ଚନ୍ଦ୍ରରେ ରହସ୍ୟମୟ କୁଡ଼ିଆ, ଫଟୋ ପଠାଇଲା ରୋଭର…

ବେଜିଂ,୬।୧୨: ଚନ୍ଦ୍ରର ଦୂର ପାର୍ଶ୍ୱରେ ଏକ ରହସ୍ୟମୟ କୁଡ଼ିଆ ରହିଛି। ଚାଇନାର ରୋଭର ପଠାଇଥିବା ଫଟୋରୁ ଏହା ଜଣାପଡ଼ିଛି। ଚାଇନାର ଚାଙ୍ଗ-୪ ପ୍ରୋବ୍‌ ଦ୍ୱାରା ଚନ୍ଦ୍ରକୁ ପଠାଯାଇଥିବା ୟୁଟୁ-୨ ରୋଭର ଦ୍ୱାରା ଚନ୍ଦ୍ରର ଦୂର ପାର୍ଶ୍ୱକୁ ନିଆଯାଇଥିବା ଫଟୋରେ ଏଭଳି ଦେଖିବାକୁ ମିଳିିଛି। ଏହା ୨୦୧୮ ଡିସେମ୍ବର ୮ରେ ଲଞ୍ଚ କରାଯାଇଥିଲା ଏବଂ ୨୦୧୯ ଜାନୁୟାରୀ ୩ରେ ଚନ୍ଦ୍ରର ଦକ୍ଷିଣ ଗୋଲାର୍ଦ୍ଧର ଆଇଟକେନ ବେସିନରେ ଥିବା ଭନ କରମାନ କ୍ରାଟରରେ ପ୍ରଥମ ଥର ପାଇଁ ଏହା ଅବତରଣ କରିଥିଲା।

ଏସମ୍ପର୍କରେ ସ୍ପେସ ଡଟ କମ୍‌ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଚାଇନାର ରୋଭର ଚନ୍ଦ୍ରର ଦୂର ପାର୍ଶ୍ୱରେ ଏକ ରହସ୍ୟମୟ ବସ୍ତୁ ଦେଖିଛି। ୟୁଟୁ -୨ ରୋଭର ଭନ କରମାନ କ୍ରାଟର ଅଞ୍ଚଳରେ କାର୍ଯ୍ୟ ଜାରି ରଖିଛି। ବର୍ତ୍ତମାନର ଅବସ୍ଥାନଠାରୁ ୮୦ ମିଟର ଦୂରରେ ଏହା ରାହସ୍ୟମୟ ବସ୍ତୁକୁ ଠାବ କରିଛି।

ଚାଇନାର ବୈଜ୍ଞାନିକମାନେ କ୍ୟୁବ ଆକୃତିର ବସ୍ତୁକୁ ରହସ୍ୟମୟ କୁଡ଼ିଆ ଭାବେ ନାମିତ କରାଯାଇଛି। ସ୍ପେସ ଡଟ କମ କହିଛି ଯେ ଚନ୍ଦ୍ର ପୃଷ୍ଠରେ ପହଞ୍ଚିବାର ପ୍ରାୟ ଦୁଇ ବର୍ଷ ପରେ ୨୦୨୧ ନଭେମ୍ବରରେ ଏହି ରହସ୍ୟମୟ ବସ୍ତୁକୁ ଚିହ୍ନଟ କରାଯାଇଥିଲା। ଏହାକୁ ନେଇ ମହାକାଶ ବିଜ୍ଞାନୀମାନେ ଅଧିକ ପରୀକ୍ଷା ନିରୀକ୍ଷା ଆରମ୍ଭ କରିଛନ୍ତି।

Share