ଅକ୍ଟୋବର ମାସରେ କୁମ୍ଭ ସମେତ ଏହି ୫ ରାଶି ଲାଗି ଧନଲାଭର ଯୋଗ; କ୍ଷତି ସହିବେ ଗୋଟିଏ ରାଶି ବ୍ୟକ୍ତିବିଶେଷ

ଆରମ୍ଭ ହୋଇଛି ଅକ୍ଟୋବର। ଏହି ମାସରେ ଦଶହରା, କୁମାରପୂର୍ଣ୍ଣିମା, ଦୀପାବଳୀ ଭଳି ଉତ୍ସବ ପଡ଼ିବ। ପାର୍ବଣର ଏହି ସମୟରେ ଲୋକଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଯାଏ। ସେହିଭଳି ବ୍ୟବସାୟୀଙ୍କ ରୋଜଗାର ବୃଦ୍ଧି ପାଇଥାଏ। ଜ୍ୟୋତିଷ ବିଷାରଦଙ୍କ ମୁତାବକ ଚଳିତ ମାସରେ ୫ ରାଶିର ଜାତକଧାରୀଙ୍କୁ ଧନଲାଭ ହେବାର ସୁଯୋଗ ରହିଛି। ସେହିଭଳି ଗୋଟିଏ ରାଶିର ବ୍ୟକ୍ତିଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଆସନ୍ତୁ ଜାଣିବା:

ଲାଭବାନ ହେବେ:
ମେଷ ରାଶି: ମେଷ ରାଶିର ଜାତକଧାରୀଙ୍କ ଲାଗି ଏହି ମାସ ବେଶ ଶୁଭ ରହିବ। ହଠାତ ଧନପ୍ରାପ୍ତିର ଯୋଗ ରହିଛି। ଏହାଦ୍ୱାରା ଆର୍ଥିକ ସ୍ଥିତି ମଜଭୂତ ହେବ। ଆୟବୃଦ୍ଧିର ପ୍ରବଳ ଯୋଗ ରହିଛି। ବେତନ ବୃଦ୍ଧି ମଧ୍ୟ ହୋଇପାରେ ଅଥବା ଆୟର ଭିନ୍ନ ସ୍ରୋତ ମିଳିପାରେ।

ସିଂହ ରାଶି: ଏହି ରାଶି ଲାଗି ଅକ୍ଟୋବର ମାସ ଆର୍ଥିକ ଦୃଷ୍ଟିକୋଣରୁ ଅନୁକୂଳ। ଆମଦାନୀ ବଢ଼ିବାର ସମ୍ଭାବନା ରହିଛି। ବ୍ୟାଙ୍କ ବାଲାନ୍ସ ଭଲ ରହିବ। ସରକାରୀ କ୍ଷେତ୍ରରେ ଲାଭ ମିଳିବ। ନିଜସ୍ବ ପ୍ରୟାସରୁ ମଧ୍ୟ ସେମାନେ ଆର୍ଥିକସ୍ତରରେ ଉନ୍ନତି କରିବେ।

ବିଛା ରାଶି: ବିଛା ରାଶିର ଜାତକଧାରୀଙ୍କ ଲାଗି ଆୟ ବୃଦ୍ଧିର ପ୍ରବଳ ଯୋଗ ରହିଛି। ହେଲେ ଅତ୍ୟଧିକ ଖର୍ଚ୍ଚ ଯୋଗୁ ଧନ ସଞ୍ଚୟ କରିବାରେ ଅସଫଳ ରହିବେ। ଯିଏ ପୋଷାକ, ଖେଳଣା, ଖାଦ୍ୟପେୟ, ମାର୍କେଟିଂ, ମନୋରଞ୍ଜନ ଆଦି ବ୍ୟବସାୟ ସହ ଜଡ଼ିତ ତାଙ୍କର ଲାଭ ହେବ।
ଧନୁ ରାଶି: ଏହି ରାଶିର ବ୍ୟକ୍ତିଙ୍କୁ ସମ୍ପତ୍ତି ଲାଭ ଏବଂ ଆୟ ବୃଦ୍ଧି ଯୋଗ ରହିଛି। ବ୍ୟବସାୟୀମାନଙ୍କ ଲାଗି ଏହି ଅବଧି ଅନୁକୂଳ ରହିବାର ସମ୍ଭାବନା ରହିଛି। ଯେଉଁମାନେ ଜମିଜମା ବ୍ୟବସାୟରେ ଅଛନ୍ତି ତାଙ୍କର ଲାଭ ହେବ।

କୁମ୍ଭ ରାଶି: ଅକ୍ଟୋବରରେ ଆଥିକ ରୂପେ ଲାଭବାନ ହେବେ। ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ମିଳିପାରେ। ବିଦେଶରୁ ମଧ୍ୟ ଧନ ଆସିବାର ସମ୍ଭାବନା ରହିଛି। ପରିବାରରୁ ସମ୍ପତ୍ତି ରୂପରେ ଲାଭ ମିଳିବାର ସମ୍ଭାବନା ରହିଛି। କମ୍‌ ପରିଶ୍ରମରେ ଅଧିକ ଲାଭ ପାଇବେ।

କାହାର ହେବ କ୍ଷତି:
କନ୍ୟା ରାଶି: ଅକ୍ଟୋବର ମାସରେ କନ୍ୟା ରାଶିର ଜାତକଧାରୀଙ୍କୁ ଦେଖିଚାହିଁ ଖର୍ଚ୍ଚ କରିବାକୁ ହେବ। ଉତ୍ସବ ମଧ୍ୟରେ ବର୍ଦ୍ଧିତ ଖର୍ଚ୍ଚକୁ ନେଇ ଚିନ୍ତାରେ ରହିପାରନ୍ତି। ଭୁଲ ନିର୍ଣ୍ଣୟ ଯୋଗୁ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ। ଆର୍ଥିକ ଜୀବନ ସହ ଜଡ଼ିତ କୌଣସି ବି ନିର୍ଣ୍ଣୟ ନେବାବେଳେ ତରବର ହୁଅନ୍ତୁ ନାହିଁ। ଭାବିଚିନ୍ତି ନିବେଶ କରନ୍ତୁ। ଅଯଥା ଖର୍ଚ୍ଚରୁ ବଞ୍ଚନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?