ସ୍କୁଲ ଉପରେ ହେଲିକପ୍ଟରରୁ ଗୁଳି ବର୍ଷା କଲେ ମ୍ୟାନମାର ସୈନ୍ୟ, ୭ ସ୍କୁଲ ପିଲାଙ୍କ ସମେତ ୧୩ ଜଣଙ୍କ ମୃତ୍ୟୁ…

ନାପିଦ୍ୱ, ୨୦।୯ : ମ୍ୟାନମାରର ଏକ ସ୍କୁଲ ଉପରେ ସୈନ୍ୟବାହିନୀ ହେଲିକପ୍ଟରରୁ ଗୁଳି ବର୍ଷା ହୋଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବିଦ୍ୟାଳୟରେ ଉପସ୍ଥିତ ଥିବା ୧୩ ଜଣଙ୍କର ମୃତ୍ୟୁ ଘଟିଛି। ସେମାନଙ୍କ ମଧ୍ୟରେ ୭ ଜଣ ସ୍କୁଲ ପିଲା ମଧ୍ୟ ଅଛନ୍ତି। ଏହି ସ୍କୁଲଟି ଏକ ବୌଦ୍ଧ ମଠରେ ଅବସ୍ଥିତ ଥିଲା। ସୂଚନାନୁସାରେ, ଏହି ଘଟଣାରେ ୧୭ରୁ ଅଧିକ ଲୋକ ଆହତ ହୋଇଛନ୍ତି। କେନ୍ଦ୍ରୀୟ ସାଗିଙ୍ଗ ଅଞ୍ଚଳରେ ଅବସ୍ଥିତ ଏହି ସ୍କୁଲରେ ଗୁଳି ବର୍ଷା କରାଯାଇଛି। ବିଦ୍ରୋହୀମାନେ ସ୍କୁଲରେ ଲୁଚି ରହିଥିଲେ ବୋଲି ସୈନ୍ୟବାହିନୀ ପକ୍ଷରୁ କୁହାଯାଇଛି।

ମୃତକଙ୍କୁ ବିଦ୍ୟାଳୟଠାରୁ ୧୧ କିଲୋମିଟର ଦୂରରେ ଅବସ୍ଥିତ ଏକ ସହରରେ ପୋତି ଦିଆଯାଇଥିଲା। ସେନା ପକ୍ଷରୁ ଦାବି କରାଯାଇଛି ଯେ ବିଦ୍ରୋହୀମାନେ ପ୍ରଥମେ ଗୁଳି ଚଳାଇଥିଲେ। ଏହା ପରେ ଏହାର ପାଲଟା ଜବାବ ଦିଆଯାଇଥିଲା। ପ୍ରାୟ ଏକ ଘଣ୍ଟା ଧରି ଗୁଳି ବିନିମୟ ହୋଇଥିଲା।

ସ୍କୁଲ ପ୍ରଶାସକ ମାର୍‌ ମାରଙ୍କ କହିବାନୁସାରେ, ସେ ପିଲାମାନଙ୍କୁ ଏକ ସୁରକ୍ଷିତ ସ୍ଥାନରେ ଲୁଚାଇବାକୁ ଚେଷ୍ଟା କରୁଥିଲେ। ତା’ପରେ ଚାରିଟି ଏମ୍‌ଆଇ-୩୫ ହେଲିକପ୍ଟର ପହଞ୍ଚି ଗୁଳି ଚଳାଇବା ଆରମ୍ଭ କରିଥିଲେ। ମେସିନ ଗନ୍‌ରୁ ସ୍କୁଲ ଉପରକୁ ଗୁଳି ଚଳା ଯାଇଥିଲା।

ଗଣମାଧ୍ୟମ ରିପୋର୍ଟ କରିଛି ଯେ ପିପୁଲ୍ସ ଡିଫେନ୍ସ ଫୋର୍ସର ସଦସ୍ୟମାନେ ଲୁଚି ରହିଥିବା ସୂଚନା ଉପରେ ସୈନ୍ୟବାହିନୀ ପକ୍ଷରୁଏଭଳି ପଦକ୍ଷେପ ଗ୍ରହଣ କରାଯାଇଥିଲା।

Share