Posted inଫୁରସତ

ପ୍ରାଣୀଙ୍କ ପ୍ରେମରେ ଶରୀରକୁ ବି ପ୍ରାଣୀଙ୍କ ଭଳି ….

ସୁପର୍‌ ମ୍ୟାନ, ସ୍ପାଇଡର ମ୍ୟାନ, ବ୍ୟାଟ ମ୍ୟାନ୍‌ ଆଦି କାଳ୍ପନିକ ଚରିତ୍ରମାନଙ୍କ ସମ୍ପର୍କରେ ତ ପ୍ରାୟ ସମସ୍ତେ ଜାଣନ୍ତି। ହେଲେ ପ୍ୟାରୋଟ୍‌ ମ୍ୟାନ, ଲିଜାର୍ଡ ମ୍ୟାନ, ଡ୍ରାଗନ୍‌ ଲେଡିଙ୍କ ସମ୍ପର୍କରେ ହୁଏ ତ ଅନେକେ ଜାଣି ନ ଥିବେ। ଏମାନେ କୌଣସି ସୁପର୍‌ ହିରୋ ନୁହନ୍ତି, ବରଂ ପଶୁପକ୍ଷୀଙ୍କୁ ଭଲ ପାଉଥିବା କେତେଜଣ ମଣିଷ। ଯେଉଁମାନେ ପ୍ରାଣୀଙ୍କୁ ଏତେ ଭଲ ପାଆନ୍ତି ଯେ, ଶେଷରେ ନିଜ ଶରୀରକୁ ବି ପ୍ରାଣୀଙ୍କ ଭଳି କରିଦେଇଛନ୍ତି…

ପ୍ୟାରୋଟ୍‌ ମ୍ୟାନ: ୟୁ.କେ., ବ୍ରିଷ୍ଟୋଲର ଟେଡ ରିଚାର୍ଡସ୍‌ ଶୁଆକୁ ବହୁତ ଭଲ ପାଆନ୍ତି। ଶୁଆର ଶାରୀରିକ ଗଠନ, ରଙ୍ଗ ସବୁକିଛି ତାଙ୍କୁ ଆକର୍ଷିତ କରେ। ଶେଷରେ ସେ ଏତେ ମାତ୍ରାରେ ଶୁଆ ମୋହରେ ପଡ଼ିଗଲେ ଯେ ନିଜକୁ ଶୁଆରେ ପରିବର୍ତ୍ତିତ କରିବାକୁ ଚିନ୍ତା କଲେ। ଆଉ ଏଥିପାଇଁ ସେ ଟାଟୁ ଓ ସର୍ଜରିର ସାହାଯ୍ୟ ନେଲେ। ୫୭ ବର୍ଷୀୟ ରିଚାର୍ଡ ପ୍ରଥମେ ନିଜ ପ୍ରିୟ ଶୁଆ ମୁହଁରେ ଥିବା ପାଞ୍ଚ ରଙ୍ଗର ପର ଭଳି ଟାଟୁ ନିଜ ଚେହେରାରେ କରାଇଲେ। ଏହାପରେ ସର୍ଜରି ମାଧ୍ୟମରେ ନିଜର କାନ କାଟି ବାହାର କରିଦେଲେ। ରିସ୍କ ନେଇ ଆଖିରେ ଲାଲ ରଙ୍ଗର ଟାଟୁ କରାଇଲେ ଓ ମୁଣ୍ଡରେ ଶିଙ୍ଗ ଲଗାଇଲେ। ମୁଣ୍ଡରୁ ପାଦ ପର୍ଯ୍ୟନ୍ତ ୧୧୦ରୁ ଊର୍ଦ୍ଧ୍ୱ ଟାଟୁ କରାଇଲେ, ଯାହାକି ଔଜ୍ଜ୍ୱଲ୍ୟମାନ ଲାଲ, ସବୁଜ, ନୀଳ ରଙ୍ଗର। ତା’ସହ ସେ ୫୦ଟି ବଡି ପିୟର୍ସିଂ କରାଇଛନ୍ତି ଓ ଜିଭକୁ ଦୁଇ ଫାଳ ବି କରାଇଛନ୍ତି। ଏସବୁ କରାଇବାବେଳେ ତାଙ୍କୁ କମ୍‌ କଷ୍ଟ ସହିବାକୁ ପଡ଼ିନି । ତଥାପି ଶୁଆ ହେବା ନିଶାରେ ସେ ସବୁ କଷ୍ଟ ସହି ଯାଇଛନ୍ତି। ଆଉ ନିଜ ପେନ୍‌ସନ ଟଙ୍କା ସବୁ ଏଥିପାଇଁ ଖର୍ଚ୍ଚ କରିଦେଇଛନ୍ତି।
ଲିଜାର୍ଡ ମ୍ୟାନ: ଏରିକ୍‌ ସ୍ପ୍ରଗ ଆମେରିକାର ଜଣେ ସାଇଡ ଶୋ’ ପରଫର୍ମର। ହେଲେ ସେ ବେଶ୍‌ ପରିଚିତ ‘ଲିଜାର୍ଡ ମ୍ୟାନ’ ଭାବେ। କାରଣ ସେ ସେ ଝିଟିପିଟି ପରି ଦେଖାଯିବା ଲାଗି ନିଜ ଶରୀରରେ ଅନେକ ପରିବର୍ତ୍ତନ କରାଇଛନ୍ତି। କେଣ୍ଟୁକିର କ୍ୟାମ୍ପବେଲରେ ଜନ୍ମିତ ଏରିକ୍‌ ଶରୀରରେ ସବୁଜ ରଙ୍ଗର କାତି ଭଳି ଟାଟୁ କରାଇଛନ୍ତି। ଜିଭକୁ ଦୁଇ ଫାଳ କରାଇଛନ୍ତି, ଚର୍ମ ଭିତରେ ଇମ୍ପ୍ଲାଣ୍ଟ କରାଇ ଗୋଲ ଗୋଲ ଉଠିଲା ଭଳି କରାଇଛନ୍ତି। ଦାନ୍ତକୁ ମୁନିଆ ଓ ଓଠକୁ ସବୁଜ କରାଇଛନ୍ତି। ଏଭଳି ପରିବର୍ତ୍ତନ କେବଳ ତାଙ୍କ ପରଫରମାନ୍ସ ପାଇଁ ନୁହେଁ, ବରଂ ସେ ଝିଟିପିଟିକୁ ଭଲ ପାଆନ୍ତି। ତେଣୁ ଶରୀରର ଏଭଳି ମୋଡିଫିକେଶନ୍‌ କରାଇଛନ୍ତି। ନିଜ ଶୋ’ରେ ସେ ନିଆଁ ଖାଇବା, ଖଣ୍ଡା ଗିଳିବା ଆଦି ପରଫର୍ମ କରନ୍ତି। ଶୋ’କୁ ତାଙ୍କର ଏଭଳି ଶରୀରକୁ ଦେଖିବା ଲାଗି ମଧ୍ୟ ବେଶି ଆସନ୍ତି।
ଡ୍ରାଗନ ଲେଡି: ଟେକ୍ସାସ୍‌ରେ ରହୁଥିବା ଟିଆମତ ଇଭା ମେଦୁସା ପେସାରେ ଥିଲେ ବ୍ୟାଙ୍କର। ତାଙ୍କର କାଳ୍ପନିକ ଚରିତ୍ର ଡ୍ରାଗନ ପ୍ରତି ଥିଲା ଅହେତୁକ ଆକର୍ଷଣ। ଡ୍ରାଗନ ଏକ କାଳ୍ପନିକ ପ୍ରାଣୀ ହୋଇଥିଲେ ହେଁ ସେ ଚାହିଁଥିଲେ ନିଜକୁ ଡ୍ରାଗନ ଭଳି କରିବା ପାଇଁ। ତେଣୁ ଚାକିରି ଛାଡି ସେ ନିଜର ଏହି ସ୍ବପ୍ନକୁ ପୂରା କରିବାରେ ଲାଗିଲେ। କପାଳରେ ଶିଙ୍ଗ ଇପ୍ଲାଣ୍ଟ କରାଇଲେ, କାନକୁ କାଟି ବାହାର କରିଦେଲେ ଓ ନାସାପଥକୁ କାଟି ଡ୍ରାଗନ ନାକ ପରି ଆକୃତି କରିଲେ। ଏହାବାଦ ସେ ଆଖିକୁ ସବୁଜ ରଙ୍ଗରେ ରଙ୍ଗାଇଲେ ଓ ଡ୍ରାଗନ୍‌ ଲୁକ୍‌ ପାଇବା ପାଇଁ ଜିଭକୁ ଦୁଇ ଫାଳ କଲେ। ସାରା ଶରୀରରେ ପୁଣି ସରୀସୃପର କାତି ଭଳି ଟାଟୁ କରାଇଲେ। ଟିଆମତଙ୍କର ଏଭଳି କାର୍ଯ୍ୟ ତାଙ୍କ ପୁଅକୁ ଭଲ ଲାଗି ନ ଥିଲା। ତେଣୁ ସେ ତାଙ୍କଠୁ ଦୂରେଇଗଲା। ତେବେ ବି ତାଙ୍କର ଦୁଃଖ ନାହିଁ। ସେ କୁହନ୍ତି, ‘ମୋ ପୁଅ ମତେ ଇଣ୍ଟରନେଟ୍‌ ମାଧ୍ୟମରେ ଦେଖୁଥିବ। ସେ ଦିନେ ନା ଦିନେ ମତେ ବୁଝିବ।’
କ୍ୟାଟ ମ୍ୟାନ: ମିସିଗାନରେ ଜନ୍ମିତ ଡେନିସ୍‌ ଆଭନର୍‌ ବଡ଼ ହେବା ପରେ ନେଭିରେ ସୋନାର୍‌ ଟେକ୍ନିସିଆନ ଭାବେ କାମ କରୁଥିଲେ। ପରେ ଏହି ଚାକିରି ଛାଡି ସେ କାଲିଫର୍ନିଆରେ କମ୍ପ୍ୟୁଟର ପ୍ରୋଗ୍ରାମର ଓ ଟେକ୍ନିସିଆନ କାମ କଲେ। ତାଙ୍କର ବିଲେଇ ଓ ବାଘ ପ୍ରତି ଥିଲା ଆକର୍ଷଣ ଓ ଭଲ ପାଇବା। ତେଣୁ ସେ ବି ନିଜ ଶରୀରକୁ ସେହି ପ୍ରାଣୀ ଭଳି କରିବା ପାଇଁ ମନ ବଳାଇଲେ। ଶରୀର ସାରା ଓ ଚେହେରାରେ ବିଲେଇ ଶରୀର ଦେଖିବାକୁ ଯେମିତି ସେହିଭଳି ଟାଟୁ କରାଇଲେ ଓ ଉପର ଓଠରେ ପିୟର୍ସିଂ କଲେ। ତା’ସହ ଉପର ଓଠ ଓ ନାକ ମଝିରେ ନିଶ ଇପ୍ଲାଣ୍ଟ କରାଇଲେ। ଯେମିତିକି ସେ ଅଧିକରୁ ଅଧିକ ବିଲେଇ ପରି ଦେଖାଯିବେ। ଉପର ଓଠକୁ ମଝିରୁ କାଟି ତାକୁ ଟେକି ଇଂଲିଶ ‘ଏ’ ଭଳି କଲେ। ଏଭଳି ବଡ଼ି ମୋଡିଫିକେସନ୍‌ ପରେ ସେ ‘କ୍ୟାଟ୍‌ ମ୍ୟାନ୍‌’ ଭାବେ ପରିଚିତ ହେଲେ। ଆଉ ଏହି ପରିଚୟରୁ ତାଙ୍କୁ ମିଳୁଛି ଅତ୍ୟନ୍ତ ଖୁସି।


Enter your email to get our daily news in your inbox.

All Right Reserved By Dharitri.Com

ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ ଶିକ୍ଷକଙ୍କ ଅସଦାଚରଣ, ଗ୍ରାମବାସୀଙ୍କ ହୋ-ହଲ୍ଲା ପରେ…

ବାସୁଦେବପୁର,୭ା୩(ନାରାୟଣ ପ୍ରସାଦ ବାରିକ): ଭଦ୍ରକ ଜିଲାର ବାସୁଦେବପୁର ବ୍ଲକ ଅଧୀନ ସାନକୃଷ୍ଣପୁର ପଞ୍ଚାୟତର ଚାନ୍ଦିମାଳଠାରେ ଥିବା ଜବାହୀ ନବୋଦୟ ବିଦ୍ୟାଳୟରେ ପଢୁଥିବା ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ହିନ୍ଦୀ…

ଯୁଦ୍ଧର ପ୍ରଭାବ! ଏହି ଦେଶରେ ଆକାଶଛୁଆଁ ହେଲାଣି ପେଟ୍ରୋଲ-ଡିଜେଲ ଦାମ୍‌

ଇସଲାମାବାଦ,୭।୩: ପାକିସ୍ତାନ ବର୍ତ୍ତମାନ ପେଟ୍ରୋଲ ଏବଂ ଡିଜେଲର ଘୋର ଅଭାବର ସମ୍ମୁଖୀନ ହେଉଛି। ବେଲୁଚିସ୍ତାନ, ଖାଇବର ପଖତୁନଖ୍ବା, ପଞ୍ଜାବ (ପାକିସ୍ତାନ) ଏବଂ ସିନ୍ଧ ସମେତ ଅନେକ ଅଞ୍ଚଳରେ…

ହାର୍ଦ୍ଦିକଙ୍କ ସହ ମାହିକାଙ୍କୁ ଦେଖି କେମିତି ରିଆକ୍ସନ ଦେଲେ ଗୌତମ ଗମ୍ଭୀର? ଦେଖନ୍ତୁ ଭିଡ଼ିଓ

ନୂଆଦିଲ୍ଲୀ,୭।୩: ଇଂଲଣ୍ଡ ବିପକ୍ଷ ସେମିଫାଇନାଲରେ ଟିମ ଇଣ୍ଡିଆର ବିଜୟରେ ହାର୍ଦ୍ଦିକ ପାଣ୍ଡ୍ୟା ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ପ୍ରଥମେ ବ୍ୟାଟ ସହିତ ଚମତ୍କାର ପ୍ରଦର୍ଶନ କରିଥିଲେ,…

ମଦ ବୋତଲରେ ମିଳିଲା ଏମିତି ଜିନିଷ ଗ୍ରାହକଙ୍କ ଉଡିଲା ହୋସ୍‌, ଦୋକାନି କହିଲେ ଆମ କାମ ବିକ୍ରି କରିବା ତିଆରି କରିବା ନୁହେଁ

ହାଇଦ୍ରାବାଦ,୭।୩: ହାଇଦ୍ରାବାଦର ନାଚାରାମ ଅଞ୍ଚଳରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ବିୟର ବୋତଲ ଖୋଲିବା ମାତ୍ରେ ଜଣେ ବ୍ୟକ୍ତି ଭିତରେ ଏକ ଛୋଟ ମାଛ ପହଁରୁଥିବାର ଦେଖିଲେ।…

ଫାଇନାଲ୍‌ରେ ସଞ୍ଜୁ ସାମସନ ମାତ୍ର ୨୬ ରନ୍‌ କଲେ ଟିମ୍‌ ଇଣ୍ଡିଆ ହୋଇଯିବ ଚାମ୍ପିୟନ: ଜାଣନ୍ତୁ କେମିତି

ଅହମ୍ମଦାବାଦ୍‌,୭।୩: ଟି୨୦ ବିଶ୍ୱକପର ଫାଇନାଲ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ମାର୍ଚ୍ଚ ୮ରେ ଅନୁଷ୍ଠିତ ହେବାକୁଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହେବାକୁ ଥିବା ଏହି…

ଯୁଦ୍ଧରେ ପାକିସ୍ତାନର ଏଣ୍ଟ୍ରି? ପାକ୍‌ ସହ ହାତ ମିଳାଇଲା ଭାରତର ବନ୍ଧୁରାଷ୍ଟ୍ର, ବିଶ୍ୱରେ ଚହଳ…

ଇସଲାମବାଦ,୭।୩: ଆଜି ମଧ୍ୟପ୍ରାଚ୍ୟରେ ଯୁଦ୍ଧର ଅଷ୍ଟମ ଦିନ। ଏପର୍ଯ୍ୟନ୍ତ ଆମେରିକା, ଇରାନ ଏବଂ ଇସ୍ରାଏଲ ହଜାର ହଜାର କ୍ଷେପଣାସ୍ତ୍ର ଏବଂ ବୋମା ବ୍ୟବହାର କରିସାରିଛନ୍ତି। ଏହାର ପ୍ରଭାବ…

ଯୁଦ୍ଧ ହେଲା, ମିଶାଇଲ ଗର୍ଜିଲା…, ହେଲେ ବଢିବା ପରିବର୍ତ୍ତେ କାହିଁକି କମିଲା ସୁନାର ଦାମ୍‌? ଜାଣନ୍ତୁ ଭିତିରି କଥା

ନୂଆଦିଲ୍ଲୀ,୭।୩: ମଧ୍ୟପ୍ରାଚ୍ୟ ଉଷ୍ମ ହେଉଛି। ଇରାନ ବିରୁଦ୍ଧରେ ଆମେରିକା-ଇସ୍ରାଏଲ ମିଳିତ ସାମରିକ କାର୍ଯ୍ୟାନୁଷ୍ଠାନ ଏବଂ ତେହେରାନର ପ୍ରତିଶୋଧମୂଳକ ଆକ୍ରମଣ, ବିଶ୍ୱବ୍ୟାପୀ ବଜାରରେ ଭୟ ସୃଷ୍ଟି କରିଛି। ଇତିହାସ…

ବେଆଇନ ବାଲି ଚାଲାଣ ଧରପଗଡ଼, ୭ ଟ୍ରାକ୍ଟରରୁ ଆଦାୟ ହେଲା ଏତିକି ଟଙ୍କାର ଜରିମାନା…

ଗୁଣପୁର,୭ା୩(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଉପଜିଲାପାଳ ଦୁଧାଲ ଅଭିଷେକ ଦିଲ୍ଲୀପଙ୍କ ନେତୃତ୍ୱରେ ବେଆଇନ ବାଲିଚାଲାଣ ଓ ଧରପଗଡ଼ ହୋଇଥିଲା। ଭୋର୍‌ ସମୟରେ ହଠାତ୍‌ ଉପଜିଲାପାଳଙ୍କ ନେତୃତ୍ୱରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri