ମିଲ୍‌ ଭିତରୁ ପାଇଲେ, ବେପାରୀଙ୍କୁ ଦାୟୀ କଲେ

ସମ୍ବଲପୁର,୧୯।୧୧(ବ୍ୟୁରୋ): ସମ୍ବଲପୁର ଜିଲା ଚାଆଁରପୁର ଅଞ୍ଚଳରେ ଚାଷୀମାନେ ୯ ଗାଡି ଧାନ ଅଟକ ରଖି ଯୋଗାଣ ବିଭାଗକୁ ଜିମା ଦେଇଥିଲେ। ମିଲ ଭିତରେ ମଧ୍ୟ ୭ ଗାଡିରେ ଧାନ ରହିଥିଲା। ଯୋଗାଣ ବିଭାଗର ଏକ ଟିମ୍‌ ଧାନ ଜବତ କରି ସ୍ଥାନୀୟ ନାରାୟଣୀ ମିଲ୍‌ରେ ଜିମା ଦେଇଥିଲା। ଏହାକୁ ନେଇ ତଦନ୍ତ ଆରମ୍ଭ ହୋଇଥିଲା। ତଦନ୍ତ ପରେ ଜିଲାପାଳଙ୍କ ପାଖରେ ଯୋଗାଣ ବିଭାଗ ପକ୍ଷରୁ ରିପୋର୍ଟ ଦାଖଲ କରାଯାଇଛି। ମିଲ ଭିତରୁ ଧାନ ଗାଡି ଜବତ ହୋଇଥିଲେ ମଧ୍ୟ ଏଥିରେ ବେପାରୀଙ୍କୁ ଦାୟୀ କରାଯାଇଛି। ଏଥିରେ ୪ ଜଣ ବେପାରୀଙ୍କ ନାମରେ ଅଭିଯୋଗ କରିଛି ଯୋଗାଣ ବିଭାଗ।
ଅନ୍ୟପଟେ ମିଲ୍‌ ମାଲିକଙ୍କୁ ସୁରକ୍ଷା ଦେବାକୁ ଯାଇ ଯୋଗାଣ ବିଭାଗ ରିପୋର୍ଟରେ ଚଞ୍ଚକତା କରିଛି ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି। ମିଲ୍‌ ଭିତରକୁ ଧାନ କିଭଳି ଗଲା। ମିଲ ମାଲିକଙ୍କ ଜାଣତରେ ଧାନ ଗାଡି ଭିତରେ ରହିଥିଲା। ଚାଷୀମାନେ ଧରି ଯୋଗାଣ ବିଭାଗ ପାଖରେ ଅଭିଯୋଗ କଲା ପରେ ମଧ୍ୟ ମିଲ ମାଲିକଙ୍କୁ କ୍ଲିନ ଚିଟ୍‌ ଦିଆଯାଇଛି। ମାର୍କେଟ ଖୋଲିବା ପୂର୍ବରୁ ମିଲର୍ସମାନେ ଗତବର୍ଷର ଚାଉଳ ଦେବାକୁ ଚୋରାରେ ଧାନ କିଣୁଛନ୍ତି। ଚାଷୀମାନେ ଅଭାବୀ ବିକ୍ରିର ଶିକାର ହେଉଛନ୍ତି। ପୂର୍ବରୁ ମିଲରେ କେତେ ଧାନ ଥିଲା ଏବେ କେତେ ରହିଛି, ଉକ୍ତ ଧାନ କେଉଁ କିସମ ଓ କେତେ ପୁରୁଣା ଏସବୁ ତଦନ୍ତ ହେବା ଆବଶ୍ୟକ ବୋଲି ଚାଷୀମାନେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ନଭେମ୍ବର ୧୪ରେ ଚାଷୀମାନେ ୯ ଗୋଟି ଧାନ ବୋଝେଇ ଗାଡି ଅଟକ ରଖିଥିଲେ। ଯୋଗାଣ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ତିନୋଟି ମିଲ୍‌ ଯାଞ୍ଚ କରିଥିଲେ। ଦୁଇଟି ମିଲରୁ ଦୁଇଟି ଲେଖାଏ ଓ ଗୋଟିଏ ମିଲରୁ ୫ଟି ଗାଡ଼ି ଜବତ କରିଥିଲେ। ଏହାମଧ୍ୟରେ ଚାଉଁରପୁର ନିକଟରେ ଥିବା ଚନ୍ଦ୍ରମା ରାଇସ୍‌ ମିଲ, ସମଲେଶ୍ୱରୀ ଗ୍ରାମଉଦ୍ୟୋଗ, ଏମ୍‌ଏସ୍‌ ଫୁଡ ମିଲ ରହିଥିଲା। ଏ ସମ୍ପର୍କରେ ଜିଲା ମୁଖ୍ୟ ଯୋଗାଣ ଅଧିକାରୀ ରାମଚନ୍ଦ୍ର ଟୁଡୁ କହିଛନ୍ତି, ସ୍ବତନ୍ତ୍ର ଟିମ୍‌ ଦେଇଥିବା ରିପୋର୍ଟ ଜିଲାପାଳଙ୍କ ପାଖରେ ଦାଖଲ କରାଯାଇଛି। ଏଥିରେ ବେପାରୀଙ୍କ ସମ୍ପୃକ୍ତି ଥିବା ଜଣାପଡିଛି। ସେମାନଙ୍କ ନାମରେ ମାମଲା ରୁଜୁ କରାଯାଇଛି। ଜିଲାପାଳଙ୍କ ନିର୍ଦ୍ଦେଶ କ୍ରମେ ପରବର୍ତ୍ତି ପଦକ୍ଷେପ ଗ୍ରହଣ କରାଯିବ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସରିଲା ନାମାଙ୍କନ: ବିଧାନସଭା ପାଇଁ ନୂଆପଡ଼ାରେ ୯, ଖଡ଼ିଆଳରେ ୬ ପ୍ରାର୍ଥୀ

ନୂଆପଡ଼ା,୨୬ା୪(ମକାରୁ ବେମାଲ): ନାମାଙ୍କନର ଶେଷ ଦିନରେ ନୂଆପଡ଼ା ଏବଂ ଖଡିଆଳ ନିର୍ବାଚନ ମଣ୍ଡଳୀର ୪ ବିଧାୟକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। ନୂଆପଡା ନିର୍ବାଚନ...

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri