ସଂକ୍ରମଣ ରୋକିବାରେ ଏନ୍‌୯୫ ମାସ୍କ ଅଧିକ ପ୍ରଭାବୀ

ନୂଆଦିଲ୍ଲୀ, ୨୭।୮(ପି.ଟି.): କରୋନା ସଂକ୍ରମଣ ରୋକିବାରେ ଏନ୍‌୯୫ ମାସ୍କ ସବୁଠୁ ଅଧିକ ପ୍ରଭାବୀ ବୋଲି ଭାରତୀୟ ବୈଜ୍ଞାନିକମାନେ କରିଥିବା ଏକ ଅଧ୍ୟୟନରୁ ଜଣାପଡିଛି। ଏଥିରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)ବୈଜ୍ଞାନିକମାନେ ମଧ୍ୟ ସାମିଲ ଅଛନ୍ତି। ଆଦୌ ମାସ୍କ ନ ପିନ୍ଧିବା ଅପେକ୍ଷା ଯେକୌଣସି ମାସ୍କ ପିନ୍ଧିବା ଭଲ ବୋଲି ସେମାନେ କହିଛନ୍ତି। କାଶିବା କିମ୍ବା ଛିଙ୍କିବାବେଳେ ନିଃଶ୍ୱାସରେ ବାହାରୁଥିବା ଜଳକଣାର କରୋନା ସଂକ୍ରମଣରେ ପ୍ରମୁଖ ଭୂମିକା ରହିଛି। ଜଣେ ବ୍ୟକ୍ତି କାଶିବା ସମୟରେ ପାଟିରୁ ବାହାରୁଥିବା ଜଳକଣାଗୁଡ଼ିକ କିପରି ପ୍ରବାହିତ ହେଉଛି, ତା’ର ଏକ ଭିଜୁଆଲ ପ୍ରସ୍ତୁତ କରିଛନ୍ତି ଇସ୍ରୋ ବୈଜ୍ଞାନିକ ପଦ୍ମନାଭ ପ୍ରସନ୍ନ ସିମ୍‌ହା ଏବଂ କର୍ନାଟକର ଶ୍ରୀଜୟଦେବ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ କାର୍ଡିଓଭାସ୍କୁଲାର ସାଇନ୍ସେସ୍‌ ଆଣ୍ଡ ରିସର୍ଚ୍ଚର ପ୍ରସନ୍ନ ସିମ୍‌ହା ମୋହନ ରାଓ। ଏହା ଫିଜିକ୍ସ ଅଫ୍‌ ଫ୍ଲୁଇଡ୍ସ ପତ୍ରିକାରେ ପ୍ରକାଶ ପାଇଛି। ଏନ୍‌୯୫ ମାସ୍କ ପିନ୍ଧିଲେ କାଶିବା ସମୟରେ ଜଳକଣାର ଭୂସମାନ୍ତରାଳ ପ୍ରବାହ ଯଥେଷ୍ଟ କମ୍‌ ହୋଇଥାଏ ବୋଲି ଏହି ପରୀକ୍ଷାରୁ ଜଣାପଡିଛି। କାରଣ ଏହି ମାସ୍କ ଯୋଗୁ କାଶର ପ୍ରାରମ୍ଭିକ ବେଗକୁ ୧୦ ଭାଗ ପର୍ଯ୍ୟନ୍ତ କମାଇଦେଇଥାଏ। ଫଳରେ ଏହାର ବେଗ ୦.୧ରୁ ୦.୨୫ ମିଟର ମଧ୍ୟରେ ରହିଥାଏ ବୋଲି ଗବେଷକମାନେ କହିଛନ୍ତି। ମୁହଁ ବନ୍ଦ ନ କରି କାଶିଲେ ଜଳକଣା ୩ ମିଟର ପର୍ଯ୍ୟନ୍ତ ଯାଇଥାଏ। ସାଧାରଣ ମାସ୍କରେ ଏହାର ବେଗ ୦.୫ ମିଟରକୁ ହ୍ରାସ ପାଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

ପରବର୍ତ୍ତୀ ରାଜନୀତିକୁ ନେଇ ମୁହଁ ଖୋଲିଲେ ଅରବିନ୍ଦ ମହାପାତ୍ର, ବିଧାନସଭାରେ ଯଦି…

ଭୁବନେଶ୍ବର,୧୬।୨: ବିଜେଡିରୁ ନିଲମ୍ବନ ପରଠାରୁ ଚର୍ଚ୍ଚାରେ ରହିଛନ୍ତି ଅରବିନ୍ଦ ମହାପାତ୍ର । ନିଲମ୍ବନ ଓ ପରବର୍ତ୍ତୀ ରାଜନୀତିକୁ ନେଇ ଆଜି ସେ ମୁହଁ ଖୋଲିଛନ୍ତି । ନବୀନ…

ଜାତୀୟ ରାଜପଥରେ ବଢ଼ିପାରେ ଟୋଲ୍ ଟ୍ୟାକ୍ସ: ବଡ଼ ଯୋଜନା କରୁଛନ୍ତି କେନ୍ଦ୍ର ସରକାର

ନୂଆଦିଲ୍ଲୀ,୧୬।୨: ଭାରତରେ ଆଗକୁ ବଢିପାରେ ଟୋଲ୍ ଟ୍ୟାକ୍ସ। ଦେଶରେ ଏକ୍ସପ୍ରେସ-ୱେ ଏବଂ ହାଇ-ସ୍ପିଡ୍ ରୋଡ୍ ନିର୍ମାଣ କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କେନ୍ଦ୍ର ସରକାର ଏକ ବଡ଼…

ହିମସ୍ଖଳନ ପରେ ଟ୍ରେନ ଦୁର୍ଘଟଣା, ଅନେକେ ଆହତ

ଗପ୍ପେନଷ୍ଟାଇନ,୧୬।୨: ସୋମବାର ଦକ୍ଷିଣ ସ୍ବିଜରଲ୍ୟାଣ୍ଡରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଗପ୍ପେନଷ୍ଟାଇନ ଗାଁ ନିକଟରେ ହିମସ୍ଖଳନ ପରେ ୮୦ ଜଣ ଲୋକଙ୍କୁ ନେଇ ଯାଉଥିବା ଏକ ଯାତ୍ରୀବାହୀ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର

ସମ୍ବଲପୁର,୧୬।୨(ପ୍ରମୋଦ ବହିଦାର): ସମ୍ବଲପୁରର ବିଧାୟିକା ତଥା ସମାଜସେବୀ ଓ ବିଶିଷ୍ଟ ଚିକିତ୍ସକ ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ଅବସ୍ଥା ଗୁରୁତର । ସୋମବାର ସକାଳେ ତାଙ୍କୁ ଠିକ୍ ଭାବେ…

କିଛି ଘଣ୍ଟା ମଧ୍ୟରେ ଇସ୍ତଫା ଫେରାଇ ନେଲେ ଏହି କଂଗ୍ରେସ ନେତା, ହେଲେ କାହିଁକି ନେଲେ ଏଭଳି ନିଷ୍ପତ୍ତି? ଜାଣନ୍ତୁ…

ଗୁଆହାଟି,୧୬।୨: ଆସାମ କଂଗ୍ରେସ ଦଳର ପୂର୍ବତନ ସଭାପତି ଭୂପେନ କୁମାର ବୋରା ସୋମବାର (୧୬ ଫେବୃଆରୀ, ୨୦୨୬) ଦିନ ଦଳର ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କୁ ଇସ୍ତଫାପତ୍ର ପ୍ରଦାନ…

ହାସ୍ୟ ଅଭିନେତା ରାଜପାଳ ଯାଦବଙ୍କୁ ଦିଲ୍ଲୀ ହାଇକୋର୍ଟରୁ ମିଳିଲା ଆଶ୍ୱସ୍ତି, ଜାମିନ ପାଇଁ ଦେବାକୁ ପଡ଼ିଲା ଏତେ କୋଟି ଟଙ୍କା

ନୂଆଦିଲ୍ଲୀ,୧୬।୨: ଚେକ-ବାଉନ୍ସ ମାମଲାରେ ତିହାର ଜେଲରେ ଥିବା ଅଭିନେତା ରାଜପାଲ ଯାଦବଙ୍କୁ ସୋମବାର ଦିଲ୍ଲୀ ହାଇକୋର୍ଟରୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତାଙ୍କ ଜାମିନ ଆବେଦନର ଶୁଣାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri