମିଫାଇନାଲରେ ସେହିବର୍ଷର ଚାମ୍ପିୟନ ଡୋମିନିକ୍‌ ଥିମ୍‌ଙ୍କଠାରୁ ସେ ପରାଜିତ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଘୁମୁସର ବନଖଣ୍ଡରୁ ୨୦୪ ଖଣ୍ଡ କାଠ ଯିବ ପୁରୀ 

ଭଞ୍ଜନଗର,୨୫।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ଓ ଦକ୍ଷିଣ ବନଖଣ୍ଡରୁ ଚଳିତ ବର୍ଷ ରଥ ନିର୍ମାଣପାଇଁ ପୁରୀ ରଥଯାତ୍ରାକୁ ୨୦୪ ଖଣ୍ଡ କାଠଯିବ।…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ICC Rankings: ବିନା ଖେଳରେ ସୂର୍ଯ୍ୟକୁମାର ଯାଦବଙ୍କୁ ମିଳିଲା ଫାଇଦା, ପୁଣି ଥରେ…

ନୂଆଦିଲ୍ଲୀ,୨୫।୩: ICC ପୁଣିଥରେ ତା’ର ସଦ୍ୟତମ ରାଙ୍କିଙ୍ଗ ପ୍ରକାଶ କରିଛି । ଯଦିଓ ପୂର୍ବ ଅପଡେଟ୍ ପରଠାରୁ ବହୁତ ଟି-୨୦ ମ୍ୟାଚ୍ ହୋଇନାହିଁ – ଅର୍ଥାତ୍ ଏଥିରେ କୌଣସି…

ପେନ୍‌ସନ୍‌ଭୋଗୀଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଭ୍ୟାଲିଡେସନ ଆକ୍ଟ, ପ୍ରତ୍ୟାହାର ଦାବି ନେଇ…

କେନ୍ଦୁଝର,୨୫ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଅବସରପ୍ରାପ୍ତ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷା କର୍ମଚାରୀ ସଂଘ ପକ୍ଷରୁ ଭାରତ ସରକାରଙ୍କ ଦ୍ୱାରା ୨୫ ମାର୍ଚ୍ଚ ୨୦୨୫ରେ ପାରିତ…

ସରକାରଙ୍କ ବଡ଼ ନିର୍ଦ୍ଦେଶ, ଏଭଳି କାମ କଲେ ବନ୍ଦ ହେବ LPG ସପ୍ଲାଇ

ନୂଆଦିଲ୍ଲୀ,୨୫।୩:  କେନ୍ଦ୍ର ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁ ଅଞ୍ଚଳରେ ପାଇପ୍ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ ଉପଲବ୍ଧ, ସେଠାରେ ଗ୍ରାହକମାନେ PNG ବ୍ୟବହାର ନ…

ଦିଗପହଣ୍ଡିରେ କାଳବୈଶାଖୀ: ଝଡ଼ବର୍ଷା ସାଙ୍ଗକୁ ପଡ଼ିଲା କୁଆପଥର

ଦିଗପହଣ୍ଡି,୨୫ା୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ବୁଧବାର ଅପରାହ୍ନ ପ୍ରାୟ ସାଢ଼େ ୧ଟାରୁ ସାଢ଼େ ୨ ଯାଏ କାଳ ବୈଶାଖୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri