ବିଜେଡି ହାତରେ ପୁଣି ଅତାବିରା ଏନ୍ଏ‌ସି : ଭାଜପା ମୂଳପୋଛ, କଂଗ୍ରେସକୁ ଗୋଟିଏ ଆସନ

ବରଗଡ଼ ଅଫିସ/ସରଣ୍ଡା,୫।୪(ଡିଏନଏ): ବରଗଡ଼ ଜିଲା ଅତାବିରା ଏନ୍‌ଏସି ନିର୍ବାଚନ ଫଳାଫଳ ବୁଧବାର ଘୋଷିତ ହୋଇଛି।
ବିଜେ ବନମାଳୀ ବରିହା ସର୍ବାଧିକ ୪୮୧୯ ଭୋଟ ପାଇ ନଗରପାଳଭାବେ ବିଜୟୀ ହୋଇଛନ୍ତି। ସେହିପରି କଂଗ୍ରେସ ପ୍ରାର୍ଥିନୀ ସବିତା ଭୁଏଙ୍କୁ ୧୭୩୭ ଏବଂ ଭାଜପା ପ୍ରାର୍ଥିନୀ ଲଷ୍ମୀ ବେହେରାଙ୍କୁ ୧୫୩୨ ଭୋଟ ମିଳିଛି। ତେବେ ୧୨ୱାର୍ଡ ବିଶିଷ୍ଟ ଉକ୍ତ ଏନ୍‌ଏସିର ୱାର୍ଡ ନଂ-୧ କଂଗ୍ରେସ ହାତକୁ ଯାଇଥିବା ବେଳେ ବାକି ୧୧ଟି ୱାର୍ଡ ବିଜେଡି ବାଜିମାତ୍‌ କରିଛି। ୱାର୍ଡ ନଂ-୧ରେ କଂଗ୍ରେସ ପ୍ରାର୍ଥୀ ଦିପକ ରାୟ ବିଜୟୀ ହୋଇ ଦଳ ପାଇଁ ଖାତା ଖୋଲିଛନ୍ତି। ବାକି ସବୁ ଆସନ ବିଜେଡି ହାତକୁ ଯାଇଛି। ୱାର୍ଡ ନଂ- ୨ରେ ବିଜେଡିର ଶିବାନନ୍ଦ ତ୍ରିପାଠୀ, ୱାର୍ଡ ନଂ-୩ରେ ନେପାଳ ପ୍ରଧାନ, ୱାର୍ଡ ନଂ-୪ରେ ସବିତା ମଲ୍ଲିକ, ୱାର୍ଡ ନଂ-୫ରେ ରାଜୀବ କହରା, ୱାର୍ଡ ନଂ-୬ରେ ପ୍ରମିଳା ପ୍ରଧାନ, ୱାର୍ଡ ନଂ-୭ରେ ବିଲ୍ଲୋସ ଜୋନପୁରୀ, ୱାର୍ଡ ନଂ-୮ରେ ରେଣୁକା ପ୍ରଧାନ, ୱାର୍ଡ ନଂ-୯ରେ ନାରାୟଣ ସାହୁ, ୱାର୍ଡ ନଂ-୧୦ରେ ସୁରେଖା ବାଗ, ୱାର୍ଡ ନଂ-୧୧ରେ ଅନୁସୟା ବିଶ୍ବାଳ ଏବଂ ୱାର୍ଡ ନଂ-୧୨ରେ ଯମୁନା ଭୁଏ ବିଜୟୀ ହୋଇଛନ୍ତି ଭାଜପା ଏଠାରେ ମୂଳପୋଛ ହୋଇଯିବା ଘଟଣା ଜିଲାରେ ଚର୍ଚ୍ଚାର ବିଷୟ ହୋଇଛି। ପୁଣି ଏନ୍‌ଏସି ଦଖଲ ପରେ ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଏବଂ ଦଳର ବିଜୟୀ ପ୍ରାର୍ଥୀଙ୍କ ଉପସ୍ଥିତିରେ ଅତାବିରାରେ ବିଜୟ ଉତ୍ସବ ମନାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ଦୁର୍ଘଟଣା: ପ୍ରଶାସନର ପ୍ରତିଶ୍ରୁତି ପରେ ଓହରିଲା ରାସ୍ତାରୋକ: ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର

ଥୁଆମୂଳରାମପୁର,୭ା୪(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳରାମପୁର ଥାନା ଅଞ୍ଚଳରେ ସୋମବାର ଘଟିଥିବା ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୪କୁ ବୃଦ୍ଧି ପାଇଛି। ଜିଲା ମୁଖ୍ୟ…

ସିଜିମାଳି ଖଣିରେ ରାସ୍ତା ନିର୍ମାଣକୁ ନେଇ ତୁମୁଳକାଣ୍ଡ: ଗ୍ରାମବାସୀ-ପୋଲିସ ମୁହାଁମୁହିଁ, ୧୦୦ରୁ ଊର୍ଦ୍ଧ୍ୱ ଆହତ,ଗିରଫ ଭୟରେ…

ରାୟଗଡ଼ା,୭।୪(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ସିଜିମାଳି ପାହାଡରେ ରାସ୍ତା ନିର୍ମାଣକୁ ନେଇ ସମଗ୍ର ଅଞ୍ଚଳ ଅଶାନ୍ତ ହୋଇପଡିଛି। ରାସ୍ତା ନିର୍ମାଣ କାର୍ଯ୍ୟକୁ ବିରୋଧ କରି କାଶୀପୁର…

ରାତିରେ କାଠଗଦାରେ ଚାଲୁଥିଲା ୧୨ ଫୁଟର କିଂ କୋବ୍ରା: ହଠାତ ପଡିଲା ଲୋକଙ୍କ ନଜରରେ…

ଦିଗପହଣ୍ଡି,୭।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗାଁରୁ ୧୨ ଫୁଟ ଲମ୍ବର ଏକ ଅହିରାଜ (କିଙ୍ଗକୋବ୍ରା) ସାପକୁ ବନବିଭାଗ କର୍ମଚାରୀ…

ପୁଣି ଦୁର୍ଘଟଣା ଘଟାଇଲା ଆମବସ୍‌: ଯାତ୍ରୀଙ୍କ ଉପରେ ଭାଙ୍ଗି ପଡ଼ିଲା କାଚ

ଭୁବନେଶ୍ୱର,୭।୪: ପୁଣି ଦୁର୍ଘଟଣା ଘଟାଇଲା ଆମ ବସ୍‌। ହାଇଓ୍ବାକୁ ପିଟିଲା ପଛରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ଏଭଳି ଘଟଣା ଘଟିଛି ବାରଙ୍ଗ ଥାନା ପଦ୍ମନାଭ ନଗର ଛକ…

ବେଶି ଦିନ ତିଷ୍ଠିଲାନି ପ୍ରେମ ବିବାହ: ସ୍ତ୍ରୀଙ୍କୁ ହତ୍ୟା କଲା ପରେ ଝୁଲିପଡିଲେ ସ୍ବାମୀ, ଅଞ୍ଚଳରେ ଚାଞ୍ଚଲ୍ୟ…

ଭଞ୍ଜନଗର,୭।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ସରନୂଆଁପଲ୍ଲୀ ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମ ବିବାହ କରିଥିବା ସ୍ତ୍ରୀଙ୍କୁ ହତ୍ୟା…

ସୀମାରେ ସାପ-କୁମ୍ଭୀର ଛାଡିବ ଭାରତ! ଶୁଣିକି ଛାନିଆ ହେଲା ପାକ୍‌-ବାଂଲାଦେଶ

ନୂଆଦିଲ୍ଲୀ,୭।୪: ଭାରତ-ବାଂଲାଦେଶ ସୀମାରେ ଅବୈଧ ଅନୁପ୍ରବେଶକୁ ରୋକିବା ପାଇଁ ବିଏସଏଫ ଏକ ଅଭିନବ ପଦ୍ଧତି ପ୍ରସ୍ତୁତ କରିଛି। ସୋମବାର ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ସୀମା ସୁରକ୍ଷା…

ଭାଜପାର ମହାଅଭିଯାନ: ନୂତନ ଭାରତ ଗଠନ କରିବାକୁ ପ୍ରୟାସ

ବନ୍ତ,୭।୪(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ସରସ୍ବତୀ ବିଦ୍ୟାମନ୍ଦିରଠାରେ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ନୀତି ଆଦର୍ଶକୁ ପାଥେୟ କରି ଭାଜପା ତରଫରୁ ଏକ ପ୍ରଶିକ୍ଷଣ ଶିବିର…

କୁଆପଥର ବର୍ଷାରେ ଭାଙ୍ଗିଲା ହଜାର ହାଜାର ଘର: ତହସିଲ ଅଫିସରେ ଧସେଇ ପଶିବା ସହ ରାସ୍ତାରୋକୋ

ପାଟଣା,୭।୪(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନରେ ଘର୍ଣ୍ଣିଝଡ଼ ସହ ପ୍ରବଳ କୁଆପଥର ମାଡ ହୋଇଛି। ଫଳରେ ହଜାର ହଜାର ଟାଇଲ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri