ବୃଦ୍ଧି ପାଉଛି ମାୟୋପିଆ ସଂଖ୍ୟା

ନୂଆଦିଲ୍ଲୀ,୧୯।୧୧: ଦେଶର ପ୍ରମୁଖ ଫାର୍ମା କମ୍ପାନୀ ଏନ୍‌ଟୋଡ୍‌ ଫାର୍ମାସ୍ୟୁଟିକାଲ ସହ ଷ୍ଟ୍ରାବିଜିମସ ମିଳିତ ଭାବେ ଏନ୍‌ଟୋଡ୍‌ ଚକ୍ଷୁ ସ୍ବାସ୍ଥ୍ୟ ଫାଉଣ୍ଡେଶନ ଜରିଆରେ ଏକ ମାୟୋପିଆ ସଚେତନତା ସପ୍ତାହ ପରିଚାଳନା କରୁଛି। ଏ ସମ୍ପର୍କରେ ଏନ୍‌ଟୋଡ୍‌ ଫାର୍ମାସ୍ୟୁଟିକାଲର ସିଇଓ ନିଖିଲ କେ. ମାସୁରକର କହିଛନ୍ତି, ଭାରତରେ ମାୟୋପିଆ ଏକ ଗୁରୁତର ସମସ୍ୟା ପାଲିଟିଛି। ଏପରିକି ଠିକ୍‌ ଭାବେ ଏହାର ପ୍ରତିକାର କରା ନ ଗଲେ ଏହା ଗୁରୁତର ହୋଇପାରେ। ଆଉ ମଧ୍ୟ କୋଭିଡ୍‌-୧୯ର ପ୍ରଭାବ ଯୋଗୁ ମାୟୋପିଆ ସଂଖ୍ୟା ବୃଦ୍ଧି ହୋଇଛି। ସାରା ଭାରତରୁ ୫୦୦୦ରୁ ଅଧିକ ପିଲାଙ୍କୁ ଲକ୍ଷ୍ୟ କରି ଏକ ସପ୍ତାହବ୍ୟାପୀ ଅଭିଯାନ ସହ ଆମେ ଏହା ହାସଲ କରିବାକୁ ଲକ୍ଷ୍ୟ ରଖିଛୁ। ସେହିଭଳି କେବଳ ଭୁବନେଶ୍ୱରରେ ନୁହେଁ, ସାରା ଦେଶରେ ମଧ୍ୟ ପିଲାମାନଙ୍କଠାରେ ବଢୁଥିବା ମାୟୋପିଆ ସମସ୍ୟା ଏକ ପ୍ରମୁଖ ଚକ୍ଷୁରୋଗରେ ପରିଣତ ହୋଇଛି। ଏହା ମୁଖ୍ୟତଃ ଇନ୍‌ଡୋର ରହଣି, ସ୍କ୍ରିନ୍‌ ସମୟ ଓ ବାହ୍ୟ କାର୍ଯ୍ୟରୁ ଦୂରେଇ ରହିବା ହେତୁ ଘଟୁଛି। ତେଣୁ ଆଖିର ଯତ୍ନ ପାଇଁ ଆଖି ଉପରେ କମ୍‌ ଚାପ ଦେବା ଯଥା ମୋବାଇଲ, ଲାପ୍‌ଟପ୍‌, ଟିଭି ଓ ବୈଦ୍ୟୁତିକ ଉପକରଣ ବ୍ୟବହାରକୁ ସୀମିତ ରଖିବା ଆବଶ୍ୟକ। ଏହି ନୂଆ ମହାମାରୀକୁ ରୋକିବା ପାଇଁ ପିତାମାତାଙ୍କୁ ମାର୍ଗଦର୍ଶନ କରିବାକୁ ଚାହୁଁ ବୋଲି ଶିଶୁ ଚକ୍ଷୁ ଚିକିତ୍ସା ଏଲ୍‌ଭିପିଇଆଇ ହାଇଦ୍ରାବାଦର ପେଡିଆଟ୍ରିକ ଅପ୍‌ଥାଲମୋଲୋଜିରେ ଫେଲୋଶିପ ଓ ଓମ୍‌ ନେତ୍ର ମନ୍ଦିର ଭୁବନେଶ୍ୱରର ପରାମର୍ଶଦାତା ଡା. ନବନିତ ଗୁପ୍ତା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମନ୍ଦିରରୁ ଚୋରି କରୁଥିଲେ ଚୋର, ହଠାତ୍‌ ଶୁଭିଲା ଠାକୁରାଣୀଙ୍କ ପାଉଁଜି ଶବ୍ଦ, ଭୟରେ ଥରିଥରି ଏମିତି କହିଲେ…

ଭଦ୍ରକ,୧୦ା୪(ସନାତନ ରାଉତ):  ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ଭଦ୍ରକାଳୀ ମନ୍ଦିରର ହୁଣ୍ଡିରେ ଥିବା ଟଙ୍କା ରବିବାର ରାତିରେ ଚୋରି ହୋଇଥିଲା। ଏହି ଚୋରିରେ ସମ୍ପୃକ୍ତ ୨ଜଣ ଯୁବକଙ୍କୁ ଭଦ୍ରକ…

ପ୍ରେମରେ ପ୍ରତାରଣା ପାଇବା ପରେ ଟାଓ୍ବାର ଉପରକୁ ଚଢିଗଲେ ଯୁବକ, ତା’ପରେ ଘଟିଲା…

ଆନନ୍ଦପୁର,୧୦।୪(ସୁଶାନ୍ତ କୁମାର ସାହୁ ): ପ୍ରେମରେ ପ୍ରତାରଣା ପାଇବା ପରେ ଯୁବକ ୩୩ କେଭି ଟାୱାରରେ ଚଢି ଜୀବନ ହାରିବା ପାଇଁ ଚେଷ୍ଟା କରୁଥିବାବେଳେ ପୋଲିସ ପହଞ୍ଚି…

ରାଜ୍ୟ ସଭା ଏମପି ହେଲେ ନୀତୀଶ କୁମାର, ସଂସଦରେ ନେଲେ ଶପଥ

ନୂଆଦିଲ୍ଲୀ,୧୦।୪:  ଆଜି ବିହାରର ରାଜନୀତିରେ ଏକ ବଡ଼ ଏବଂ ଐତିହାସିକ ପରିବର୍ତ୍ତନ ଘଟିଛି । ଦୀର୍ଘ ସମୟ ଧରି ରାଜ୍ୟର ନେତୃତ୍ୱ ଦେଇଥିବା ନୀତୀଶ କୁମାର ଆଜି…

ଇସ୍ତଫା ଦେଲେ ହାଇକୋର୍ଟ ବିଚାରପତି ଯଶୱନ୍ତ ବର୍ମା: ଆସିଥିଲା ମହାଭିଯୋଗ, ଘରୁ ମିଳିଥିଲା…

ନୂଆଦିଲ୍ଲୀ,୧୦।୬: ଆହ୍ଲାବାଦ ହାଇକୋର୍ଟର ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମା ନିଜ ପଦରୁ ଇସ୍ତଫା ଦେଇଛନ୍ତି। ସେ ରାଷ୍ଟ୍ରପତିଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି। ତାଙ୍କୁ ପଦରୁ ହଟାଇବା…

ବଢ଼ିବ ତାତି: ଗରମ-ଗୁଳୁଗୁଳିରେ ଛଟପଟ ହେବେ ଏସବୁ ଜିଲାର ଲୋକେ, ସତର୍କ ସୂଚନା ଜାରି

ଭୁବନେଶ୍ୱର,୧୦।୪: ରାଜ୍ୟରେ ପାରଦ ପୁଣି ଉପରମୁହାଁ ହେବ। ଦୁଇଦିନ ମଧ୍ୟରେ ୪ରୁ ୬ ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। ବିଶେଷକରି ଶନିବାର ୧୧ ତାରିଖରୁ ପଶ୍ଚିମ ଓ…

ଏମିତି ଛକା ମାରିଲେ ମୁକୁଲ: ଖୁସିରେ ଡେଇଁଲେ ମାଲିକ, ଦେଖନ୍ତୁ ଭିଡିଓ…

ନୂଆଦିଲ୍ଲୀ,୧୦।୪: ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଖେଳୁଥିବା ମୁକୁଲ ଚୌଧୁରୀ KKR ବିପକ୍ଷରେ ଏମିତି ଏକ ଛକା ମାରିଥିଲେ, ଯାହା ଅତ୍ୟନ୍ତ କଷ୍ଟକର କୃତିତ୍ୱ ବୋଲି…

କଟାଗଲା ଗଛ, ଭଙ୍ଗାଯିବ ଘର, ଜବରଦଖଲକାରୀଙ୍କ ଚିନ୍ତା ବଢ଼ିଲା

ଧର୍ମଶାଳା,୧୦ା୪(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା ଧର୍ମଶାଳା ବ୍ଲକ ଶାନ୍ତିବଜାରଠାରୁ କାଏମା ପର୍ଯ୍ୟନ୍ତ ଅଟକି ରହିଥିବା ପ୍ରଶସ୍ତିକରଣ କାର୍ଯ୍ୟ ଦୀର୍ଘ ୨୭ମାସ ପରେ ଆରମ୍ଭ ହୋଇଛି। ଏହାକୁ ଚାରି…

ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ; ଜୟନ୍ତୀ ପଢିଆରି-ମହେଶ ମହାନ୍ତିଙ୍କୁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ, ଭଞ୍ଜନଗରରେ ଖୁସିର ଲହରୀ

ଭଞ୍ଜନଗର,୧୦।୪(ବାବୁଲା ପ୍ରଧାନ): ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସ୍ଵତନ୍ତ୍ର ସ୍ଥାୟୀ ନିମନ୍ତ୍ରୀତ ସଦସ୍ୟ ଏବଂ ସ୍ୱତନ୍ତ୍ର ନିମନ୍ତ୍ରୀତ ସଦସ୍ୟ ତାଲିକା ଶୁକ୍ରବାର ଘୋଷଣା ହୋଇଛି । ଏଥିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri