Posted inରାଜ୍ୟ

ନବଦାସ ହତ୍ୟାକାଣ୍ଡ: ସୁରେଶ ପୂଜାରୀ କହିଲେ ସାଂଘାତିକ କଥା, ବହୁ ତଥ୍ୟ…

ଭୁବନେଶ୍ୱର,୨୩।୧:ପୂର୍ବତନ ମନ୍ତ୍ରୀ ନବଦାସ ହତ୍ୟାକାଣ୍ଡ ଘଟଣାକୁ ନେଇ ସାରା ରାଜ୍ୟ ଉଠୁଛି ପଡୁଛି। ହତ୍ୟା ମାମଲାରେ ସରକାର ଏବଂ ବିରୋଧୀ ଦଳର ନେତାଙ୍କ ବୟାନ ବାଜି ମଧ୍ୟରେ ସିବିଆଇ ତଦନ୍ତ ଦାବି କରିଛନ୍ତି ଝିଅ ଦୀପାଳି ଦାସ। ଏହାରି ମଧ୍ୟରେ ସବୁ ଦଳର ନେତା ବିଭିନ୍ନ ପ୍ରକାରର ବିସ୍ଫୋରକ ବୟାନ ଦେଉଛନ୍ତି।

ବରଗଡ଼ ଲୋକସଭା ଏମପି ପ୍ରଦୀପ ପୁରୋହିତଙ୍କ ପରେ ଏବେ ମନ୍ତ୍ରୀ ସୁରେଶ ପୂଜାରୀ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ବହୁତ୍ ତଥ୍ୟ ସେ ସମୟରେ ଦେଇଥିଲି, ଆଜି ବି ଦେଇଛି। ଏ ବିଷୟରେ ବିସ୍ତାର ଭାବେ ଆଗକୁ ଆଲୋଚନା ହେବ। ବରଗଡ଼ ଲୋକସଭା ଏମପି ବଡ଼ ବୟାନ ଦେଇଛନ୍ତି। ପ୍ରଦୀପ କହିଛନ୍ତି,  ନବ ଦାସ ହତ୍ୟା ପଛରେ ଚକ୍ରାନ୍ତକାରୀ ଗୋଷ୍ଠୀର ହାତ ଥିବା ପୂର୍ବରୁ କହିଥିଲି। ନବୀନଙ୍କ ପରେ ମୁଖ୍ୟମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖୁଥିବା ବ୍ୟକ୍ତି ହିଁ ମୁଖ୍ୟ ଷଡ଼ଯନ୍ତ୍ରକାରୀ। କିନ୍ତୁ ଦୁର୍ଭାଗ୍ୟ ସେ ସମୟରେ ନବଙ୍କ ପରିବାର ନିରବ ରହିଲେ। କ୍ଷମତା ଲୋଭ, ସଂପତ୍ତି ସୁରକ୍ଷା ପାଇଁ ତଦନ୍ତ ଠିକ୍ ହେଉଥିବା କହିଲେ। ତେଣୁ ନବ ହତ୍ୟାକାଣ୍ଡର ଅଧିକ ତଦନ୍ତ ଆବଶ୍ୟକ ଏବଂ ପରଦା ପଛର ଖଳନାୟକମାନେ ଧରାପଡ଼ିବା ଦରକାର।”

ସେପଟେ ବାପା ନବ ଦାସଙ୍କ ହତ୍ୟା ମାମଲାରେ ରବିବାର ବଡ ପ୍ରତିକ୍ରିୟା ଦେଇଛନ୍ତି ଝିଅ ଦୀପାଳି ଦାସ। ପୂର୍ବରୁ ଅନେକ ଥର ନବ ଦାସ ହତ୍ୟା ଘଟଣାର ସିବିଆଇ ତଦନ୍ତ ଦାବି ହେଉଥିଲା ବେଳେ ଏହି ସ୍ୱର ଆହୁରି ମଜବୁଥ୍ ହୋଇଛି। ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବାକୁ କହିଛନ୍ତି ଦୀପାଳି। ଏବେ ପରିବାରରେ ଆଲୋଚନା ଚାଲିଛି, ଆଗକୁ ନିଶ୍ଚିତ ଲେଖିକି ଜଣାଇବୁ।

ଏହା ପୂର୍ବରୁ ଏକ ଖବରଦାତା ସମ୍ମିଳନୀରେ ଦୀପାଳି କହିଥିଲେ, ‘ବର୍ତ୍ତମାନ ଭାଜପା ସରକାରରେ ଥିବା କେତେକ ବିଧାୟକ ମୋତେ ଓ ଆମ ପରିବାରକୁ ବଦନାମ କରିବା ଭଳି ମନ୍ତବ୍ୟ ଦେଉଛନ୍ତି। ଏପରିକି କିଛି ଗଣମାଧ୍ୟମ ଆମ ପରିବାର ଏବଂ ମୋ ବିଷୟରେ ବାରମ୍ବାର ଖବର ମଧ୍ୟ ପ୍ରସାରଣ କରୁଛନ୍ତି। ଏପରିକି ଭାଜପା ସରକାରରେ ଥିବା ୨ ବିଧାୟକ ବାରମ୍ବାର ମୋ ବାପାଙ୍କ ହତ୍ୟା ଘଟଣାର ସିବିଆଇ ତଦନ୍ତ କରାଇବାରେ କାହିଁକି ଦୀପାଳି ଚୁପ ରହିଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି। ଏଣୁ ଆମ ପରିବାର ଏବଂ ମୋ ପକ୍ଷରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ ମୋ ବାପା ତଥା ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରିବେ କି ବୋଲି ପ୍ରଶ୍ନ କରିଛନ୍ତି। ଏହା ସହିତ ମୋର ଭାଇ ବିଶାଳ ଦାସଙ୍କୁ ବିନା ୱାରେଣ୍ଟ କିମ୍ବା ବିନା ଜୁଡ଼ିସିଆଲ ଆଦେଶରେ କାହିଁକି ଛତିଶଗଡ଼ରେ ପୋଲିସ ହାଜତରେ ରଖାଯାଇଥିଲା ତା’ର ଉତ୍ତର ମୋହନ ସରକାର ଦିଅନ୍ତୁ ବୋଲି ଦୀପାଳି କହିଛନ୍ତି।’


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି: ବଦଳିଲା MGNREGA ନାଁ

ଭୁବନେଶ୍ୱର,୧୨।୧୨: କେନ୍ଦ୍ର ସରକାର ଶୁକ୍ରବାର ପୁଣି ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କେନ୍ଦ୍ର ସରକାର MGNREGA ନାଁ ବଦଳାଇ ପୂଜ୍ୟ ବାପୁ ଗ୍ରାମୀଣ ରୋଜଗାର ଯୋଜନା(Pujya...

ରାହୁଲଙ୍କ ବୈଠକରେ ଥରୁର ଅନୁପସ୍ଥିତ: ଉଠିଲା ପ୍ରଶ୍ନ

ନୂଆଦିଲ୍ଲୀ,୧୨।୧୨: କଂଗ୍ରେସ ଏମ୍‌ପି ଶଶି ଥରୁର ଶୁକ୍ରବାର ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଦଳର ଲୋକ ସଭା ଏମ୍‌ପି ବୈଠକରେ ଯୋଗ ଦେଇ ନ ଥିଲେ।...

ଚାଲାଣ ହେଉଥିଲା କଫ୍‌ ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୧୨ା୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଟାଉନ ଥାନା ପୋଲିସ ଶୁକ୍ରବାର ସହର ଉପକଣ୍ଠ କଟାପାଲି କେନାଲ ରାସ୍ତାରେ ବିପୁଳ ପରିମାଣରେ କଫ୍‌ ସିରପ୍‌ ଜବତ କରିଛି। ଏହା...

‘ଧମକ ସେହିମାନେ ଦିଅନ୍ତି, ଯେଉଁମାନେ…’, SIR ବିରୋଧରେ ମମତାଙ୍କ ବୟାନକୁ ନେଇ ଭାଜପା ଖପ୍ପା!

ନୂଆଦିଲ୍ଲୀ/କୋଲକାତା,୧୨।୧୨: ପଶ୍ଚିମବଙ୍ଗରେ SIR ଉପରେ ଚାଲିଥିବା ବିବାଦ ମଧ୍ୟରେ, ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବିବୃତ୍ତି ଦେଇ ରାଜନୈତିକ ବିବାଦକୁ ଆହୁରି ବଢ଼ାଇ ଦେଇଛନ୍ତି। ଗୁରୁବାର...

ଆସନ୍ତା ୭ ଦିନ ହେବ ବର୍ଷା! ୫୫ କିଲୋମିଟର ବେଗରେ ବହିବ ପବନ

ଚେନ୍ନାଇ,୧୨।୧୨: ତାମିଲନାଡୁରେ ଉତ୍ତର-ପୂର୍ବ ମୌସୁମୀ ବାୟୁ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଅକ୍ଟୋବର ୧୬ରେ ଆରମ୍ଭ ହୋଇଥିବା ଉତ୍ତର-ପୂର୍ବ ମୌସୁମୀ ବାୟୁ ନଭେମ୍ବରରେ ନିରାଶାଜନକ ଥିଲା। ତଥାପି,...

ମାଲକାନଗିରି ହିଂସା ରିପୋର୍ଟ ପ୍ରକାଶ: ଏଥିରେ ହୋଇଛି ଏତିକି କୋଟି ଟଙ୍କା କ୍ଷତି, ଜାଣିଲେ…

ମାଲକାନଗିରି,୧୨ା୧୨: ମାଲକାନଗିରି ହିଂସାରେ ହୋଇଥିବା କ୍ଷୟକ୍ଷତି ରିପୋର୍ଟ ପ୍ରକାଶ ପାଇଛି। ଏହି ହିଂସାରେ ୩ କୋଟି ୪୦ ଲକ୍ଷ ଟଙ୍କାର କ୍ଷୟକ୍ଷତି ଆକଳନ କରାଯାଇଛି। ଏନେଇ...

ମୋକିମ୍‌ଙ୍କୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ଏଥର ଦିଲ୍ଲୀରେ …

ଭୁବନେଶ୍ୱର,୧୨।୧୨: ମୋକିମଙ୍କ ଚିଠି ପ୍ରସଙ୍ଗରେ କଂଗ୍ରେସ ବିଧାୟକ ଦଳ ନେତା ପ୍ରତିକ୍ରିୟା ରଖିଛନ୍ତି। ଓଡ଼ିଶାରେ ବିବାଦ, ଦିଲ୍ଲୀରେ ସମାଧାନ ହେବ କହିଲେ ରାମଚନ୍ଦ୍ର କାଡାମ। ଓଡ଼ିଶା...

GEN-Z ବିଦ୍ରୋହ ପାଇଁ ନେପାଳକୁ ଦେବାକୁ ପଡ଼ିଲା ବହୁମୂଲ୍ୟ, ୪୨ ବିଲିୟନ ଡଲାର ଅର୍ଥନୀତିକୁ ୫୮୬ ନିୟୁତ ଡଲାର କ୍ଷତି

କାଠମାଣ୍ଡୁ,୧୨।୧୨: GEN-Z ଯୁବକମାନଙ୍କ ନେତୃତ୍ୱରେ ସେପ୍ଟେମ୍ବରରେ ହୋଇଥିବା ଦୁର୍ନୀତି ବିରୋଧୀ ଆନ୍ଦୋଳନରେ ନେପାଳକୁ ବହୁ କ୍ଷତି ସହିବାକୁ ପଡିଲା। ଜେନ-ଜେଡ ଆନ୍ଦୋଳନ ଦ୍ୱାରା ହୋଇଥିବା ହିଂସା,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri