ନାବାର୍ଡ ଦେଖାଇଲା ସମବାୟ ବ୍ୟାଙ୍କର ବିକଳଚିତ୍ର

ଭୁବନେଶ୍ୱର,୧।୫ (ରବିନାରାୟଣ ଜେନା): ଓଡ଼ିଶାରେ ଗ୍ରାମ୍ୟ ଅର୍ଥନୀତି ମଜଭୁତ କରିବାରେ ସମବାୟ ସମିତିଗୁଡ଼ିକ ହେଲା ମୂଳଦୁଆ। ହେଲେ ଯେଉଁ ଆଭିମୁଖ୍ୟ ନେଇ ରାଜ୍ୟରେ ସମବାୟ ସମିତି ଓ ସମବାୟ ବ୍ୟାଙ୍କ ଗଢ଼ିଉଠିଛି, ତାହା ସାଧିତ ହେଉନାହିଁ। ଚାଷୀଙ୍କ ହିତ ଲାଗି ଶସ୍ୟଋଣ ବାବଦକୁ ରାଜ୍ୟ ସରକାର ପ୍ରତିବର୍ଷ ଶତାଧିକ କୋଟି ଟଙ୍କା ରାଜ୍ୟ ସମବାୟ ବ୍ୟାଙ୍କ ଓ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଜରିଆରେ ସମବାୟ ସମିତିକୁ ଯୋଗାଇ ଦେଉଛନ୍ତି। ଏହାଦ୍ୱାରା ଚାଷୀଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ ହେବ ବୋଲି ସରକାର ଲକ୍ଷ୍ୟ ରଖିଛନ୍ତି। ହେଲେ ଉକ୍ତ ଟଙ୍କା ନିର୍ଦ୍ଦିଷ୍ଟ ପଦ୍ଧତି ଦେଇ ଚାଷୀଙ୍କ ପାଖରେ ପହଞ୍ଚତ୍ପାରୁନାହିଁ। କେତେବେଳେ ଋଣ ଅର୍ଥକୁ ସୁଧ ବାବଦରେ ଖର୍ଚ୍ଚ କରାଯାଉଛି ତ ଆଉ କେତେବେଳେ ବ୍ୟାଙ୍କ ଓ ସମବାୟ ସମିତି କର୍ତ୍ତୃପକ୍ଷ ନୂତନ ଗାଡ଼ି ଓ ଅନ୍ୟାନ୍ୟ ଭିତ୍ତିଭୂମି ବାବଦରେ ଖର୍ଚ୍ଚ କରିଦେଉଛନ୍ତି। ଫଳରେ ଚାଷୀ ବିଶେଷ ଉପକୃତ ହୋଇପାରୁନାହାନ୍ତି। ସମବାୟ ସମିତି ଓ ବ୍ୟାଙ୍କଗୁଡ଼ିକ ଉପରେ ଦିନକୁ ଦିନ ସ୍ବଳ୍ପମିଆଦୀ ଋଣ ବୋଝ ବଢ଼ିଚାଲିଥିବାବେଳେ ‘ଇମ୍‌ବାଲାନ୍ସ’ (ଅସନ୍ତୁଳିତ) ସ୍ଥିତି ଅସମ୍ଭାଳ ହୋଇଛି। ସମବାୟ ବ୍ୟାଙ୍କ ଓ ସମିତି ଏକପ୍ରକାର ଖୋଳ ସଦୃଶ ହୋଇଚାଲିଛି ବୋଲି ‘ନାବାର୍ଡ’ ପକ୍ଷରୁ କରାଯାଇଥିବା ଏନ୍‌ଏବିସିଓଏନ୍‌ଏସ୍‌ ସର୍ଭେରୁ ଜଣାପଡ଼ିଛି।
ସର୍ଭେ ଅନୁଯାୟୀ, ରାଜ୍ୟରେ ସମବାୟ ବ୍ୟାଙ୍କଗୁଡ଼ିକ ଜରିଆରେ ଇମ୍‌ବାଲାନ୍ସ ଓ ସ୍ବଳ୍ପମିଆଦୀ ଋଣ ପରିମାଣରେ ଐତିହାସିକ ତଥ୍ୟ ଦେଖିବାକୁ ମିଳିଛି। ୨୦୧୭-୧୮ରେ ୧ ହଜାର କୋଟି ଟଙ୍କାର ଇମ୍‌ବାଲାନ୍ସ ରହିଥିବାବେଳେ ୨୦୨୨-୨୩ ସୁଦ୍ଧା ଏହି ପରିମାଣ ପ୍ରାୟ ୩ ହଜାର ୨୨ କୋଟି ଟଙ୍କାକୁ ଛୁଇଁଛି। ସେହିପରି ସ୍ବଳ୍ପମିଆଦୀ ଋଣ କ୍ଷେତ୍ରରେ ୨୦୧୭-୧୮ରେ ଏହା ୧୧ ହଜାର ୫ କୋଟି ରହିଥିବାବେଳେ ୨୦୨୨-୨୩ ବେଳକୁ ଏହା ୧୬ ହଜାର ୬୮୩ କୋଟି ଟଙ୍କାରେ ପହଞ୍ଚତ୍ଛି। ଯଦି ଏହି ଟ୍ରେଣ୍ଡ୍‌ ବଳବତ୍ତର ରୁହେ ତେବେ ଇମ୍‌ବାଲାନ୍ସ ପରିମାଣ ୨୦୨୩-୨୪ରୁ ୨୦୨୭-୨୮ ମଧ୍ୟରେ ୬ ହଜାର ୧୬୧ କୋଟି ଟଙ୍କା ଛୁଇଁବ ବୋଲି ସର୍ଭେରେ କୁହାଯାଇଛି। ସେହିପରି ସ୍ବଳ୍ପମିଆଦୀ ଋଣ ପରିମାଣ ଏହି ଅବଧି ମଧ୍ୟରେ ୨୭ ହଜାର ୬୬୪ କୋଟିରେ ପହଞ୍ଚତ୍ବ। ଯଦି ଏହି ପ୍ରକାରେ ଗତିକରେ ତେବେ ଆସନ୍ତା ୫ ବର୍ଷ ମଧ୍ୟରେ ଏହା ଦ୍ୱିଗୁଣକୁ ବୃଦ୍ଧି ହୋଇପାରେ ବୋଲି ସର୍ଭେ ଆକଳନ କରିଛି।
ସର୍ଭେ ଅନୁଯାୟୀ, ସମବାୟ ବ୍ୟାଙ୍କ ଓ ସମିତିର ପରିଚାଳନାଗତ ତ୍ରୁଟି ଓ ସମବାୟ ବିଭାଗର ସମୟୋଚିତ ପଦକ୍ଷେପ ନେବାରେ ବିଫଳତା ଯୋଗୁ ୨୦୧୭-୧୮ ଇମ୍‌ବାଲାନ୍ସ ୧୦୦ କୋଟି ରହିଥିବାବେଳେ ଏହା ୨୦୨୧-୨୨ରେ ୨୨୮୭ କୋଟିରେ ପହଞ୍ଚିଥିଲା। ସେହିପରି ସ୍ବଳ୍ପମିଆଦୀ ଋଣ ୨୦୧୭-୧୮ରେ ୧୧ ହଜାର ୫ କୋଟି ରହିଥିବାବେଳେ ୨୦୨୫-୨୬ରେ ଏହା ଦ୍ୱିଗୁଣ ଅର୍ଥାତ୍‌ ୨୨ ହଜାର ୫୫୮ କୋଟିକୁ ଛୁଇଁବ ବୋଲି ଏନ୍‌ଏବିସିଓଏନ୍‌ଏସ୍‌ ସର୍ଭେରୁ ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri