ଏହି କାରଣ ପାଇଁ ଦଳରୁ ବିଦା ହେଲେ ଏନ୍‌ଏସି ଉପାଧ୍ୟକ୍ଷ

ପାଟଣାଗଡ଼,୨୩ା୧(ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଏନ୍‌ଏସି ଉପାଧ୍ୟକ୍ଷ ପ୍ରଫୁଲ୍ଲ କୁମାର ମେହେରଙ୍କୁ ଦଳ ବିରୋଧୀ କାର୍ଯ୍ୟ ଯୋଗୁ ବିଜୁ ଜନତା ଦଳ ପକ୍ଷରୁ ତାଙ୍କୁ ପତ୍ରସଂଖ୍ୟା ୩୦/୧/ଏସ୍‌ବି/ବିଜେଡି/୨୦୨୬ରେ ତାଙ୍କୁ ଦଳର ଉପସଭାପତି ପ୍ରତାପ ଜେନା ବହିଷ୍କୃତ କରିଛନ୍ତି।

ପ୍ରକାଶ ଯେ, ପାଖାପାଖି ୨ ବର୍ଷରୁ ଊଦ୍ଧର୍‌ବ ହେବ ଉପାଧ୍ୟକ୍ଷ ଏନ୍‌ଏସି ଅଧ୍ୟକ୍ଷା ମାନସୀ ବିଶାଲଙ୍କ ସହିତ ତାଙ୍କର ମତାନ୍ତର ଲାଗିରହିଥିଲା। ଯାହାଫଳରେ ଏନ୍‌ଏସି ଅଞ୍ଚଳରେ ବିକାଶମୂଳକ କାମଗୁଡ଼ିକ ହେବାରେ ବିଭିନ୍ନ ସମୟରେ ବାଧା ଉପୁଜୁଥିଲା। ଏହି ଘଟଣା ସମୟାନୁକ୍ରମେ ଦଳର ହାଇକମାଣ୍ଡଙ୍କ ପାଖରେ ପହଞ୍ଚିଥିଲା। ପରେ ଏନେଇ ଉପାଧ୍ୟକ୍ଷଙ୍କୁ ଦଳ ପକ୍ଷରୁ ତାଗିଦ ମଧ୍ୟ କରାଯାଇଥିଲା। ତଥାପି ସେ ଦଳ ବିରୋଧୀ କାମ ସହ ଉନ୍ନତିମୂଳକ କାମରେ ବାରମ୍ବାର ବ୍ୟାହତ ସୃଷ୍ଟି କରୁଥିଲେ। ପରିଶେଷରେ ଦଳର ହାଇକମାଣ୍ଡ ଜିଲା ସଭାପତି ସରୋଜ କୁମାର ମେହେରଙ୍କ ସହ ଆଲୋଚନା କଲା ପରେ ଏପରି ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି।

Dharitri –Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଡିକିରୁ ନେଇଗଲେ ୬୦ ଗ୍ରାମ ସୁନା, ୧ ଲକ୍ଷ ୪୪ ହଜାର ଟଙ୍କା

ବାଲୁଗାଁ: ଖୋର୍ଦ୍ଧା ଜିଲା ବାଲୁଗାଁ ଇଞ୍ଜନପୁର ଛକରେ ଗୁରୁବାର ଏକ ବଡ଼ ଧରଣର ଳୁଟ ହୋଇଛି। ୩ଜଣ ଦୁବୃର୍ତ୍ତ ଜଣେ ସ୍କୁଟି ଚାଳକଙ୍କୁ ଅଟକାଇ ସ୍କୁଟି ଡିକିରେ…

ସି-ସୋର ଚିଟ୍‌ଫଣ୍ଡ କେଳେଙ୍କାରୀ ମାମଲା: ପୂର୍ବତନ ଏମ୍‌ପିଙ୍କୁ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି

କଟକ,୧୨ା୩(ପ୍ରଭୁକଲ୍ୟାଣ ମହାପାତ୍ର): ବହୁଚର୍ଚ୍ଚିତ ସି-ସୋର୍‌ ଚିଟ୍‌ଫଣ୍ଡ୍‌ କେଳେଙ୍କାରୀ ମାମଲାରେ ଅଭିଯୁକ୍ତ ବାଲେଶ୍ୱରର ପୂର୍ବତନ ଏମ୍‌ପି ରବୀନ୍ଦ୍ର କୁମାର ଜେନାଙ୍କୁ ହାଇକୋର୍ଟରୁ ସାମୟିକ ଆଶ୍ୱସ୍ତି। ତାଙ୍କୁ ପୂର୍ବରୁ ମିଳିଥିବା…

‘ମୁଖ୍ୟମନ୍ତ୍ରୀ ମୋ ପାଇଁ କୃଷ୍ଣ’, ନୀତୀଶ କୁମାରଙ୍କ ନାମ ନେବାରୁ କାହିଁକି କାନ୍ଦି ଉଠିଲେ ମହିଳା ମନ୍ତ୍ରୀ, ଜାଣନ୍ତୁ ଏହା ପଛର କାରଣ

ପାଟନା,୧୨।୩: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ରାଜ୍ୟ ସଭାରେ ପ୍ରବେଶ କରିବାକୁ ଯାଉଛନ୍ତି। ତାଙ୍କ ନିଷ୍ପତ୍ତି ଦଳୀୟ କର୍ମୀ ଏବଂ ନେତାଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରିଛି।…

ସରକାର ମୋ କଥା ଶୁଣିବା ଉଚିତ୍…ପ୍ରଧାନମନ୍ତ୍ରୀଙ୍କ ଉପରେ ଅସନ୍ତୋଷ ଝାଡିଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ,୧୨।୩: ଗୁରୁବାର ଦିନ ଲୋକସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ଦଳ ଗ୍ୟାସ ସିଲିଣ୍ଡରକୁ ନେଇ ପ୍ରତିବାଦ କରିଥିଲେ। ମୁଲତବୀ ପରେ, ବିରୋଧୀ ଏମପିମାନେ ସଂସଦ ପରିସରରେ ସ୍ଲୋଗାନ…

ବିନା ଲାଇସେନ୍ସ, କାଗଜପତ୍ରରେ ଗଡୁଛି ଟ୍ରାକ୍ଟର, ଗୋଟିଏ ରେଜିଷ୍ଟ୍ରେଶନ ନମ୍ବରରେ ଏକାଧିକ ଗାଡ଼ି

ଧର୍ମଶାଳା,୧୨ା୩(ଶିବ ପ୍ରସାଦ ମହାନ୍ତି): ପରିବହନ ବିଭାଗ ପକ୍ଷରୁ ନିୟମ ଅନେକ ରହିଥିଲେ ସୁଦ୍ଧା ତାହା ଟ୍ରାକ୍ଟରଗୁଡ଼ିକ ପାଇଁ ସଠିକ୍‌ ଭାବରେ ପାଳନ କରାଯାଉନାହିଁ। ଯାଜପୁର ଜିଲା ଧର୍ମଶାଳା…

ପୁଣି ବୁଲଡୋଜର ମାଡ଼: ଭାଙ୍ଗୁଛି ଗୋଟିଏ ପରେ ଗୋଟିଏ ନିଶା ଆଡ୍ଡାସ୍ଥଳୀ

ବରଗଡ଼,୧୨।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ବଢି ଚାଲିଥିବା ନିଶା କାରବାର ପୋଲିସର ନିଦ ହଜାଇ ଦେଇଛି। ପୋଲିସ ଥରକୁ ଥର ଚଢାଉ କରୁଛି । କଫ ସିରପ,…

IAS ସ୍ତରରେ ଅଦଳବଦଳ, ୫ IASଙ୍କୁ….

ଭୁବନେଶ୍ବର,୧୨।୩: IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର । ୨୦୨୨ କ୍ୟାଡରର ୫ IASଙ୍କୁ ଉପଜିଲାପାଳ ଭାବେ ନିଯୁକ୍ତି ଦିଆଯାଇଛି । ବରିଷ୍ଠ ପ୍ରଶାସକ ମନୀଷ…

୬ ମାସ ପ୍ରେମ ୬୦ ବର୍ଷ ପରି… ମୋନାଲିସାଙ୍କୁ ବିବାହ ପରେ ମୁହଁ ଖୋଲିଲେ ଫରମାନ

ମହାକୁମ୍ଭ ମେଳା ୨୦୨୫ରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବା ମୋନାଲିସା ଏବେ ତାଙ୍କ ବ୍ୟକ୍ତିଗତ ଜୀବନ ପାଇଁ ଚର୍ଚ୍ଚାରେ ଅଛନ୍ତି। ସେ ତାଙ୍କ ପ୍ରେମିକ ଫରମାନ ଖାନଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri