ବୋଲ୍ଡ ଲୁକ୍‌ରେ ସୁରଭି

ମୁମ୍ବାଇ: ନାଗିନ ଫେମ୍ ସୁରଭି ଚନ୍ଦନା ଏବେ ଖୁବ୍ ଚର୍ଚ୍ଚାରେ । ନାଗିନ ୫ ଧାରାବାହିକରେ ଅଭିନୟ କରି ସେ ଦର୍ଶନଙ୍କ ନିକଟତର ହୋଇ ପାରିଥିଲେ । ଏବେ କିନ୍ତୁ ତାଙ୍କର ବୋଲ୍ଡ ଅବତାର ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରୁଛି । ସୋସିଆଲ ମିଡିଆରେ ତାଙ୍କର ଖୁବ୍ ଫ୍ୟାନ୍ ଫଲୋଇଙ୍ଗ ରହିଛି । ନିକଟରେ ସେ କରିଥିବା ଫଟୋ ଶୁଟ୍ ଏବେ ଭାଇରାଲ ହେବାରେ ଲାଗିଛି । ଯାହା ତାଙ୍କ ପ୍ରଶଂସକଙ୍କୁ ଦିୱାନା କରୁଛି । ଏଥିରେ ଚନ୍ଦନା ହ୍ୱାଇଟ ସର୍ଟ ଓ ରେଡ ସ୍କର୍ଟରେ ପୋଜ ଦେଇଥିବା ଦେଖାଯାଇଛି । ଏହାସହ ଡାର୍କ ରେଡ କଲର ଲିପଷ୍ଟିକ ଆଉ ଖୋଲା କେଶ ତାଙ୍କ ବୋଲ୍ଡ୍ ଲୁକ୍‌କୁ କମ୍ପଲିଟ କରୁଛି । ଭାଲେଣ୍ଟାଇନ ଡେ’ରେ ସୋସିଆଲ ମିଡିଆରେ ଆସିଥିବା ଚନ୍ଦନାଙ୍କ ଏହି ଫଟୋ ଶୁଟ୍ ସମସ୍ତଙ୍କୁ ଦିୱାନା କରିଛି । ତାଙ୍କର ପ୍ରଶଂସକମାନେ ଏହି ଫଟୋ ଉପରୁ ନଜର ହଟାଇ ପାରୁ ନ ଥିବା ବେଳେ କମେଣ୍ଟ ଦେବାରେ ହେଳା କରୁ ନାହାନ୍ତି । ଜଣେ ୟୁଜର ଲେଖିଛନ୍ତି ସତରେ ତୁମେ କେତେ ହଟ୍ ଆଉ ଗ୍ଲାମରସ୍ । ଆଉ ଜଣେ ଲେଖିଛନ୍ତି ମ୍ୟାଡାମ ଆପଣ ନିଆଁ । ଆଉ ଜଣେ ଲେଖିଛନ୍ତି ଜଣେ ଏତେ କ୍ୟୁଟ କେମିତି ହୋଇପାରେ ।

Share