Posted inଖେଳ

ଡୋପିଂରୁ ବଞ୍ଚତ୍ବା ଲାଗି ଆଥ୍‌ଲେଟ୍‌ଙ୍କ ପାଇଁ ମୋବାଇଲ ଆପ୍‌ ଲଞ୍ଚ କଲା ନାଡା

ନୂଆଦିଲ୍ଲୀ,୩୦।୬(ପି.ଟି.): ଜାତୀୟ ନିଶା ନିବାରଣ ସଂସ୍ଥା (ନାଡ଼ା)ର ପ୍ରଥମ ମୋବାଇଲ ଆପ୍‌ ଲଞ୍ଚ୍‌ ହୋଇଛି। କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଏହାକୁ ଆନୁଷ୍ଠାନିକ ଭାବେ ଲଞ୍ଚ୍‌ କରିଛନ୍ତି। ନିଷିଦ୍ଧ ପଦାର୍ଥ ନେଇ ସୂଚନା ଦେବା ଓ ଏହାର ବେପରୁଆ ବ୍ୟବହାର ଦ୍ୱାରା ଉପୁଜୁଥିବା ଦୁର୍ଭାଗ୍ୟଜନକ ପରିସ୍ଥିତି ନେଇ ଆଥଲେଟଙ୍କୁ ସଚେତନ କରିବା ପାଇଁ ଏହି ଆପ୍‌ ଲଞ୍ଚ୍‌ କରାଯାଇଛି। ମୋଟାମୋଟି ଉପରେ ଏହି ଆପ୍‌ ଦ୍ୱାରା ଆଥଲେଟମାନେ ସଚେତନ ରହିବା ସହ ଉପକୃତ ହୋଇପାରିବେ ବୋଲି କୁହାଯାଇଛି।
ଏହି ଆପ୍‌ ଦ୍ୱାରା ଆଥଲେଟମାନେ ଅତି ସହଜରେ ଅତ୍ୟାବଶକ ସୂଚନା ଅତି ସହଜରେ ପାଇପାରିବେ। ଏହା ଦ୍ୱାରା ଆଥଲେଟ୍‌ ଓ ନାଡ଼ା ମଧ୍ୟରେ ସମ୍ପର୍କ ଦୃଢ ହୋଇପାରିବ। କ୍ରୀଡ଼ାକୁ ଦୁର୍ନୀତିମୁକ୍ତ ଓ ସ୍ବଚ୍ଛ କରିବା ପାଇଁ ଏହା ଏକ ପ୍ରୟାସ ବୋଲି ରିଜିଜୁ କହିଛନ୍ତି। ତେବେ ପ୍ରଥମେ ଆଥଲେଟମାନଙ୍କୁ ନିଷିଦ୍ଧ ପଦାର୍ଥ ଓ ଏହାର ସେବନର ଫଳାଫଳ ନେଇ ସଚେତନତା ସୃଷ୍ଟି କରିବା ହେଉଛି ପ୍ରଥମ ଲକ୍ଷ୍ୟ। ଖେଳାଳିମାନେ କେଉଁ ପଦାର୍ଥକୁ ଔଷଧ ଭାବେ ସେବନ କରିବେ ନାହିଁ ସେ ନେଇ ସ୍ପଷ୍ଟ କରାଯାଇଛି ବୋଲି ଅନ୍‌ଲାଇନ୍‌ରେ ଏହି ଆପ୍‌ ଲଞ୍ଚ୍‌ କରିବା ଅବସରରେ ରିଜିଜୁ କହିଛନ୍ତି। କେଉଁ ପଦାର୍ଥ ସେବନ କରିବାକୁ ହେବ ଓ ନାହିଁ ସେ ନେଇ ଆଥଲେଟମାନେ ଏହି ଆପ୍‌ ଦ୍ୱାରା ସୂଚନା ପାଇପାରିବେ। ଯଦି ସ୍ବାସ୍ଥ୍ୟାବସ୍ଥା ଖରାପ୍‌ ହୁଏ ତେବେ ଆଥଲେଟମାନେ କେଉଁ ଔଷଧ ସେବନ କରିବେ ସେ ନେଇ ଅତି ସହଜରେ ସୂଚନା ପାଇପାରିବେ। ପୁଣି ଏହି ଆପ୍‌ ଦ୍ୱାରା ଖେଳାଳିମାନଙ୍କ ଡୋପ୍‌ ଟେଷ୍ଟ ପ୍ରକ୍ରିୟା ସହଜ ଓ ବୋଧଗମ୍ୟ ହୋଇପାରିବ। ଉଭୟ ଆଥଲେଟ ଓ ଡୋପିଂ କଣ୍ଟ୍ରୋଲ ଅଧିକାରୀ ବେଶ୍‌ ଉପକୃତ ହୋଇପାରିବେ ବୋଲି ସେ କହିଛନ୍ତି। ଏହି ନାଡ଼ା ଇଣ୍ଡିଆ ଆପ୍‌ ଗୁଗଲ ପ୍ଲେ ଷ୍ଟୋରରେ ଡାଉନଲୋଡ କରିହେବ। ଏହି ଆପ୍‌ ଲଞ୍ଚ୍‌ ଅବସରରେ କ୍ରୀଡ଼ା ସଚିବ ରବି ମିତ୍ତଲ ଓ ନାଡ଼ାର ଡାଇରେକ୍ଟର ଜେନେରାଲ ନବିନ ଅଗ୍ରଓ୍ବାଲ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବରିଷ୍ଠ  ଆଇନଜୀବୀଙ୍କ ବିୟୋଗ, ଅଞ୍ଚଳରେ ଶୋକର ଛାୟା

ଦିଗପହଣ୍ଡି,୨୫।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ବରିଷ୍ଠ ଆଇନଜୀବୀ ଦିବାକର ପାଢ଼ୀ(୭୫) ଙ୍କ ବ୍ରହ୍ମପୁର ସ୍ଥିତ ବାସଭବନରେ ପରଲୋକ ହୋଇଛି । ସେ ଦୀର୍ଘବର୍ଷ ହେଲା…

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଛନ୍ତି ରିଙ୍କୁ ସିଂଙ୍କ ବାପା, ଆଗକୁ ଖେଳିବେ କି ନାହିଁ ଜାଣନ୍ତୁ

ନୂଆଦିଲ୍ଲୀ,୨୫।୨: ଭାରତର ଷ୍ଟାର କ୍ରିକେଟର ରିଙ୍କୁ ସିଂହ ସମ୍ପ୍ରତି ଟିମ୍ ଇଣ୍ଡିଆ ଛାଡି ଘରକୁ ଫେରିଥିଲେ । ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ତାଙ୍କ ଫେରିବାର…

କ’ଣ ଗୋଟିଏ ପୁଅ ନାଁରେ ସବୁ ସମ୍ପତ୍ତି କରିପାରିବେ ବାପା? ଜାଣନ୍ତୁ କ’ଣ ରହିଛି ନିୟମ

ପରିବାରରେ ସମ୍ପତ୍ତି ବିବାଦ କିଛି ନୂଆ ନୁହେଁ। ଗ୍ରାମାଞ୍ଚଳ ହେଉ କି ସହରାଞ୍ଚଳ, ପ୍ରାୟତଃ ଏହି ପ୍ରଶ୍ନ ଉଠେ: ଜଣେ ପିତା କ’ଣ ତାଙ୍କର ସମସ୍ତ ଜମି…

୫ ଦିନ ପରେ ମିଳିଲା ପ୍ରଧାନଶିକ୍ଷକଙ୍କ ଝୁଲନ୍ତା ମୃତଦେହ, ପାଖରୁ ମିଳିଲା…

ଝରିଗାଁ,୨୫ା୨(କିଶୋର ଚନ୍ଦ୍ର ମଣ୍ଡଳ): ନିଖୋଜ ହେବାର ୫ ଦିନ ପରେ ମିଳିଲା ଭାରପ୍ରାପ୍ତ ପ୍ରଧାନଶିକ୍ଷକଙ୍କ ମୃତଦେହ। ଯାହାକି ପରିବାର ଏବଂ ବିଦ୍ୟାଳୟରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି।…

ସ୍ତ୍ରୀକୁ ମାରିବାକୁ ଉଦ୍ୟମ ବେଳେ ମଝିରେ ଆସିଲେ ଶ୍ବଶୁର, ପେଟ୍ରୋଲ ଢାଳି ମାରିଦେଲେ ଜ୍ବାଇଁ

ବାଲିଆପାଳ,୨୫।୨(ଗୋପାଳ ଚନ୍ଦ୍ର ସାହୁ/ରାଜଶ୍ରୀ ପାଣିଗ୍ରାହୀ) ପ୍ରେମ ବିବାହର କରୁଣ ପରିଣତି । ଜ୍ବାଇଁ ସାଜିଲେ ନରରାକ୍ଷସ। ପେଟ୍ରୋଲ ଢ଼ାଳି ଜୀବନରୁ ସ୍ତ୍ରୀଙ୍କୁ ମାରିବା ଉଦ୍ୟମ କରୁଥିବା ବେଳେ…

ମର୍ଡର ଘଟଣା ଉପରୁ ପର୍ଦ୍ଦା ହଟାଇଲେ କୋରାପୁଟ ଏସ୍‌ପି, ପ୍ରେମିକକୁ ପାଇବା ପାଇଁ ହତ୍ୟା କରିଥିଲେ ଝିଅ

ବୋରିଗୁମ୍ମା,୨୫।୨(ବିଜୟ ନାରାୟଣ ସାହୁ): ପ୍ରେମ ପାଇଁ ଜଣେ ନାବାଳିକା ତାଙ୍କ ପ୍ରେମିକ ସହ ମିଶି ମା’ ଓ ନାବାଳକ ଭାଇଙ୍କୁ ହତ୍ୟାକାଣ୍ଡ ମାମଲାରେ ପୋଲିସର ବଡ଼ ଖୁଲାସା…

ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହ ଜବତ, ଏସ୍‌ପି କହିଲେ ପୂରା ଘଟଣା…

ଫୁଲବାଣୀ/ଦାରିଙ୍ଗବାଡ଼ି,୨୫ା୨(ରାକେଶ କୁମାର ରାଉତ/ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା କୁଟିମାହା ଗ୍ରାମ ନିକଟ ପକାରୀ ସଂରକ୍ଷିତ ଜଙ୍ଗଲରୁ ଦୁର୍ଦ୍ଦାନ୍ତ ମାଓବାଦୀ ଅନ୍ବେଷଙ୍କ ଗଳିତ ମୃତଦେହକୁ ପୋଲିସ…

ଗୁଗୁଲ ଏବଂ ୟୁଟ୍ୟୁବକୁ ଚଳାଉଥିବା ସିଇଓମାନେ କେଉଁ ଜାତିର? ଜାଣିଲେ ହୋଇଯିବେ ତାଜୁବ

ବିଶ୍ୱର ସର୍ୱବୃହତ ଟେକ ଏବଂ ଲଗଜରୀ କମ୍ପାନୀଗୁଡ଼ିକରେ ଭାରତୀୟ ବଂଶୋଦ୍ଭବ କାର୍ଯ୍ୟନିର୍ୱାହୀଙ୍କ ପ୍ରାଧାନ୍ୟ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଦିଲ୍ଲୀରେ ସମ୍ପ୍ରତି ଅନୁଷ୍ଠିତ ଏଆଇ ସମ୍ମିଳନୀରେ, ଫ୍ରାନ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri