ପାରାଦୀପରେ ଧରାପଡିଥିବା ଗୁଇନ୍ଦା ପାରାକୁ ଅଣାଗଲା ଭୁବନେଶ୍ୱର

ଭୁବନେଶ୍ୱର,୯।୩(ବ୍ୟୁରୋ): ପାରାଦୀପରେ ଧରାଯାଇଥିବା ଗୁଇନ୍ଦା ପାରାକୁ ଗୁରୁବାର ଭୁବନେଶ୍ୱର ଷ୍ଟେଟ ଫୋରେନ୍ସିକ ଲ୍ୟାବ୍‌କୁ ଅଣାଯାଇଛି। ସୂଚନାଯୋଗ୍ୟ, କିଛି ମତ୍ସ୍ୟଜୀବୀ ଟ୍ରଲରରେ ସମୁଦ୍ର ଗର୍ଭକୁ ମାଛ ଧରିବାକୁ ଯାଇଥିବା ବେଳେ ଏହି ପାରାକୁ ସେମାନେ ଦେଖିଥିଲେ। ତେବେ ପାରା ଗୋଡରେ ସ୍ପାଏ କ୍ୟାମେରା ଖଞ୍ଜା ହୋଇଥିବା ଦେଖିବା ପରେ ତାକୁ ଧରିବାରେ ସଫଳ ହୋଇଥିଲେ। ମତ୍ସ୍ୟଜୀବୀମାନେ କୂଳକୁ ଆସି ବୁଧବାର ପାରାଦୀପ ମେରାଇନ ଥାନା ପୋଲିସକୁ ହସ୍ତାନ୍ତର କରିଥିଲେ। ତେବେ ଧରାପଡିଥିବା ଗୁଇନ୍ଦା ପାରା କେଉଁଠୁ ଆସିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ।