ମୃତ୍ୟୁ ରହସ୍ୟରୁ ହଟୁନି ପରଦା

ରାଉରକେଲା,୧୭।୧୧(ସଙ୍ଗୀତା ଜେନା): ରାଉରକେଲା ଇସ୍ପାତ କାରଖାନା(ଆର୍‌ଏସ୍‌ପି) କର୍ମଚାରୀ ଗୌତମ ଘଡେଇଙ୍କ ଏକମାତ୍ର ପୁଅ ଶମ୍ଭୁନାଥ ଘଡେଇ(୨୭)ଙ୍କ ସନ୍ଦେହଜନକ ମୃତ୍ୟୁ ଏବେବି ରହସ୍ୟ ହୋଇ ରହିଛି। ଏହି ମାମଲାରେ ପୋଲିସ ତଦନ୍ତ କରୁଥିଲେ ମଧ୍ୟ କୌଣସି ନିଷ୍କର୍ସରେ ପହଞ୍ଚତ୍ପାରିନାହିଁ।
ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୬ରେ ଶମ୍ଭୁନାଥ ତାଙ୍କର ୩ ଜଣ ସାଙ୍ଗଙ୍କ ସହ କୋରାପୁଟ ଅଭିମୁଖେ ବୁଲିବାକୁ ଯାଇ ଫେରି ନ ଥିଲେ। ୨୭ ତାରିଖରେ ଶମ୍ଭୁନାଥ ନିଖୋଜ ଥିବା ନେଇ ପରିବାର ପକ୍ଷରୁ ପ୍ଲାଟସାଇଟ୍‌ ଥାନାରେ ଅଭିଯୋଗ ହୋଇଥିଲା। ୩୦ ତାରିଖରେ ଶମ୍ଭୁଙ୍କ ମୃତଦେହ କୋରାପୁଟ ପଟାଙ୍ଗୀ ଥାନା ଅଞ୍ଚଳର ଏକ ପଡ଼ିଆରୁ ମିଳିଥିଲା। ପରେ ମୃତକଙ୍କ ପରିବାର ଲୋକେ କୋରାପୁଟରୁ ମୃତଦେହ ଆଣିବା ସହ ପଟାଙ୍ଗୀ ଥାନାରେ ହତ୍ୟା ଅଭିଯୋଗ କରିଥିଲେ। ତେବେ ପଟାଙ୍ଗୀ ପୋଲିସ ଏହି ଘଟଣାରେ ତଦନ୍ତ କରୁଥିଲେ ମଧ୍ୟ ଶମ୍ଭୁନାଥଙ୍କ ମୃତ୍ୟୁ ରହସ୍ୟ ଘେରରେ ରହିଛି। ଅନ୍ୟପକ୍ଷେ ଏହି ମାମଲାକୁ ପ୍ରାୟ ୨୦ ଦିନ ବିତିଥିଲେ ମଧ୍ୟ ବ୍ୟବଚ୍ଛେଦ ରିପୋର୍ଟ ପରିବାରବର୍ଗଙ୍କ ହସ୍ତଗତ ହୋଇନାହିଁ। ହତ୍ୟାରେ ସମ୍ପୃକ୍ତି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୩ ଜଣଙ୍କୁ ଗିରଫ କରି ପଟାଙ୍ଗୀ ଥାନାକୁ ହସ୍ତାନ୍ତର କରିଥିଲା। ହେଲେ ପଟାଙ୍ଗୀ ପୋଲିସ ୨ଜଣଙ୍କୁ ପଚରାଉଚୁରା କରି ଛାଡ଼ି ଦେଇଥିବା ଜଣାପଡିଛି।
ମୃତକଙ୍କ ମା’ ଲକ୍ଷ୍ମୀଲତା ଅଭିଯୋଗ କରି କହିଛନ୍ତି, ଗତ ଅକ୍ଟୋବର ୨୬ ତାରିଖରେ ତାଙ୍କ ପୁଅ ଶମ୍ଭୁଙ୍କୁ ରୋହିତ ପଟ୍ଟନାୟକ, ପବନ ଶର୍ମା ଓ କାର ଚାଳକ ରମାକାନ୍ତ ବୁଲିବାକୁ ଡାକି ନେଇଥିଲେ। ୨୭ ତାରିଖରେ ଶମ୍ଭୁଙ୍କ ମୋବାଇଲ ଫୋନ୍‌ ସୁଇଚ୍‌ ଅଫ୍‌ ଥିଲା। ଶମ୍ଭୁଙ୍କ ସହ ଯୋଗାଯୋଗ ନ ହେବାରୁ ପରିବାର ଲୋକେ ପ୍ଲଶଣ୍ଟସାଇଟ୍‌ ଥାନାରେ ଏତଲା ଦେଇଥିଲେ। ତେବେ ପୋଲିସ ୨ଦିନ ଅପେକ୍ଷା କରିବାକୁ କହିଥିଲା। ପରେ ସନ୍ଦେହଜନକ ଭାବେ ଶମ୍ଭୁଙ୍କ ମୃତଦେହ ଏକ ପଡ଼ିଆରୁ ଉଦ୍ଧାର କରାଯାଇଥିଲା। ଏହି ମାମଲାରେ ସମ୍ପୃକ୍ତି ସନ୍ଦେହରେ ପୋଲିସ ମୁଖ୍ୟ ଅଭିଯୁକ୍ତ କାଲୁଆ(୪୨)ଙ୍କ ସମେତ ୩ଜଣଙ୍କୁ ଗିରଫ କରିଥିଲା। ପରେ କାଲୁଆଙ୍କ ବ୍ୟତୀତ ଅନ୍ୟ ଦୁଇଜଣଙ୍କୁ ପୋଲିସ ଛାଡିଦେଲା। ଯାହାକି ସନ୍ଦେହ ସୃଷ୍ଟି କରୁଛି। ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କଲେ ଅଭିଯୁଙ୍କ ପରିବାର ବିରୋଧରେ ହତ୍ୟା ଅଭିଯୋଗ କରିବେ ବୋଲି ଲକ୍ଷ୍ମୀଲତା କହିଛନ୍ତି। ସେହିପରି ଶମ୍ଭୁଙ୍କ ପିତା ଅନ୍ୟତ୍ର ରହୁଛନ୍ତି। ତେଣୁ ଏଠାରେ ତାଙ୍କ ଜୀବନ ପ୍ରତି ବିପଦ ରହିଛି ବୋଲି ଲକ୍ଷ୍ମୀଲତା କହିଥିଲେ। ଏ ସମ୍ପର୍କରେ ପଟାଙ୍ଗୀ ଥାନା ଅଧିକାରୀ ଚତୁର୍ଭୁଜ ନାଏକଙ୍କୁ ପଚାରିବାରୁ ସେ କହିଲେ, କାର୍‌ ଓ ଚାଳକଙ୍କ ପତ୍ତା ମିଳିନାହିଁ। ଏଥିରେ ସମ୍ପୃକ୍ତି ନେଇ ୩ଜଣ ଗିରଫ ହୋଇଥିଲେ। ତେବେ କାଲୁଆଙ୍କ ବ୍ୟତୀତ ଅନ୍ୟ ୨ଜଣଙ୍କୁ ଜେରା ପରେ ଛଡ଼ାଯାଇଛି। କାର ଚାଳକଙ୍କ ମୋବାଇଲ ସୁଇଚ୍‌ ଅଫ୍‌ ରହିଛି। ଫଳରେ ତଦନ୍ତରେ ପ୍ରତିବନ୍ଧକ ସୃଷ୍ଟି ହେଉଛି। ସେହିପରି ସିଡ଼ିଆର୍‌ ରିପୋର୍ଟ ଉପରେ କାମ ଚାଲିଛି। ତଦନ୍ତ ଶିଥିଳ ହୋଇନାହିଁ ବରଂ ତ୍ୱରାନ୍ବିତ ହେଉଛି ବୋଲି ନାଏକ କହିଥିଲେ। ଅନ୍ୟପକ୍ଷେ ବୁଧବାର ସ୍ଥାନୀୟ ପ୍ଲାଣ୍ଟସାଇଟ୍‌ ପୋଲିସ ଅଭିଯୁକ୍ତ ୩ଜଣଙ୍କ ପରିବାର ଲୋକଙ୍କୁ ଥାନାକୁ ଡାକି ପୁନଃ ତଦନ୍ତ କରିଛି। ସମସ୍ତ ମାମଲା ପଟାଙ୍ଗୀ ଥାନା ଉପରେ ନ୍ୟସ୍ତ ରହିଛି ବୋଲି ଥାନାଧିକାରୀ ଜ୍ୟୋତିରଞ୍ଜନ ପତି କହିଛନ୍ତି।
ଉଲ୍ଲେଖନୀୟ, ଶମ୍ଭୁନାଥ ଗୌତମ ଓ ଲକ୍ଷ୍ମୀଲତାଙ୍କ ଏକମାତ୍ର ପୁଅ ଥିଲେ। ଶମ୍ଭୁ ଓ ତାଙ୍କ ଭଉଣୀ ଟିମ୍ବର କଲୋନୀରେ ଲକ୍ଷ୍ମୀଲତାଙ୍କ ସହ ରହୁଥିବା ବେଳେ ଗୌତମ ସେକ୍ଟରରେ ରହୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri