ବିଜେଡିରେ ଯୋଗଦେଲେ କଂଗ୍ରେସର ଏନ୍‌ଏସି କାର୍ଯ୍ୟକାରୀ ସଭାପତି

ଚାନ୍ଦବାଲି, ୩।୧୦(ଡି.ଏନ.ଏ.)-ବିଜେଡି ପକ୍ଷରୁ ଚାଲିଥିବା ଜନସମ୍ପର୍କ ପଦଯାତ୍ରା ଅବସରରେ ଭଦ୍ରକ ଜିଲା ଚାନ୍ଦବାଲି କଂଗ୍ରେସ ଏନ୍‌ଏସିର କାର୍ଯ୍ୟକାରୀ ସଭାପତି ମହମ୍ମଦ ମଞ୍ଜର ବିଜେଡିରେ ଯୋଗ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ ଜନକଲ୍ୟାଣକାରୀ ଯୋଜନା ଓ ଚାନ୍ଦବାଲିି ବିଧାୟକ ଡ. ବ୍ୟୋମକେଶ ରାୟଙ୍କ ଉନ୍ନତିମୂଳକ କାର୍ଯ୍ୟ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ କଂଗ୍ରେସ ଦଳ ଛାଡ଼ି ୩୨ ପରିବାର ସହ ସୋମବାର ବିଜେଡିରେ ମିଶିଛନ୍ତି। ବିଜେଡି କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ମିଶ୍ରଣ ପର୍ବରେ ବିଧାୟକ ଡ. ରାୟଙ୍କ ସହ ଦଳର ବରିଷ୍ଠ ନେତା ନରେଶ ମାଝି, ଖଗେଶ୍ୱର ବଳ, ଶୁଭେନ୍ଦୁ ସାହୁ, ପ୍ରିନ୍ସ ରାକେଶ ନାୟକ, ସେକ୍‌ ଫିରୋଜ, ମହମ୍ମଦ ଅୟୁବ୍‌, ସେକ୍‌ ମୋବାରକ୍‌ ଓ ୬ ନମ୍ବର ୱାର୍ଡ କାଉନସିଲରଙ୍କ ପ୍ରତିନିଧି ସେହେରାଜ୍‌ ହୁସେନ୍‌ ଉପସ୍ଥିତ ଥିଲେ। ମହମ୍ମଦ ମଞ୍ଜରଙ୍କ ନେତୃତ୍ୱରେ କଂଗ୍ରେସର ବହୁ କର୍ମୀ ବିଜେଡିରେ ସାମିଲ ହୋଇଥିବା ବେଳେ ବିଧାୟକ ସ୍ବାଗତ କରିବା ସହ ୬ ନମ୍ବର ୱାର୍ଡରେ ୩୨ ପରିବାରର ଯୋଗଦାନ ଦଳକୁ ମଜ୍‌ଭୁତ କରିବ ବୋଲି କହିଥିଲେ।