Categories: ଫୁରସତ

ଭାଇରାଲ ହେଉଛି ‘ନାନ୍‌ ବେଡ୍‌ସିଟ୍‌’, ୟୁଜର କହିଲେ…

ଆଜିକାଲି ସୋସିଆଲ ମିଡିଆରେ କ’ଣ କେତେବେଳେ ଭାଇରାଲ ହେଉଛି ତାହା କହି ହେଉନାହିଁ। ବେଳେବେଳେ କିଛି ଭିଡିଓ ହାସ୍ୟରୋଳ ସୃଷ୍ଟି କରୁଥିବା ବେଳେ ଆଉ କିଛି ଭିଡିଓ ବେଶ୍‌ ଗମ୍ଭୀର ହୋଇଥାଏ। ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଦେଖିଲେ ଆପଣ ହସ ରୋକି ପାରିବେ ନାହିଁ।

ସୋସିଆଲ ମିଡିଆରେ ଏବେ ଏକ ବେଡ୍‌ସିଟ ଭାଇରାଲ ହେଉଛି। ଏଥିରେ ଦୁଇଟି ତକିଆ ମଧ୍ୟ ଅଛି। ଖାସ୍‌ କଥା ହେଲା ଏହି ବେଡସିଟ୍‌ ଏବଂ ତକିଆ କଭର ଅବିକଳ ଖାଦ୍ୟ ନାନ୍‌ ପରି।

ଭାରତୀୟ-ଆମେରିକୀୟ ମଡେଲ ତଥା ଲେଖିକ ପଦ୍ମାଲକ୍ଷ୍ମୀଙ୍କ ଟୁଇଟ୍‌ରରେ ଏହି ଫଟୋ ଶେୟାର କରାଯାଇଛି। ଫଟୋରେ ବିକ୍ରି ପାଇଁ କ୍ୟାପଶନ ଲେଖାଯାଇଛି। ୨ଟି ତକିଆ ଖୋଳ ସହ ନାନ ବେଡ୍‌ସିଟ୍‌ ଲେଖାଯାଇଛି। ଏହି ନାନ୍‌ ରୁଟି ପରି ଛପା ବେଡ୍‌ସିଟ ଏବଂ ତକିଆ କଭର ଏତେ ଅନନ୍ୟ ଯେ, ଭାରତୀୟ-ଆମେରିକୀୟ ମଡେଲ, ଅଭିନେତ୍ରୀ ତଥା ଟିଭି ହୋଷ୍ଟ ପଦ୍ମାଲକ୍ଷ୍ମୀ ଏହାକୁ ଅଣଦେଖା ନ କରି ତାଙ୍କ ଟୁଇଟ୍‌ର ପେଜ୍‌ରେ ଶେୟାର କରିଛନ୍ତି। ବର୍ତ୍ତମାନ ଏହା ଖୁବ୍‌ ଭାଇରାଲ ହେଉଛି। ଫଟୋଟି ଦେଖିବା ପରେ ୟୁଜରମାନେ ବିଭିନ୍ନ କମେଣ୍ଟ ଦେଉଛନ୍ତି।

ଜଣେ ୟୁଜର ଲେଖିଛନ୍ତି, ମୁଁ ଅଜବ ଭୋକିଲା ମନେ କରୁଛି। ସେହିପରି ଆଉ ଜଣେ ୟୁଜର ଲେଖିଛନ୍ତି, ମୁଁ ଭୋକ ସମ୍ଭାଳି ପାରୁନି। ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଏହି ବେଡ୍‌ସିଟ୍‌ରେ ଯେତେବେଳେ ବି ଶୋଇବ ଭୋକ ଲାଗିବ।

ପଦ୍ମାଲକ୍ଷ୍ମୀ ହେଉଛନ୍ତି ଜଣେ ମଡେଲ। ଯିଏକି ୧୮ ବର୍ଷ ବୟସରେ ମଡେଲିଂ ଆରମ୍ଭ କରିଥିଲେ। ସେ ଚେନ୍ନାଇରେ ଜନ୍ମଗ୍ରହଣ କରିଥିଲେ। ଏବଂ ତାଙ୍କ ମା’ ନ୍ୟୁୟର୍କରେ ରହୁଥିଲେ। ତେଣୁ ସେ ଆମେରିକା ବାରମ୍ବାର ଯାଉଥିଲେ ଏବଂ ପରେ ସେ ଆମେରିକାରେ ଅବସ୍ଥାନ କରିଥିଲେ। ୨୦୦୩ ମସିହାରେ ପଦ୍ମା ଫିଲ୍ମ ‘ବୁମ୍‌’ ସହିତ ବଲିଉଡ୍‌ରେ ଡେବ୍ୟୁ କରିଥିଲେ। ଏହା ମଧ୍ୟ କାଟ୍ରିନା କୈଫ୍‌ଙ୍କ ଡେବ୍ୟୁ ଫିଲ୍ମ ଥିଲା। ଏହି ଫିଲ୍ମରେ ଅମିତାଭ ବଚ୍ଚନ ମୁଖ୍ୟ ଭୂମିକାରେ ଥିଲେ।

Share