ଅକ୍ଟୋବର ମାସରେ କୁମ୍ଭ ସମେତ ଏହି ୫ ରାଶି ଲାଗି ଧନଲାଭର ଯୋଗ; କ୍ଷତି ସହିବେ ଗୋଟିଏ ରାଶି ବ୍ୟକ୍ତିବିଶେଷ

ଆରମ୍ଭ ହୋଇଛି ଅକ୍ଟୋବର। ଏହି ମାସରେ ଦଶହରା, କୁମାରପୂର୍ଣ୍ଣିମା, ଦୀପାବଳୀ ଭଳି ଉତ୍ସବ ପଡ଼ିବ। ପାର୍ବଣର ଏହି ସମୟରେ ଲୋକଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଯାଏ। ସେହିଭଳି ବ୍ୟବସାୟୀଙ୍କ ରୋଜଗାର ବୃଦ୍ଧି ପାଇଥାଏ। ଜ୍ୟୋତିଷ ବିଷାରଦଙ୍କ ମୁତାବକ ଚଳିତ ମାସରେ ୫ ରାଶିର ଜାତକଧାରୀଙ୍କୁ ଧନଲାଭ ହେବାର ସୁଯୋଗ ରହିଛି। ସେହିଭଳି ଗୋଟିଏ ରାଶିର ବ୍ୟକ୍ତିଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଆସନ୍ତୁ ଜାଣିବା:

ଲାଭବାନ ହେବେ:
ମେଷ ରାଶି: ମେଷ ରାଶିର ଜାତକଧାରୀଙ୍କ ଲାଗି ଏହି ମାସ ବେଶ ଶୁଭ ରହିବ। ହଠାତ ଧନପ୍ରାପ୍ତିର ଯୋଗ ରହିଛି। ଏହାଦ୍ୱାରା ଆର୍ଥିକ ସ୍ଥିତି ମଜଭୂତ ହେବ। ଆୟବୃଦ୍ଧିର ପ୍ରବଳ ଯୋଗ ରହିଛି। ବେତନ ବୃଦ୍ଧି ମଧ୍ୟ ହୋଇପାରେ ଅଥବା ଆୟର ଭିନ୍ନ ସ୍ରୋତ ମିଳିପାରେ।

ସିଂହ ରାଶି: ଏହି ରାଶି ଲାଗି ଅକ୍ଟୋବର ମାସ ଆର୍ଥିକ ଦୃଷ୍ଟିକୋଣରୁ ଅନୁକୂଳ। ଆମଦାନୀ ବଢ଼ିବାର ସମ୍ଭାବନା ରହିଛି। ବ୍ୟାଙ୍କ ବାଲାନ୍ସ ଭଲ ରହିବ। ସରକାରୀ କ୍ଷେତ୍ରରେ ଲାଭ ମିଳିବ। ନିଜସ୍ବ ପ୍ରୟାସରୁ ମଧ୍ୟ ସେମାନେ ଆର୍ଥିକସ୍ତରରେ ଉନ୍ନତି କରିବେ।

ବିଛା ରାଶି: ବିଛା ରାଶିର ଜାତକଧାରୀଙ୍କ ଲାଗି ଆୟ ବୃଦ୍ଧିର ପ୍ରବଳ ଯୋଗ ରହିଛି। ହେଲେ ଅତ୍ୟଧିକ ଖର୍ଚ୍ଚ ଯୋଗୁ ଧନ ସଞ୍ଚୟ କରିବାରେ ଅସଫଳ ରହିବେ। ଯିଏ ପୋଷାକ, ଖେଳଣା, ଖାଦ୍ୟପେୟ, ମାର୍କେଟିଂ, ମନୋରଞ୍ଜନ ଆଦି ବ୍ୟବସାୟ ସହ ଜଡ଼ିତ ତାଙ୍କର ଲାଭ ହେବ।
ଧନୁ ରାଶି: ଏହି ରାଶିର ବ୍ୟକ୍ତିଙ୍କୁ ସମ୍ପତ୍ତି ଲାଭ ଏବଂ ଆୟ ବୃଦ୍ଧି ଯୋଗ ରହିଛି। ବ୍ୟବସାୟୀମାନଙ୍କ ଲାଗି ଏହି ଅବଧି ଅନୁକୂଳ ରହିବାର ସମ୍ଭାବନା ରହିଛି। ଯେଉଁମାନେ ଜମିଜମା ବ୍ୟବସାୟରେ ଅଛନ୍ତି ତାଙ୍କର ଲାଭ ହେବ।

କୁମ୍ଭ ରାଶି: ଅକ୍ଟୋବରରେ ଆଥିକ ରୂପେ ଲାଭବାନ ହେବେ। ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ମିଳିପାରେ। ବିଦେଶରୁ ମଧ୍ୟ ଧନ ଆସିବାର ସମ୍ଭାବନା ରହିଛି। ପରିବାରରୁ ସମ୍ପତ୍ତି ରୂପରେ ଲାଭ ମିଳିବାର ସମ୍ଭାବନା ରହିଛି। କମ୍‌ ପରିଶ୍ରମରେ ଅଧିକ ଲାଭ ପାଇବେ।

କାହାର ହେବ କ୍ଷତି:
କନ୍ୟା ରାଶି: ଅକ୍ଟୋବର ମାସରେ କନ୍ୟା ରାଶିର ଜାତକଧାରୀଙ୍କୁ ଦେଖିଚାହିଁ ଖର୍ଚ୍ଚ କରିବାକୁ ହେବ। ଉତ୍ସବ ମଧ୍ୟରେ ବର୍ଦ୍ଧିତ ଖର୍ଚ୍ଚକୁ ନେଇ ଚିନ୍ତାରେ ରହିପାରନ୍ତି। ଭୁଲ ନିର୍ଣ୍ଣୟ ଯୋଗୁ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ। ଆର୍ଥିକ ଜୀବନ ସହ ଜଡ଼ିତ କୌଣସି ବି ନିର୍ଣ୍ଣୟ ନେବାବେଳେ ତରବର ହୁଅନ୍ତୁ ନାହିଁ। ଭାବିଚିନ୍ତି ନିବେଶ କରନ୍ତୁ। ଅଯଥା ଖର୍ଚ୍ଚରୁ ବଞ୍ଚନ୍ତୁ।