ଏନ୍‌୪୪୦କେ ଭାରିଆଣ୍ଟ ୧୫ଗୁଣ ଅଧିକ ପ୍ରାଣଘାତୀ

ହାଇଦ୍ରାବାଦ, ୫।୫: ବିଭିନ୍ନ ଦେଶରେ ସାର୍ସ-କୋଭ୍‌-୨ ଭୂତାଣୁର ବିଭିନ୍ନ ଭାରିଆଣ୍ଟ ଦେଖିବାକୁ ମିଳୁଛି। ଭୂତାଣୁର ନୂଆ ରୂପ ଅଧିକ ଭୟଙ୍କର ହେଉଛି। ଭାରତର ଦକ୍ଷିଣ ଭାଗରେ କେତେକ ସ୍ଥାନରେ ଏନ୍‌୪୪୦କେ ଭାରିଆଣ୍ଟ ଚିହ୍ନଟ ହୋଇଛି, ଯାହା ପୂର୍ବ ଭୂତାଣୁ ଅପେକ୍ଷା ୧୫ ଗୁଣ ଅଧିକ ପ୍ରାଣଘାତୀ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ସେଣ୍ଟର ଫର୍‌ ସେଲୁଲାର ଆଣ୍ଡ ମଲିକୁଲାର ବାୟୋଲୋଜି (ସିସିଏମ୍‌ବି) ଏହି ନୂଆ ରୂପକୁ ଆବିଷ୍କାର କରିଛି। ଭାରତୀୟ ଭାରିଆଣ୍ଟ ବି୧.୬୧୭ ଏବଂ ବି୧.୬୧୮ ତୁଳନାରେ ଏନ୍‌୪୪୦କେ ଅଧିକ ଶକ୍ତିଶାଳୀ ହୋଇପାରେ ବୋଲି ବିଶେଷଜ୍ଞମାନେ କହିଛନ୍ତି। ପ୍ରଥମ ଲହର ପରେ ଦକ୍ଷିଣ ଭାରତରେ ଏହି ଏନ୍‌୪୪୦କେ ମ୍ୟୁଟେଶନ ଦେଖାଦେଇଥିଲା।

Share