ନୂଆଦିଲ୍ଲୀ,୧୯।୧୧: ଦେଶର ପ୍ରମୁଖ ଫାର୍ମା କମ୍ପାନୀ ଏନ୍ଟୋଡ୍ ଫାର୍ମାସ୍ୟୁଟିକାଲ ସହ ଷ୍ଟ୍ରାବିଜିମସ ମିଳିତ ଭାବେ ଏନ୍ଟୋଡ୍ ଚକ୍ଷୁ ସ୍ବାସ୍ଥ୍ୟ ଫାଉଣ୍ଡେଶନ ଜରିଆରେ ଏକ ମାୟୋପିଆ ସଚେତନତା ସପ୍ତାହ ପରିଚାଳନା କରୁଛି। ଏ ସମ୍ପର୍କରେ ଏନ୍ଟୋଡ୍ ଫାର୍ମାସ୍ୟୁଟିକାଲର ସିଇଓ ନିଖିଲ କେ. ମାସୁରକର କହିଛନ୍ତି, ଭାରତରେ ମାୟୋପିଆ ଏକ ଗୁରୁତର ସମସ୍ୟା ପାଲିଟିଛି। ଏପରିକି ଠିକ୍ ଭାବେ ଏହାର ପ୍ରତିକାର କରା ନ ଗଲେ ଏହା ଗୁରୁତର ହୋଇପାରେ। ଆଉ ମଧ୍ୟ କୋଭିଡ୍-୧୯ର ପ୍ରଭାବ ଯୋଗୁ ମାୟୋପିଆ ସଂଖ୍ୟା ବୃଦ୍ଧି ହୋଇଛି। ସାରା ଭାରତରୁ ୫୦୦୦ରୁ ଅଧିକ ପିଲାଙ୍କୁ ଲକ୍ଷ୍ୟ କରି ଏକ ସପ୍ତାହବ୍ୟାପୀ ଅଭିଯାନ ସହ ଆମେ ଏହା ହାସଲ କରିବାକୁ ଲକ୍ଷ୍ୟ ରଖିଛୁ। ସେହିଭଳି କେବଳ ଭୁବନେଶ୍ୱରରେ ନୁହେଁ, ସାରା ଦେଶରେ ମଧ୍ୟ ପିଲାମାନଙ୍କଠାରେ ବଢୁଥିବା ମାୟୋପିଆ ସମସ୍ୟା ଏକ ପ୍ରମୁଖ ଚକ୍ଷୁରୋଗରେ ପରିଣତ ହୋଇଛି। ଏହା ମୁଖ୍ୟତଃ ଇନ୍ଡୋର ରହଣି, ସ୍କ୍ରିନ୍ ସମୟ ଓ ବାହ୍ୟ କାର୍ଯ୍ୟରୁ ଦୂରେଇ ରହିବା ହେତୁ ଘଟୁଛି। ତେଣୁ ଆଖିର ଯତ୍ନ ପାଇଁ ଆଖି ଉପରେ କମ୍ ଚାପ ଦେବା ଯଥା ମୋବାଇଲ, ଲାପ୍ଟପ୍, ଟିଭି ଓ ବୈଦ୍ୟୁତିକ ଉପକରଣ ବ୍ୟବହାରକୁ ସୀମିତ ରଖିବା ଆବଶ୍ୟକ। ଏହି ନୂଆ ମହାମାରୀକୁ ରୋକିବା ପାଇଁ ପିତାମାତାଙ୍କୁ ମାର୍ଗଦର୍ଶନ କରିବାକୁ ଚାହୁଁ ବୋଲି ଶିଶୁ ଚକ୍ଷୁ ଚିକିତ୍ସା ଏଲ୍ଭିପିଇଆଇ ହାଇଦ୍ରାବାଦର ପେଡିଆଟ୍ରିକ ଅପ୍ଥାଲମୋଲୋଜିରେ ଫେଲୋଶିପ ଓ ଓମ୍ ନେତ୍ର ମନ୍ଦିର ଭୁବନେଶ୍ୱରର ପରାମର୍ଶଦାତା ଡା. ନବନିତ ଗୁପ୍ତା କହିଛନ୍ତି।
ହଷ୍ଟେଲ ଖାଦ୍ୟରେ ଝିଟିପିଟିି: ୫ ଛାତ୍ରୀ ଅସୁସ୍ଥ
ବନ୍ଧୁଗାଁ,୧୩ା୧୨(ବେଣୁଧର ଲାବାଲା)- କୋରାପୁଟ ଜିଲା ବନ୍ଧୁଗାଁ ବ୍ଲକ ସଦର ପଞ୍ଚାୟତ ବାଉଁଶପୁଟ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ହଷ୍ଟେଲରେ ଝିଟିପିଟି ପଡ଼ିଥିବା ଭାତ ଖାଇ ୫...
ମାଓବାଦୀ ବିରୋଧୀ ଅଭିଯାନ: ୯୨ କୋଟିର ସମ୍ପତ୍ତି ଜବତ
ନୂଆଦଲ୍ଲୀ,୧୩ା୧୨: ଦେଶରେ ମାଓବାଦୀ ବିରୋଧୀ ଅଭିଯାନ ବେଳେ ୯୨ କୋଟି ଟଙ୍କାର ସମ୍ପତ୍ତି ଜବତ ହୋଇଛି। ବିଭିନ୍ନ ସୁରକ୍ଷା ଏଜେନ୍ସି ମିଳିତ ଚଢ଼ାଉ ଫଳରେ ମାଓବାଦୀମାନଙ୍କ...
ମହାନଦୀ ସଙ୍କଟ: ସ୍ପଷ୍ଟୀକରଣ ମାଗିଲେ ପ୍ରସନ୍ନ ଆଚାର୍ଯ୍ୟ
ବରଗଡ଼,୧୩ା୧୨(ପ୍ରେମାନନ୍ଦ ଖମାରୀ): ମହାନଦୀ ଜଳ ବିବାଦ ତଥା ମହାନଦୀ ସଙ୍କଟକୁ ନେଇ ବିଜେଡ଼ି ପୁଣି ରାଜ୍ୟ, କେନ୍ଦ୍ର ସରକାରକୁ ଘେରିବା ଆରମ୍ଭ କରିଛି। ଓଡ଼ିଶା ଏବଂ...
ପୂର୍ବତନ ବାୟୁସେନା ଅଧିକାରୀ ଗିରଫ
ଗୁଆହାଟୀ,୧୩ା୧୨: ପାକିସ୍ତାନ ଗୁପ୍ତଚରଗିରି ନେଟ୍ଓ୍ବର୍କ ସହ ସମ୍ପୃକ୍ତି ଅଭିଯୋଗରେ ଭାରତୀୟ ବାୟୁସେନାର ଜଣେ ଅବସରପ୍ରାପ୍ତ ଅଫିସରଙ୍କୁ ଆସାମ ପୋଲିସ ଗିରଫ କରିଛି। ଅଭିଯୁକ୍ତ କୁଳେନ୍ଦ୍ର ଶର୍ମାଙ୍କ...
ବୃଦ୍ଧଙ୍କୁ ନଦୀପଠାରେ ହତ୍ୟା ଘଟଣା: ଜେଲ୍ ଗଲେ ମହିଳା ଅଭିଯୁକ୍ତ
ଦିଗପହଣ୍ଡି,୧୩ା୧୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ନୂଆପଡ଼ା ଗ୍ରାମ ନିକଟ ବାହୁଦା ନଦୀପଠାରେ ଗ୍ରାମର ବୃଦ୍ଧ ନାରାୟଣ ପ୍ରଧାନ(୬୧)ଙ୍କୁ ହତ୍ୟା ଘଟଣାରେ ତଦନ୍ତକାରୀ...
ରିକି କେଜ୍ଙ୍କ ଘରୁ ଚୋରି: ଅଭିଯୁକ୍ତଙ୍କୁ ଚିହ୍ନଟ କରିବାରେ ସହାୟତା କରିବାକୁ ନିବେଦନ
ବେଙ୍ଗାଲୁରୁ,୧୩ା୧୨: ଗ୍ରାମୀ ପୁରସ୍କାର ବିଜେତା ତଥା ବିଶିଷ୍ଟ ସଙ୍ଗୀତଜ୍ଞ ରିକି କେଜ୍ଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଘରୁ ଏକ ସମ୍ପ୍ କଭର ଚୋରି...
ହାଡ଼ଭଙ୍ଗା ଶୀତରେ ଥରୁଛି ଥୁଆମୂଳ ରାମପୁର: ନିଆଁ ଭରସାରେ ଦୁର୍ଗମବାସୀ
ଥୁଆମୂଳ ରାମପୁର,୧୩ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲାରେ କିଛିଦିନ ଧରି ପାରଦ ଖସିବାରେ ଲାଗିଛି। ଦୁର୍ଗମ ଅଞ୍ଚଳ ଥୁଆମୂଳ ରାମପୁର ବ୍ଲକ ଅଞ୍ଚଳରେ ମଧ୍ୟ ପାରଦ ୫ରୁ...
ମଣ୍ଡିରୁ ଉଠୁନି ଧାନ: ବଢୁଛି ଚାଷୀ ଅସନ୍ତୋଷ
ନୂଆପଡ଼ା,୧୨ା୧୨(ମକାରୁ ବେମାଲ): ନୂଆପଡ଼ା ଜିଲାରେ ମଣ୍ଡି ଆରମ୍ଭର ୧୦ ଦିନ ବିତିଯାଇଥିଲେ ମଧ୍ୟ କୌଣସି ମଣ୍ଡିରେ ଧାନ ଉଠା ନ ଯିବା ନେଇ ଶୁକ୍ରବାର ନୂଆପଡା...
Archives


