ଅକ୍ଟୋବର ମାସରେ କୁମ୍ଭ ସମେତ ଏହି ୫ ରାଶି ଲାଗି ଧନଲାଭର ଯୋଗ; କ୍ଷତି ସହିବେ ଗୋଟିଏ ରାଶି ବ୍ୟକ୍ତିବିଶେଷ

ଆରମ୍ଭ ହୋଇଛି ଅକ୍ଟୋବର। ଏହି ମାସରେ ଦଶହରା, କୁମାରପୂର୍ଣ୍ଣିମା, ଦୀପାବଳୀ ଭଳି ଉତ୍ସବ ପଡ଼ିବ। ପାର୍ବଣର ଏହି ସମୟରେ ଲୋକଙ୍କ ଖର୍ଚ୍ଚ ମଧ୍ୟ ବଢ଼ିଯାଏ। ସେହିଭଳି ବ୍ୟବସାୟୀଙ୍କ ରୋଜଗାର ବୃଦ୍ଧି ପାଇଥାଏ। ଜ୍ୟୋତିଷ ବିଷାରଦଙ୍କ ମୁତାବକ ଚଳିତ ମାସରେ ୫ ରାଶିର ଜାତକଧାରୀଙ୍କୁ ଧନଲାଭ ହେବାର ସୁଯୋଗ ରହିଛି। ସେହିଭଳି ଗୋଟିଏ ରାଶିର ବ୍ୟକ୍ତିଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିପାରେ। ଆସନ୍ତୁ ଜାଣିବା:

ଲାଭବାନ ହେବେ:
ମେଷ ରାଶି: ମେଷ ରାଶିର ଜାତକଧାରୀଙ୍କ ଲାଗି ଏହି ମାସ ବେଶ ଶୁଭ ରହିବ। ହଠାତ ଧନପ୍ରାପ୍ତିର ଯୋଗ ରହିଛି। ଏହାଦ୍ୱାରା ଆର୍ଥିକ ସ୍ଥିତି ମଜଭୂତ ହେବ। ଆୟବୃଦ୍ଧିର ପ୍ରବଳ ଯୋଗ ରହିଛି। ବେତନ ବୃଦ୍ଧି ମଧ୍ୟ ହୋଇପାରେ ଅଥବା ଆୟର ଭିନ୍ନ ସ୍ରୋତ ମିଳିପାରେ।

ସିଂହ ରାଶି: ଏହି ରାଶି ଲାଗି ଅକ୍ଟୋବର ମାସ ଆର୍ଥିକ ଦୃଷ୍ଟିକୋଣରୁ ଅନୁକୂଳ। ଆମଦାନୀ ବଢ଼ିବାର ସମ୍ଭାବନା ରହିଛି। ବ୍ୟାଙ୍କ ବାଲାନ୍ସ ଭଲ ରହିବ। ସରକାରୀ କ୍ଷେତ୍ରରେ ଲାଭ ମିଳିବ। ନିଜସ୍ବ ପ୍ରୟାସରୁ ମଧ୍ୟ ସେମାନେ ଆର୍ଥିକସ୍ତରରେ ଉନ୍ନତି କରିବେ।

ବିଛା ରାଶି: ବିଛା ରାଶିର ଜାତକଧାରୀଙ୍କ ଲାଗି ଆୟ ବୃଦ୍ଧିର ପ୍ରବଳ ଯୋଗ ରହିଛି। ହେଲେ ଅତ୍ୟଧିକ ଖର୍ଚ୍ଚ ଯୋଗୁ ଧନ ସଞ୍ଚୟ କରିବାରେ ଅସଫଳ ରହିବେ। ଯିଏ ପୋଷାକ, ଖେଳଣା, ଖାଦ୍ୟପେୟ, ମାର୍କେଟିଂ, ମନୋରଞ୍ଜନ ଆଦି ବ୍ୟବସାୟ ସହ ଜଡ଼ିତ ତାଙ୍କର ଲାଭ ହେବ।
ଧନୁ ରାଶି: ଏହି ରାଶିର ବ୍ୟକ୍ତିଙ୍କୁ ସମ୍ପତ୍ତି ଲାଭ ଏବଂ ଆୟ ବୃଦ୍ଧି ଯୋଗ ରହିଛି। ବ୍ୟବସାୟୀମାନଙ୍କ ଲାଗି ଏହି ଅବଧି ଅନୁକୂଳ ରହିବାର ସମ୍ଭାବନା ରହିଛି। ଯେଉଁମାନେ ଜମିଜମା ବ୍ୟବସାୟରେ ଅଛନ୍ତି ତାଙ୍କର ଲାଭ ହେବ।

କୁମ୍ଭ ରାଶି: ଅକ୍ଟୋବରରେ ଆଥିକ ରୂପେ ଲାଭବାନ ହେବେ। ବ୍ୟବସାୟରେ ଅପ୍ରତ୍ୟାଶିତ ଲାଭ ମିଳିପାରେ। ବିଦେଶରୁ ମଧ୍ୟ ଧନ ଆସିବାର ସମ୍ଭାବନା ରହିଛି। ପରିବାରରୁ ସମ୍ପତ୍ତି ରୂପରେ ଲାଭ ମିଳିବାର ସମ୍ଭାବନା ରହିଛି। କମ୍‌ ପରିଶ୍ରମରେ ଅଧିକ ଲାଭ ପାଇବେ।

କାହାର ହେବ କ୍ଷତି:
କନ୍ୟା ରାଶି: ଅକ୍ଟୋବର ମାସରେ କନ୍ୟା ରାଶିର ଜାତକଧାରୀଙ୍କୁ ଦେଖିଚାହିଁ ଖର୍ଚ୍ଚ କରିବାକୁ ହେବ। ଉତ୍ସବ ମଧ୍ୟରେ ବର୍ଦ୍ଧିତ ଖର୍ଚ୍ଚକୁ ନେଇ ଚିନ୍ତାରେ ରହିପାରନ୍ତି। ଭୁଲ ନିର୍ଣ୍ଣୟ ଯୋଗୁ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିବ। ଆର୍ଥିକ ଜୀବନ ସହ ଜଡ଼ିତ କୌଣସି ବି ନିର୍ଣ୍ଣୟ ନେବାବେଳେ ତରବର ହୁଅନ୍ତୁ ନାହିଁ। ଭାବିଚିନ୍ତି ନିବେଶ କରନ୍ତୁ। ଅଯଥା ଖର୍ଚ୍ଚରୁ ବଞ୍ଚନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ମୁଗଡାଲି ପାଣିରେ ରହିଛି ଏସବୁ ଉପକାରୀ ଗୁଣ

ଡାଲିକୁ ପ୍ରୋଟିନ୍‌ର ପାୱାର୍‌ ହାଉସ୍‌ ବୋଲି କୁହାଯାଏ। ତନ୍ମଧ୍ୟରୁ ମୁଗଡାଲି ଅନ୍ୟତମ। ଏଥିରେ ଥିବା ଜରୁରୀ ଭିଟାମିନ୍‌ ଏବଂ ମିନେରାଲ୍ସ ଶରୀରକୁ ସୁସ୍ଥ ରଖିଥାଏ। ତା’ସହ...

ଗୁଡ଼ ଖାଇଲେ ଏହି ସମସ୍ୟାରୁ ମିଳିବ ମୁକ୍ତି

ଶୀତଦିନେ ଅତ୍ୟଧିକ ଥଣ୍ଡାରେ ବାହାରେ ବୁଲିବା, ଥଣ୍ଡା ପାଣି ପିଇବା ଦ୍ୱାରା ଟନ୍‌ସିଲ୍‌ ବଢ଼ିଯିବା ସହ ଶ୍ୱାସକ୍ରିୟାରେ କଷ୍ଟ ଅନୁଭବ ହୋଇଥାଏ। ଏପରିକି କୌଣସି ଖାଦ୍ୟ...

ଦୃଷ୍ଟିଶକ୍ତି ବଢ଼ାଇବା ଖାଦ୍ୟ

ବର୍ତ୍ତମାନ ଅଧିକ ସମୟ ମୋବାଇଲ୍‌, ଲାପ୍‌ଟପ୍‌, କମ୍ପ୍ୟୁଟର ଆଦି ବ୍ୟବହାର କରିବା ଏବଂ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଭଳି ବିଭିନ୍ନ କାରଣରୁ ଅଧିକାଂଶ ଯୁବପିଢ଼ିଙ୍କଠାରେ ଚକ୍ଷୁ ସମସ୍ୟା...

ମେକ୍ସିକାନ୍‌ ଫ୍ରାଏଡ୍‌ ରାଇସ୍‌

ଆବଶ୍ୟକ ସାମଗ୍ରୀ: ୨ କପ୍‌ ଭାତ, ୧/୪ କପ୍‌ ଛୋଟ ଛୋଟ କଟା ହୋଇ ସିଝା ହୋଇଥିବା ବିନ୍ସ, ସିଝା ରାଜ୍‌ମା, ଗୋଟିଏ କଟା ପିଆଜ,...

ପବ୍ଲିକ୍‌ ଓ୍ବାଇଫାଇ ବ୍ୟବହାର କରୁଥିଲେ ରୁହନ୍ତୁ ସତର୍କ; ଜାଣିରଖନ୍ତୁ…

ବର୍ତ୍ତମାନ ବିନା ଇଣ୍ଟରନେଟ୍‌ରେ ଅଧିକାଂଶ କାମ ଯେମିତି ଅସମ୍ଭବ ମନେହେଉଛି। ଯେଉଁଥିପାଇଁ କେବଳ ମୋବାଇଲ୍‌ରେ ଇଣ୍ଟରନେଟ୍‌ ନୁହେଁ, ଅନେକେ ଓ୍ବାଇଫାଇ ମଧ୍ୟ ବ୍ୟବହାର କରୁଥିବା ଦେଖିବାକୁ...

ମଧୁମେହର ଆୟୁର୍ବେଦୀୟ ଉପଚାର

ମଧୁମେହ ବା ଡାଇବେଟିସ୍‌! ଏହା ଏକ ଭୟଙ୍କର ରୋଗର ନାମ, ଯିଏ କି ନୀରବ ଘାତକ ସଦୃଶ ଅନ୍ୟାନ୍ୟ ରୋଗ ଯଥା ଉଚ୍ଚ ରକ୍ତଚାପ, ଚକ୍ଷୁ,...

ଅନେକ ସମସ୍ୟାର ସମାଧାନ କରେ ଗୁଜୁରାତି

ପ୍ରାୟ ସମସ୍ତଙ୍କ ଘରେ ଗୁଜୁରାତିର ବ୍ୟବହାର କରାଯାଉଥିବା ଦେଖାଯାଏ । କିନ୍ତୁ ଏହାର ଔଷଧୀୟ ଗୁଣ ସମ୍ପର୍କରେ ସମସ୍ତଙ୍କୁ ଜଣା ନ ଥାଏ । ଏହା...

ରୋଗ ନିରୂପଣ କରିବ ବେଞ୍ଚ

ଗୋଟିଏ ବେଞ୍ଚ ଦ୍ୱାରା କ’ଣ ରୋଗ ନିରୂପଣ କରାଯାଇପାରିବ। ଏ କଥାକୁ ଅନେକେ ବିଶ୍ୱାସ କରି ନ ପାରନ୍ତି। ହେଲେ ସେପରି ଏକ ନୂଆ ଉପାୟରେ...

Advertisement
Archives

Model This Week