ବୌଦ୍ଧ ମଠରେ ଲୋକଙ୍କୁ ଧାଡ଼ିରେ ଠିଆ କରି ଗୁଳି କରିଛନ୍ତି ମ୍ୟାନମାର ସୈନ୍ୟବାହିନୀ: ୨୮ ମୃତ…

ନାପିଦ୍ୱ,୧୪।୩ : ମ୍ୟାନମାର ସେନା ଏକ ବୌଦ୍ଧ ମଠ ଉପରେ ଆକ୍ରମଣ କରି ୨୮ ଜଣଙ୍କୁ ହତ୍ୟା କରିଛି। ଶାନ ରାଜ୍ୟର ଏକ ଗାଁରେ ଏହି ଆକ୍ରମଣ କରାଯାଇଥିଲା। ଏକ ବିଦ୍ରୋହୀ ସଂଗଠନ କାରେନ୍ନି ନ୍ୟାଶନାଲିଷ୍ଟ ଡିଫେନ୍ସ ଫୋର୍ସ (କେଏନଡିଏଫ) ଏହା ଦାବି କରିଛି। ଦେଶରେ ସାମରିକ ଶାସକ କ୍ଷମତା ଦଖଲ କରିବାକୁ ପ୍ରାୟ ଦୁଇ ବର୍ଷ ବିତିଛି। ସେବେଠାରୁ ଦେଶରେ ସେନା ଏବଂ ବିଦ୍ରୋହୀ ସଂଗଠନ ମଧ୍ୟରେ ହିଂସା ଜାରି ରହିଛି। ବିଗତ ଦିନରେ ସେନା ଏବଂ ବିଦ୍ରୋହୀ ଗୋଷ୍ଠୀ ମଧ୍ୟରେ ଲଢ଼େଇ ବୃଦ୍ଧି ପାଇଛି।

କେଏନଡିଏଫ ରିପୋର୍ଟ କରିଛି ଯେ ବୌଦ୍ଧ ମଠରେ ହୋଇଥିବା ଆକ୍ରମଣରେ ଉଭୟ ମ୍ୟାନମାରର ବାୟୁସେନା ଏବଂ ସେନା ମିଳିତ ଭାବେ ଆକ୍ରମଣ କରିଥିଲେ। ସେନାର ଆକ୍ରମଣ ରକ୍ଷା ପାଇବା ପାଇଁ ଲୋକମାନେ ଗାଁର ବୌଦ୍ଧ ମଠରେ ଲୁଚି ରହିଥିଲେ ମଧ୍ୟ ସେଠାରେ ସେନା ସେମାନଙ୍କୁ ଧାଡ଼ିରେ ଠିଆ କରି ଗୁଳି କରିଥିଲେ। କେଏନଡିଏଫ କହିଛି ଯେ ସେନା ଆକ୍ରମଣରେ ୨୮ରୁ ଅଧିକ ଲୋକଙ୍କର ଜୀବନ ଯାଇଛି। ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ସେନା ଲୋକଙ୍କୁ ମଠର କାନ୍ଥରେ ଠିଆ କରି ଗୁଳି ଚଳାଇଥିଲା। ମୃତକଙ୍କ ଙ୍‌ମଧ୍ୟରେ ମଠର ଭିକ୍ଷୁମାନେ ମଧ୍ୟ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚର୍ଚ୍ଚାରେ ପ୍ରଶାସନ, ଡାକ୍ତରଙ୍କୁ ମିଳିଲା ହସ୍ପିଟାଲରୁ କୁକୁର ଘଉଡ଼ାଇବା ପାଇଁ ଦାୟିତ୍ୱ

ଜୟପୁର,୯।୨: ରାଜସ୍ଥାନର ଜୟସଲମେର ଜିଲ୍ଲାର ସବୁଠାରୁ ବଡ଼ ସରକାରୀ ହସ୍ପିଟାଲ ସରକାରୀ ଜବାହାର ହସ୍ପିଟାଲରେ କୁକୁର ହଟାଇବା ଅଭିଯାନ ଚାଲିଛି । ହସ୍ପିଟାଲ ପ୍ରଶାସନ ଦ୍ୱାରା ଜାରି…

୧୦୦ ଟପିବ ପେଟ୍ରୋଲ ଦର? ଟ୍ରମ୍ପଙ୍କ ଯୋଗୁ ଗୋଟିଏ ଝଟକାରେ ହୁ ହୁ ହୋଇ ବଢ଼ିବାକୁ ଯାଉଛି ମୂଲ୍ୟ…!

ନୂଆଦିଲ୍ଲୀ,୯।୨: ଭାରତ ଏବଂ ଆମେରିକା ମଧ୍ୟରେ ନିକଟରେ ହୋଇଥିବା ଟ୍ରେଡ୍‌ ଡିଲ(ବାଣିଜ୍ୟ ଚୁକ୍ତି) ନେଇ ଜୋରଦାର ଚର୍ଚ୍ଚା ହେଉଛି। କାରଣ ଏହା ଭାରତର ସାଧାରଣ ନାଗରିକଙ୍କୁ ମହଙ୍ଗା…

ଧରିତ୍ରୀ ପ୍ରଭାବ: ତତ୍ପରତା ଦେଖାଇଲା ବିଦ୍ୟୁତ ବିଭାଗ

ଦାରିଙ୍ଗବାଡି, ୯।୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶ୍ରାନିକେତା ପଞ୍ଚାୟତ ଡାବୁଲୁମାହାଠାରୁ ତେରବାଡିକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ଉପରେ ବିଦ୍ୟୁତ ତାର…

ଅସମ୍ମାନ ! ଡାଇନିଂ ଟେବୁଲରେ ବସିଲେ, ଚପଲ ପିନ୍ଧି ମହାପ୍ରସାଦ ଖାଇଲେ

ପୁରୀ୯।୨( ଅଜିତ୍ କୁମାର ମହାନ୍ତି ): ପୁଣି ମହାପ୍ରସାଦକୁ ଅପମାନ । ଡାଇନିଂ ଟେବୁଲରେ ଚପଲ ପିନ୍ଧି ବସି ଖାଉଥିବାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ…

ଏବେଠୁ ଘାରିଲାଣି ଜଙ୍ଗଲ ନିଆଁ ନିୟନ୍ତ୍ରଣ ଚିନ୍ତା: ଘୁମୁସର ଉତ୍ତର ବନଖଣ୍ଡରେ…

ଭଞ୍ଜନଗର,୯।୨(ବାବୁଲା ପ୍ରଧାନ )-ରାଜ୍ୟର କେତେକ ବନଖଣ୍ଡରେ ବର୍ତ୍ତମାନ ଜଙ୍ଗଲ ନିଆଁ ଲାଗିଲାଣି। ଆଗକୁ ଅନ୍ୟ ବନଖଣ୍ଡ ଗୁଡ଼ିକରେ ମଧ୍ୟ ନିଆଁ ଲାଗିବା ସମ୍ଭାବନା ରହିଛି। ଏହାପୂର୍ବରୁ ରାଜ୍ୟ…

ଟି-୨୦ ବିଶ୍ୱକପ୍: ବଡ଼ ଦଳଙ୍କୁ ନାକେଦମ୍ କଲେଣି ‘ଅଣ୍ଡରଡଗ୍ସ’, ଚର୍ଚ୍ଚାରେ ଏସବୁ ମ୍ୟାଚ୍

ନୂଆଦିଲ୍ଲୀ,୯।୨: ଚଳିତ ଟି-୨୦ ବିଶ୍ୱକପ୍‌ର ପ୍ରଥମ ସପ୍ତାହ କ୍ରିକେଟ ଜଗତର ସମସ୍ତ ପୁରୁଣା ସମୀକରଣକୁ ବଦଳାଇ ଦେଇଛି। ଯେଉଁ ଛୋଟ ଦଳମାନଙ୍କୁ ଦିନେ ‘ଦୁର୍ବଳ’ ବୋଲି କୁହାଯାଉଥିଲା,…

ଏହି ବର୍ଷ ଭାରତ ହେବ ବିଶ୍ୱର ଦ୍ରୁତତମ ଅଭିବୃଦ୍ଧିଶୀଳ ଅର୍ଥନୀତି: ମୁଡିଜ୍

ନୂଆଦିଲ୍ଲୀ,୯।୨: ବିଶ୍ୱ ଅର୍ଥନୀତିରେ ଭାରତ ନିଜର ଦବଦବା ବଜାୟ ରଖିବାକୁ ଯାଉଛି। ଆସନ୍ତା ୨୦୨୬-୨୭ ଆର୍ଥିକ ବର୍ଷରେ ଭାରତର ପ୍ରକୃତ ଜିଡିପି ୬.୪% ହାରରେ ବୃଦ୍ଧି ପାଇବ…

ତାମିଲନାଡୁରେ ୩ ଓଡ଼ିଆ ଶ୍ରମିକଙ୍କୁ ଅଟକ ରଖି ନିର୍ଯାତନା, ଉଦ୍ଧାର ପାଇଁ ଗଲେ ଦିଗପହଣ୍ଡି ପୋଲିସ 

ଦିଗପହଣ୍ଡି,୯।୨(ଅଶେଷ ନାଥ ମିଶ୍ର): ଓଡ଼ିଶାର ୩ଶ୍ରମିକଙ୍କୁ ତାମିଲନାଡୁରେ ନିର୍ଯାତନା ଅଭିଯୋଗ । ୩ ଶ୍ରମିକ ହେଲେ ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ ଲକ୍ଷ୍ମୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri