Posted inଫୁରସତ

ରହସ୍ୟମୟୀ ପାକିସ୍ତାନୀ

ନୂଆଦିଲ୍ଲୀ: ପାକିସ୍ତାନରୁ ଆସିଥିବା ସୀମା ହାଇଦର ବର୍ତ୍ତମାନ ସମୟରେ ସମସ୍ତଙ୍କ ଘରେ ଆଲୋଚନାର ବିଷୟ। ପବ୍‌ଜି ଖେଳୁ ଖେଳୁ ଉତ୍ତରପ୍ରଦେଶର ଗ୍ରେଟର ନଏଡାର ସଚିନ ମୀନାଙ୍କ ପ୍ରେମରେ ପଡ଼ି ଭାରତକୁ ଚାଲି ଆସିଛନ୍ତି। ସେ ଆଇଏସ୍‌ଆଇ ଏଜେଣ୍ଟ ନା ସତରେ ସେ ପ୍ରେମରେ ପଡ଼ି ଦେଶ ଛାଡ଼ି ଆସିଛନ୍ତି, ତାହା ଏବେ ସମସ୍ତଙ୍କ ପାଇଁ ଉତ୍କଣ୍ଠାର ବିଷୟ ପାଲଟିଛି।
ପୂର୍ବରୁ ସ୍ବାମୀ ଗୁଲାମ ହାଇଦରଙ୍କୁ ମଧ୍ୟ ସେ ଭଲ ପାଇ ବିବାହ କରିଥିଲେ। କିନ୍ତୁ ଏବେ ସଚିନଙ୍କ ପାଇଁ ପାକିସ୍ତାନ ଛାଡ଼ି ଭାରତ ଆସିବା ତାଙ୍କୁ ବହୁ ମହଙ୍ଗା ପଡ଼ିଛି। ସବୁ ମିଡିଆ ହାଉସ୍‌ରେ ଏବେ ଦୁହିଁଙ୍କ କାହାଣୀକୁ ନେଇ ଚର୍ଚ୍ଚା ଲାଗିରହିଛି। ଏହା ମଧ୍ୟରେ ସୀମାଙ୍କୁ ବିଭିନ୍ନ ମିଡିଆ ଏବଂ ଏଟିଏଫ୍‌ର ପ୍ରଶ୍ନକୁ ସାମ୍‌ନା କରିବାକୁ ପଡ଼ିଛି। ସୀମା ୪ ପିଲାଙ୍କୁ ଧରି ବିନା ଭିସାରେ ଭାରତରେ ପ୍ରବେଶ କରିବାକୁ ନେଇ ତାଙ୍କ ଉପରେ ଚାପ ବଢ଼ିଯାଇଛି। ସୀମାଙ୍କ କହିବା ମୁତାବକ, ପବ୍‌ଜି ଖେଳିବାର ୧୦ ଦିନ ପରେ ଫୋନ୍‌ ଜରିଆରେ ଦୁହିଁଙ୍କର କଥାବାର୍ତ୍ତା ଆରମ୍ଭ ହୋଇଥିଲା। ଏହା ପରେ ଦୁହିଁଙ୍କ ପ୍ରେମ ଆଗକୁ ବଢ଼ିଥିଲା। ସେ ୨୦୨୧ରୁ ସଚିନଙ୍କ ସମ୍ପର୍କରେ ଆସିଲେଣି। ସେବେଠାରୁ ସେ ସଚିନଙ୍କୁ ଭଲ ପାଉଛନ୍ତି। ସେ ଇସ୍‌ଲାମ ଧର୍ମ ଛାଡ଼ି ହିନ୍ଦୁଧର୍ମରେ ରହିଆସୁଥିଲେ। ସେ କରାଚୀର ହୋଇ ମଧ୍ୟ ସଚିନଙ୍କ ସମ୍ପର୍କରେ ଆସି ହିନ୍ଦୀ ଶିଖିପାରିଛନ୍ତି ଏବଂ ହିନ୍ଦୁ ରୀତିନୀତିକୁ ଆପଣେଇ ନେଇଛନ୍ତି। ସୀମାଙ୍କର ପ୍ରଥମେ ମାର୍ଚ୍ଚ ୧୦ରେ ନେପାଳରେ ସଚିନଙ୍କ ସହ ଦେଖା ହୋଇଥିଲା ଏବଂ ତାଙ୍କ ସହ ୧୭ ମାର୍ଚ୍ଚ ପର୍ଯ୍ୟନ୍ତ ଏକ ହୋଟେଲରେ ରହିଥିଲେ। ଏହା ପରେ ସୀମା ଦ୍ୱିତୀୟ ଥର ପାଇଁ ୧୧ ମେ’ରେ ପାକିସ୍ତାନରୁ ୪ ପିଲାଙ୍କ ସହ ଭାରତକୁ ଆସିଥିଲେ। ସେ ଜଣେ ଟ୍ରାଭେଲ ଏଜେଣ୍ଟଙ୍କ ଜରିଆରେ ନେପାଳ ପର୍ଯ୍ୟନ୍ତ ବିମାନ ପାଇଁ ଟିକେଟ୍‌ କାଟିଥିଲେ। ସେ ନେପାଳର ଏକ ମନ୍ଦିରରେ ସଚିନଙ୍କୁ ହିନ୍ଦୁ ରୀତିନୀତିରେ ବିବାହ କରିଥିଲେ। ପରେ ସେମାନେ ସୋନାଉଲି ବୋର୍ଡର ଜରିଆରେ ଭାରତକୁ ଆସିଥିଲେ। କିନ୍ତୁ ଏଟିଏଫ୍‌ଙ୍କ ପଚରାଉଚରାରେ ସେ ସିଦ୍ଧାର୍ଥ ବୋର୍ଡର ଦେଇ ଆସିଥିବା କହିଥିଲେ। ତାଙ୍କ ପାଖରୁ ଏଟିଏଫ୍‌ ୨ଟା କ୍ୟାସେଟ୍‌, ୪ ମୋବାଇଲ ଫୋନ୍‌, ୫ ପାକିସ୍ତାନୀ ପାସ୍‌ପୋର୍ଟ, ଅଧା ନାମ ଥିବା ଅବ୍ୟବହୃତ ପାସ୍‌ପୋର୍ଟ ମଧ୍ୟ ଜବତ କରିଛି। ସୀମା ଆଇଏସ୍‌ଆଇ ଏଜେଣ୍ଟ ବୋଲି ଅନେକ ମିଡିଆ ହାଉସ୍‌ ଦାବି କରିଥିଲେ। ସୀମାଙ୍କ ସ୍ବାମୀ ସାଉଦି ଆରବରେ ରହୁଥିବାବେଳେ ତାଙ୍କ ପାଖକୁ ମାସିକ ପାଖାପାଖି ୭୦-୮୦ ହଜାର ଟଙ୍କା ପଠାଉଥିଲେ। ସେଥିରେ ସୀମା ପିଲାଙ୍କ ସହ ଆରାମରେ ରହିଯାଉଥିଲେ। ସେ ୨୦୨୧ରେ ଏକ ଘର କିଣିଥିଲେ ଏବଂ ୨୦୨୨ରେ ସେହି ଘରକୁ ପାଖାପାଖି ୫ ଲକ୍ଷ ଟଙ୍କାରେ ବିକିଦେଇଥିଲେ। ସୀମା ଏବଂ ସଚିନ୍‌ ଯେତେବେଳେ କୋର୍ଟ ବିବାହ ଏବଂ ଜାଲ୍‌ ବିବାହ ସାର୍ଟିଫିକେଟ୍‌ ପାଇଁ ଆବେଦନ କରୁଥିଲେ, ସେତେବେଳେ ଏହି ଘଟଣା ସାମ୍‌ନାକୁ ଆସିିଥିଲା। ଏହାପରେ ନଏଡ଼ା ପୋଲିସ ସୀମା, ସଚିନ ଏବଂ ତାଙ୍କ ବାପାଙ୍କୁ ଧରି ଜେଲ ପଠାଇଥିଲା। କିନ୍ତୁ ୩ ଦିନର ପଚରାଉଚରା ପରେ ସେମାନଙ୍କୁ ଜାମିନରେ ଛଡ଼ାଯାଇଥିଲା। ସୀମାଙ୍କ କେସ୍‌ ନେଇଥିବା ନିର୍ଭୟା ହତ୍ୟାକାଣ୍ଡର ଆଇନଜୀବୀ ଏ.ପି. ସିଂ ନିକଟରେ ରାଷ୍ଟ୍ରପତିଙ୍କୁ ସୀମାଙ୍କ ଭାରତୀୟ ନାଗରିକତା ଏବଂ ଦେଶରେ ରହିବାକୁ ଏକ ପତ୍ର ପ୍ରଦାନ କରିଛନ୍ତି। ଅନ୍ୟପଟେ କରାଚୀରେ ରହୁଥିବା ସୀମାଙ୍କ ପଡ଼ୋଶୀ ତାଙ୍କୁ ଭାରତୀୟ ଏଜେଣ୍ଟ ବୋଲି କହୁଛନ୍ତି। ତାଙ୍କ କାମ ସରିଲା ଏବେ ସେ ଭାରତ ଫେରିଯାଇଛନ୍ତି। ୨୦୧୯ ପୂର୍ବରୁ ସେମାନେ ସୀମାଙ୍କୁ ମଧ୍ୟ ଦେଖି ନ ଥିବା ମଧ୍ୟ କହୁଛନ୍ତି। ପଚରାଉଚରା ସମୟରେ ସୀମା କିଛି ଟେଷ୍ଟ ପାଇଁ ରାଜି ହୋଇଛନ୍ତି। ସେଥିମଧ୍ୟରୁ ଆଟିଚ୍ୟୁଡ୍‌ ଟେଷ୍ଟ, ଆଇକ୍ୟୁ ଟେଷ୍ଟ, ସାଇକୋଲୋଜିକାଲ ଟେଷ୍ଟ ଏବଂ ସେକ୍ସୁଆଲ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଛି। ସୀମା କହିଥିବା ସମସ୍ତ ତଥ୍ୟ ଅନୁସାରେ ତାହା ଏପର୍ଯ୍ୟନ୍ତ ମିଛ ବୋଲି ପ୍ରମାଣିତ ହୋଇପାରିନାହିଁ। ତେବେ ସୀମା ସଚିନଙ୍କ ସହ ରହିବା ସାଙ୍ଗକୁ ଭାରତୀୟ ନାଗରିକ ପାଇଁ ଆବେଦନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୬ ତାମିଲନାଡୁ ନିର୍ବାଚନ: ୩୦%ରୁ ଅଧିକ ଭୋଟ୍ ପାଇବା ନେଇ ବିଜୟଙ୍କ ଦାବି

ଚେନ୍ନାଇ,୨୩।୧୨: ୨୦୨୬ ତାମିଲନାଡୁ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ରାଜନୀତି ସରଗରମ ହେବାରେ ଲାଗିଛି। ସୁପରଷ୍ଟାର ବିଜୟଙ୍କ ନୂତନ ରାଜନୈତିକ ଦଳ ‘ତାମିଲଗା ଭେଟ୍ରି କାଝାଗାମ’...

ମହାନଦୀ ଜଳ ବିବାଦର ସମାଧାନ ପାଇଁ ତତ୍ପରତା: ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ

ଭୁବନେଶ୍ୱର,୨୩।୧୨: ମହାନଦୀ ଜଳ ବିବାଦର ସୌହାର୍ଦ୍ଦ୍ୟପୂର୍ଣ୍ଣ ସମାଧାନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଗଠିତ ଆନ୍ତଃ-ମନ୍ତ୍ରିସ୍ତରୀୟ କମିଟିର ପ୍ରଥମ ବୈଠକ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଭୁବନେଶ୍ୱରସ୍ଥିତ...

ବିଜୟ ହଜାରେ ଟ୍ରଫି ଖେଳିବେ ବିରାଟ କୋହଲି, ରୋହିତ ଶର୍ମା: ପ୍ରତି ମ୍ୟାଚ୍ ପାଇଁ କେତେ ଟଙ୍କା ପାଇବେ ?

ମୁମ୍ବାଇ,୨୩।୧୨: ଭାରତୀୟ କ୍ରିକେଟର ଦୁଇ ମହାରଥୀ ବିରାଟ କୋହଲି ଏବଂ ରୋହିତ ଶର୍ମା ଚଳିତ ବିଜୟ ହଜାରେ ଟ୍ରଫିରେ ନିଜ ନିଜର ଘରୋଇ ଦଳ ପକ୍ଷରୁ...

ଭାରତକୁ ପାକ୍ ନେତାଙ୍କ କ୍ଷେପଣାସ୍ତ୍ର ମାଡ଼ ଧମକ: ବାଂଲାଦେଶ ସହ ସାମରିକ ମେଣ୍ଟ ପାଇଁ ଆହ୍ୱାନ

ଭୁବନେଶ୍ୱର,୨୩।୧୨: ପଡ଼ୋଶୀ ବାଂଲାଦେଶରେ ଜାରି ରହିଥିବା ଅଶାନ୍ତି ଏବଂ ଭାରତ ସହ ବଢୁଥିବା ତିକ୍ତତା ମଧ୍ୟରେ ପାକିସ୍ତାନର ଜଣେ ପ୍ରଭାବଶାଳୀ ନେତା ଭାରତ ବିରୋଧରେ ବିଷୋଦଗାର...

ଦିନକ ପରେ ବଡ଼ଦିନ: ପୋଲିସର ଫ୍ଲାଗ ମାର୍ଚ୍ଚ, ପାଟ୍ରୋଲିଂ ବ୍ୟବସ୍ଥା କଡ଼ାକଡି

ବାଲିଗୁଡ଼ା,୨୩।୧୨:(ସଞ୍ଜୟ କୁମାର ପାଣିଗ୍ରାହୀ): ଆଉ ଦିନକ ପରେ ବଡଦିନ ପର୍ବ। ଏହାକୁ ଦୃଷ୍ଟିରେ ରଖି କନ୍ଧମାଳ ଜିଲା ବାଲିଗୁଡ଼ା ଉପଖଣ୍ଡ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ...

ବାରିପଦାରେ ନିର୍ମାଣ ହେବ ବିମାନବନ୍ଦର ପରି ଅତ୍ୟାଧୁନିକ ‘ଅଟଳ ବସ୍ ଷ୍ଟାଣ୍ଡ’

ବାରିପଦା,୨୩।୧୨: ମୟୂରଭଞ୍ଜ ଜିଲାର ବାରିପଦା ସହରରେ ବିମାନବନ୍ଦର ଭଳି ସୁବିଧା ସମ୍ପନ୍ନ ଏକ ସୁସଜ୍ଜିତ ‘ଅଟଳ ବସ୍ ଷ୍ଟାଣ୍ଡ’ ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ...

କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ପ୍ରସ୍ତୁତି: ବିଧାୟକ କହିଲେ….

ଭଞ୍ଜନଗର,୨୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ତିଳିସିଙ୍ଗିଠାରେ ଆସନ୍ତା ୨୫ ତାରିଖରୁ ୨୮ ତାରିଖ ପର୍ଯ୍ୟନ୍ତ କୁର୍ମୀ କ୍ଷତ୍ରିୟ ପ୍ରଦେଶ ସଂସ୍ଥାର ମହାସଭା ଅନୁଷ୍ଟିତ...

ଫସିଗଲେ କପିଲ ଶର୍ମା: ମାମଲା ରୁଜୁ

ଫସିଯାଇଛନ୍ତି କମେଡି କିଙ୍ଗ କପିଲ ଶର୍ମା। ତାଙ୍କ ଶୋ ‘ଦି ଗ୍ରେଟ ଇଣ୍ଡିଆନ କପିଲ ଶୋ’ ପୁଣିଥରେ ଚର୍ଚ୍ଚାରେ। ନୂତନ ସିଜିନର ପ୍ରଥମ ଏପିସୋଡରେ ପ୍ରିୟଙ୍କା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri