ଏନ୍‌ଏସି ବାସୀ ପିଉଛନ୍ତି ଗୋଳିଆ ପାଣି

ଚମ୍ପୁଆ,୫।୮(ଡି.ଏନ.ଏ)- ଜନସ୍ବାସ୍ୟ ବିଭାଗ ପକ୍ଷରୁ ଚମ୍ପୁଆ ଏନଏସି ବାସୀଙ୍କୁ ଗୋଳିଆ ପାନୀୟ ଜଳ ଯୋଗାଇ ଦିଆଯାଉଥିବାରୁ ଅସନ୍ତୋଷ ଦେଖାଦେଇଛି। ନିୟମିତ ଭାବେ ଏହି ପାନୀୟ ଜଳ ଯୋଗାଇ ଦିଆଯାଉଥିବାରୁ ଏନ୍‌ଏସି ବାସୀଙ୍କ ସ୍ବାସ୍ଥ୍ୟକୁ ନେଇ ବିଭାଗର ଦାୟିତ୍ୱ ପ୍ରତି ପ୍ରଶ୍ନ ଉଠିଛି। ବିଭାଗର ସ୍ବାସ୍ଥ୍ୟକର ପାନୀୟ ଜଳ ଯୋଗାଇ ଦେବାର ପ୍ରତିଶ୍ରୁତି ଏବେ ପାଣିର ଗାର ପାଲଟିଛି। ସୂଚନା ଅନୁସାରେ ଚମ୍ପୁଆ ଅଞ୍ଚଳରେ ପାନୀୟ ଜଳ ସମସ୍ୟା ସମାଧାନ ପାଇଁ ଏକ କମ୍ପାନି ପକ୍ଷରୁ ୮୦ ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଏକ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରାଯାଇଛି। ଶୁଦ୍ଧ ପାନୀୟ ଜଳ ଯୋଗାଇବା ଲକ୍ଷ୍ୟ ନେଇ ଏହା ନିର୍ମାଣ କରାଯାଇଥିବା ବେଳେ ୬ ଲକ୍ଷ ଲିଟର କ୍ଷମତା ସମ୍ପନ୍ନ ଜଳ ସଂରକ୍ଷଣ ବ୍ୟବସ୍ଥା କରାଯାଇଛି। ମାତ୍ର କିଛି ଦିନ ହେବ ଉକ୍ତ ଟାଙ୍କିରୁ ଯୋଗାଇ ଦିଆଯାଉଥିବା ଜଳ ଗୋଳିଆ ଓ ପଟୁ ଆସୁଥିବା ଦେଖିବାକୁ ମିଳୁଛି। ଫଳରେ ସଂଯୋଗ ହୋଇଥିବା ଏନଏସି ବାସୀନ୍ଦାମାନେ କେତେକ ଏହାକୁ ଫୁଟାଇ ବ୍ୟବହାର କରୁଥିବା ବେଳେ କେତେକ ଛାଣି ବ୍ୟବହାର କରୁଛନ୍ତି। ଏସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ କହିଛନ୍ତି ଯେ, ଖରା ଦିନେ ଏଭଳି ସମସ୍ୟା ହେଉ ନ ଥିବା ବେଳେ ବର୍ଷା ଦିନରେ ଏହି ସମସ୍ୟା ହେଉଛି। ନଦୀରେ ଥିବା ଇନଟେକ ୱେଲର ଗ୍ୟାଲେରୀ ଯୋଗୁ ଏହି ପାଣି ଗୋଳିଆ ଆସୁଛି। ଆମ୍ଭେ ତାକୁ ପିଏସି, ବ୍ଲିଚିଙ୍ଗ, ହାଲାମ ଓ ଆଦି ପକାଇ ସଫା କରୁଛୁ। ନିୟମିତ ଏହାକୁ ଫିଲଟରାଇଜ କରାଯାଉଥିଲେ ମଧ୍ୟ ବର୍ଷା ଯୋଗୁ ନଦୀରେ ଆସୁଥିବା ଗୋଳିଆ ପାଣି ପାଇଁ ଏହା ଗୋଳିଆ ହୋଇ ବାହାରୁଛି। ନିକଟ ଭବିଷ୍ୟତରେ ଗୋଧୂଳିଠାରେ ନିର୍ମାଣ କରାଯାଉଥିବା ୪୦ଲକ୍ଷ ଲିଟରର ୱାଟର ଟ୍ରିଟ୍‌ମେଣ୍ଟ ପ୍ଲାଣ୍ଟ କାଯର୍‌ୟକ୍ଷମ କରାଗଲେ ସ୍ବଚ୍ଛ ପାଣି ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଟୋକୀମରା ପର୍ବ ପାଇଁ ହାଟରେ ଜନସମୁଦ୍ର: ବିପଦପୂର୍ଣ୍ଣ ସ୍ଥାନରେ ଚାଲିଛି କିଣାବିକା, ପ୍ରଶାସନିକ ଅବହେଳାକୁ…

ଥୁଆମୂଳ ରାମପୁର,୨୪।୧୨(ଦୁର୍ଗା କୀର୍ତ୍ତି): ସ୍ଥାନୀୟ ଅଞ୍ଚଳର ଆଦିବାସୀମାନଙ୍କ ପାରମ୍ପରିକ ମୁଖ୍ୟ ପର୍ବ “ଟୋକୀମରା”ପାଇଁ ଆଜି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ସ୍ଥିତ ବିଦେଶୀ...

ବରଗଡ଼ ଧନୁଯାତ୍ରା: ଶୁଭେଚ୍ଛା ଜଣାଇଲେ ନବୀନ ପଟ୍ଟନାୟକ

ବରଗଡ଼,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆଜିଠାରୁ ଆରମ୍ଭ ହେବ। ସନ୍ଧ୍ୟା ୭ଟାରେ ଏହି ମହୋତ୍ସବର ଉଦଘାଟନୀ ସମାରୋହ ରହିଛି। ଏହା...

ଜିଲାପାଳ କାର୍ଯ୍ୟାଳୟ ଆଗରେ ପୂର୍ବତନ ତହସିଲଦାରଙ୍କ ଧାରଣା, କହିଲେ ନ୍ୟାୟ ନମିଳିବା ପର୍ଯ୍ୟନ୍ତ…

ବାରିପଦା,୨୪ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ)-ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା । ବଦଳି ହୋଇ ଆସିଥିବା ଓଡିଶା ପ୍ରଶାସନିକ ସେବା(ଓଏଏସ) ପୂର୍ବତନ ତହସିଲଦାର କାର୍ଯ୍ୟରେ ଯୋଗଦେବାକୁ ନେଇ...

ଆରମ୍ଭ ହେଲା ବରଗଡ଼ ‘ଧନୁଯାତ୍ରା’: ଚାଲିଲା କଂସ ରାଜୁତି

ମଥୁରାନଗରୀ,୨୪।୧୨(ପ୍ରେମାନନ୍ଦ ଖମାରୀ)- ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ବୁଧବାର ଉଦଘାଟିତ ହୋଇଯାଇଛି। ସଂଧ୍ୟା ପ୍ରାୟ ୭ଟା ୩୦ମିନିଟ୍‌ରେ ସ୍ଥାନୀୟ ଏମ୍‌ପି ପ୍ରଦୀପ କୁମାର...

ଦିଗପହଣ୍ଡିରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ଶିଳାନ୍ୟାସ କଲେ ବିଧାୟକ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି,୨୪|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ନିମନ୍ତେ ବୁଧବାର ବିଧାୟକ ଡ଼.ସିଦ୍ଧାନ୍ତ ମହାପାତ୍ର ଶିଳାନ୍ୟାସ କରିଛନ୍ତି । ରାଜ୍ୟ...

ଡ୍ରେନରେ ପଡ଼ି ସାଇକେଲ ଆରୋହୀ ମୃତ, ମୁକୁଳା ଥିବାରୁ ଅଘଟଣ ଅଭିଯୋଗ

ବଲାଙ୍ଗୀର, ୨୪/୧୨- (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ବଲାଙ୍ଗୀର ସହର ଜଗନ୍ନାଥପଡା ପାଟଣେଶ୍ୱରୀ ମନ୍ଦିର ସମ୍ମୁଖରେ ଥିବା...

ଆସନ୍ତା ୨୭-୨୮ରେ ବୁଢ଼ାଡଙ୍ଗର ଲୋକ ମହୋତ୍ସବ: ସମ୍ମାନୀତ ହେବେ…ଯୋଗ ଦେବେ ବଲିଉଡ ସହ…

କେସିଙ୍ଗା,୨୪।୧୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲାର ଅଗ୍ରଣୀ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଶାନ୍ତ କୁମାର ମହାପାତ୍ରଙ୍କ ନେତୃତ୍ୱରେ ବିଏସ୍‌ଏ କାର୍ଯ୍ୟାଳୟ ପରିସରରେ ବୁଧବାର ସାରେ ଏକ...

‘ଲୋକେ ସଚେତନ ହେଲେ ଲୋପ ପାଇବ କୁସଂସ୍କାର’; ୩୬ତମ ବାର୍ଷିକ ଉତ୍ସବରେ…

ଭଞ୍ଜନଗର,୨୪।୧୨(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସରସତୀ ଶିଶୁ ବିଦ୍ୟା ମନ୍ଦିର (ଡିହପଢାଳ) ର ୩୬ ତମ ବାର୍ଷିକ ଉତ୍ସବ ମଙ୍ଗଳବାର ସାଂରେ ପାଳିତ ହୋଇଯାଇଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri