ୟୁକ୍ରେନ ରାଷ୍ଟ୍ରପତି ଭବନରେ ହୋଇଥିଲା ‘ନାଟୁ-ନାଟୁ’ର ଶୁଟିଂ

ମୁମ୍ବାଇ: ସାଉଥ ସିନେମାର ବ୍ଲକବୁଷ୍ଟର ମୁଭି ଆରଆରଆରର ସୁପରହିଟ ଗୀତ ନାଟୁ ନାଟୁ ଏବେ ଇତିହାସ ରଚିଛି । ଓସ୍କାର ଆୱାର୍ଡସ ୨୦୨୩ରେ ଆରଆରଆରର ନାଟୁ ନାଟୁ ଗୀତକୁ ବେଷ୍ଟ ଅରିଜିନାଲ ସଙ୍ଗ ଭାବେ ସମ୍ମାନୀତ କରାଯାଇଛି । ଏହାପରେ ଏବେ ସବୁଠି ନାଟୁ ନାଟୁ ଗୀତର ଚର୍ଚ୍ଚା ହେଉଛି । ହେଲେ ଏହି ଗୀତର ଶୁଟିଂ କେବେ ଓ କେମିତି ତିଆରି ହୋଇଥିଲା ତାହା ହୁଏତ ଅନେକେ ଜାଣି ନ ଥିବେ ।
ସାଉଥ ସିନେମାର ନାମୀ ନିର୍ଦ୍ଦେଶକ ଏସ ଏସ ରାଜାମୌଳି ତାଙ୍କ ମୁଭି ଆରଆରଆରର ନାଟୁ ନାଟୁ ଗୀତର ଶୁଟିଂକୁ ନେଇ ଏକ ସାକ୍ଷାତକାରରେ ସ୍ପଷ୍ଟ କରିଥିଲେ କି ଏହି  ସଙ୍ଗର ଶୁଟିଂ ୟୁକ୍ରେନର ରାଷ୍ଟ୍ରପତି ଭବନରେ ହୋଇଥିଲା । ୟୁକ୍ରେନର ରାଜଧାନୀ କ୍ୱିଭରେ ଥିବା ମରିଂସ୍କରେ ଥିବା ଶାନଦାର ପ୍ୟାଲେସରେ ଏହା ଶୁଟିଂ କରାଯାଇଥିଲା, ଯାହା ୟୁକ୍ରେନ୍ ରାଷ୍ଟ୍ରପତି ଭୋଲୋଡେମିର ଜେଲେନସ୍କିଙ୍କ ଘର ବା ରାଷ୍ଟ୍ରପତି ଭବନ ।
ଏହି ଗୀତର ଶୁଟିଂ ଅନୁମତିକୁ ନେଇ ରାଜାମୌଳିଙ୍କୁ ଲକି ବୋଲି କୁହାଯାଏ । କାରଣ ଜେଲନସ୍କିଙ୍କ ପକ୍ଷରୁ ତାଙ୍କୁ ରାଷ୍ଟ୍ରପତି ଭବନରେ ଶୁଟିଂ କରିବାକୁ ସହଜରେ ଅନୁମତି ମିଳି ଯାଇଥିଲା । କାରଣ ଜେଲେନସ୍କି ପୂର୍ବରୁ ଜଣେ ଟେଲିଭିଜନ କଳାକାର ଥିଲେ । ଏଭଳି ଭାବେ ଆରଆରଆରର ଧମାକାଦାର ସଙ୍ଗ ନାଟୁ ନାଟୁ ୟୁକ୍ରେନ ରାଷ୍ଟ୍ରପତିଙ୍କ ଭବନ ବାହାରେ ଶୁଟିଂ କରାଯାଇଥିଲା ।
କୁହାଯାଏ ଏହି ଗୀତର ଶୁଟିଂ ପ୍ରାୟ ୧୯ ମାସରେ ହୋଇଥିଲା । ନାଟୁ ନାଟୁର ମ୍ୟୁଜିକ କମ୍ପୋଜର ଏମ ଏମ କିରାୱନି ଏ ସମ୍ପର୍କରେ ସୂଚନା ପୂର୍ବରୁ ଦେଇସାରିଛନ୍ତି, ଯେ ୧୭ ଜୁନ ୨୦୨୦ରୁ ଆରଆରଆରର ନାଟୁ ନାଟୁ ଗୀତ ଉପରେ କାମ ଆରମ୍ଭ ହୋଇଥିଲା ଯାହାକି ୧୯ ମାସ ପରେ ଶେଷ ହୋଇଥିଲା । ତେବେ ରୁଷିଆ ୟୁକ୍ରେନ୍ ଯୁଦ୍ଧ ପୂର୍ବରୁ ୟୁକ୍ରେନ୍ ରାଷ୍ଟ୍ରପତି ଭବନରେ ଏହି ଗୀତର ଶୁଟିଂ ଶେଷ ହୋଇଥିଲା ।


Enter your email to get our daily news in your inbox.

All Right Reserved By Dharitri.Com

ଦ୍ୱିତୀୟକୁ ଉଠିଲା ଗୁଜରାଟ

ଜୟପୁର,୯ା୫: ଅଧିନାୟକ ଶୁବମନ ଗିଲ୍‌ ଓ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ପରେ ରଶିଦ ଖାନଙ୍କ ୪ ଉଇକେଟ ସଫଳତା ବଳରେ ଶନିବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ…

ଭିନେଶଙ୍କୁ ଡବ୍ଲ୍ୟୁଏଫ୍‌ଆଇର ନୋଟିସ: ଜୁନ୍‌ ୨୬ ପର୍ଯ୍ୟନ୍ତ କରିପାରିବେ ନାହିଁ ପ୍ରତିଦ୍ୱନ୍ଦ୍ୱିତା

ନୂଆଦିଲ୍ଲୀ,୯ା୫: ରେସଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଶନିବାର ଭିନେଶ ଫୋଗତଙ୍କ ବିରୋଧରେ ଶୃଙ୍ଖଳାଗତ ଓ ଆଣ୍ଟି-ଡୋପିଂ ନିୟମ ଉଲ୍ଲଂଘନ ଅଭିଯୋଗ ଆଣିବା ସହିତ ବିସ୍ତୃତ କାରଣ…

କାର ଭର୍ତ୍ତି ଗଞ୍ଜେଇ ଗଞ୍ଜେଇ ଜବତ

ଡୁଙ୍ଗୁରିପାଲି,୯।୫(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ବେହେରାମାଳ ପଞ୍ଚାୟତ ଲଙ୍ଗଳକଟା ଗାଁରୁ ପୋଲିସ ଶନିବାର ୨ କୁଇଣ୍ଟାଲ ୭୨ କିଗ୍ରା ୨୦୦ ଗ୍ରାମ ଗଞ୍ଜେଇ ଜବତ…

ବସୁଧା ଯୋଜନା: ଲୋକଙ୍କୁ ମିଳୁନାହିଁ ପାଣି

କର୍ଲାମୁଣ୍ଡା,୯ା୫(ପ୍ରଦୀପ କୁମାର ସାହୁ): ସରକାର ସମସ୍ତଙ୍କୁ ପିଇବାପାଣି ଯୋଗାଇବା ନିମନ୍ତେ ବିଭିନ୍ନ ସ୍ଥାନରେ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ପାଇଁ ଟେଣ୍ଡର ଜରିଆରେ ବ୍ୟବସ୍ଥା କରିଛନ୍ତି।…

ଭୁବନେଶ୍ୱରରେ ମାଡ଼ିଗଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଭୁବନେଶ୍ୱର,୯।୫: ଭୁବନେଶ୍ୱରସ୍ଥିତ ଫାୟାର୍‌ ଷ୍ଟେଶନ ଓଭର୍‌ ବ୍ରିଜ ଉପରେ ଶନିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୩ ଜଣଙ୍କର ମୃତ୍ୟୁ ଘଟିଛି। ଏକ ଦ୍ରୁତଗାମୀ…

ବାକି ଟଙ୍କା ଆଦାୟ କରିବାକୁ ଯାଇ ଅପହରଣ: କେନ୍ଦୁଝରରୁ କଟକ ନେବା ବେଳେ ଶାଳପଡ଼ା ଠାରେ ଧରିଲା ପୋଲିସ, ୨ ଗିରଫ

ହାଟଡିହୀ/ଛେନାପଦୀ,୯।୫ (ଶୁଭକାନ୍ତ ନାୟକ/ନିରାକାର ପରିଡା): ବାକି ଟଙ୍କା ଆଦାୟ କରିବାକୁ ଯାଇ ଜଣେ ବ୍ୟବସାୟୀ ଅପହରଣର ଶିକାର ହୋଇଛନ୍ତି। କେନ୍ଦୁଝରରୁ ଅପହରଣ କରି କଟକ ଅଭିମୁଖେ ନେଇ…

ଅଗ୍ନି କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ: ଏକାଧିକ ଲକ୍ଷ୍ୟଭେଦର ରହିଛି ଦକ୍ଷତା

ବାଲେଶ୍ୱର,୯ା୫(ବାଞ୍ଛାନିଧି ଦେ): ଭାରତର ପ୍ରତିରକ୍ଷା ବିଭାଗ ଦେଶର ସୁରକ୍ଷା ରଣନୈତିକ କ୍ଷମତାରେ ଆଉ ଏକ ଐତିହାସିକ ସଫଳତା ହାସଲ କରିଛି। ଏହି କ୍ରମରେ ଓଡ଼ିଶା ଉପକୂଳର ଡ.…

ସୁବ୍ରମଣିଙ୍କୁ ନୂତନ CDS ନିଯୁକ୍ତ, ସ୍ବାମୀନାଥନ୍‌ ନୌସେନା ମୁଖ୍ୟ ନିଯୁକ୍ତ

ନୂଆଦିଲ୍ଲୀ,୯।୫: ଭାରତ ସରକାର ସଶସ୍ତ୍ର ବାହିନୀରେ ଗୁରୁତ୍ୱପୂର୍ଣ୍ଣ ନିଯୁକ୍ତି ଘୋଷଣା କରିଛନ୍ତି। କେନ୍ଦ୍ର ସରକାର ଲେଫ୍ଟନାଣ୍ଟ ଜେନେରାଲ ଏନ.ଏସ. ରାଜା ସୁବ୍ରମଣିଙ୍କୁ ନୂତନ ପ୍ରତିରକ୍ଷା ମୁଖ୍ୟ(CDS) ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri