Posted inଖେଳ

ମୋ ସ୍ତ୍ରୀ ମତେ ଛାଡ଼ପତ୍ର ଦେଇଦେବେ, କାହିଁକି ଏମିତି କହିଲେ ଦିଲ୍ଲୀ କ୍ୟାପିଟାଲ୍ସ କୋଚ୍‌

ମୁମ୍ବାଇ,୧୨।୪: ଅଷ୍ଟ୍ରେଲିଆର ସର୍ବଶ୍ରେଷ୍ଠ ଅଧିନାୟକ ରିକି ପଣ୍ଟିଂ ଏବେ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର କୋଚ ଦାୟିତ୍ୱ ତୁଲାଉଛନ୍ତି। ତାଙ୍କ ନେତୃତ୍ୱରେ ଦଳର ପ୍ରଦର୍ଶନ ମଧ୍ୟ ଉଚ୍ଚକୋଟୀର ରହିଛି। ୨୦୨୦ରେ, ଦିଲ୍ଲୀ ପ୍ରଥମ ଥର ପାଇଁ ଟୁର୍ନାମେଣ୍ଟର ଫାଇନାଲରେ ପହଞ୍ଚିବାରେ ସଫଳ ହୋଇଥିଲା। ଏଥର ଦଳ ତିନିଥର ଚାମ୍ପିୟନ ଦଳ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ଅଭିଯାନ ଆରମ୍ଭ କରିଛି ଦିଲ୍ଲୀ। ଏସବୁ ମଧ୍ୟରେ ପଣ୍ଟିଂଙ୍କର ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି।
୨୦୦୭ରେ ଆସିଥିବା ବଲିଉଡ୍‌ ଫିଲ୍ମ ଚକ୍‌ ଦେଇଣ୍ଡିଆରେ ଶାହରୁଖ ଖାନଙ୍କୁ ହକି କୋଚ କବୀର ଖାନ ଭୂମିକାରେ ଦେଖିବାକୁ ମିଳିଥିଲା। ଫିଲ୍ମରେ ବଡ଼ ବଡ଼ ଦାଢି ରଖି କବୀର ଖେଳାଳିଙ୍କ ମନୋବଳ ଦୃଢ କରୁଥିବା ଦେଖିବାକୁ ମିଳିଥିଲା। ପଣ୍ଟିଂର ଏପରି କିଛି ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା, ସେବେଠାରୁ ସେ ସୋସିଆଲ ମିଡିଆରେ ଆଇପିଏଲର କବୀର ଖାନ ଭାବରେ ପରିଚିତ ହୋଇଥିଲେ। ଦିଲ୍ଲୀ କ୍ୟାପିଟାଲ୍ସର ଟୁଇଟର ହ୍ୟାଣ୍ଡେଲରୁ ଏକ ସମାନ ଭିଡିଓ ପୋଷ୍ଟ କରାଯାଇଛି ଯେଉଁଥିରେ ମୁଖ୍ୟ ପ୍ରଶିକ୍ଷକ ତାଙ୍କ ବିଷୟରେ ଖୋଲାଖୋଲି ଭାବେ କହୁଛନ୍ତି।

ଭିଡିଓରେ, ପଣ୍ଟିଂଙ୍କୁ ପଚରାଯାଇଥିଲା ଯେ ତାଙ୍କର ମଧ୍ୟ କବୀର ଖାନଙ୍କ ଭଳି ଦକ୍ଷତା ଅଛି କି, ପଣ୍ଟିଂ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ। ସେ କହିଛନ୍ତି ଯେ, ଏହା ଏକ ରୀତିନୀତି, ଯାହା ସେ ପ୍ରତ୍ୟେକ ଖେଳ ପୂର୍ବରୁ କରନ୍ତି। ପ୍ରତ୍ୟେକ ମ୍ୟାଚ୍‌ ପୂର୍ବରୁ ସେ କ୍ଲିନ ସେଭ ହୁଅନ୍ତି । ଥଟ୍ଟା କରି ପଣ୍ଟିଂ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ତାଙ୍କ ସ୍ତ୍ରୀ ତାଙ୍କୁ ଦାଢି ରଖିଥିବା ଦେଖନ୍ତି, ତେବେ ସେ ବୋଧହୁଏ ଛାଡପତ୍ର କରିବେ। ମୁଁ ଆଗାମୀ ଦୁଇ ଦିନ ମଧ୍ୟରେ ସେଭ କରିବି । ମୁଁ ଜାଣେ ନାହିଁ ତୁମେମାନେ ଏହା ଲକ୍ଷ୍ୟ କରିଛ କି ନାହିଁ, କିନ୍ତୁ ମୁଁ ପ୍ରତ୍ୟେକ ଖେଳର ପୂର୍ବ ରାତିରେ କ୍ଲିଭ କରେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚପଲ ପିନ୍ଧି ମହାପ୍ରସାଦ ବାଣ୍ଟିଲେ, ଠିଆହୋଇ ଖାଇଲେ

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି): ମହାପ୍ରସାଦ ଓ ମହାପ୍ରଭୁଙ୍କୁ ଅପମାନ କଲାଭଳି ଦୃଶ୍ୟ ପୁଣି ଦେଖିବାକୁ ମିଳିଛି। ଏନେଇ ବିଭିନ୍ନ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। କେତେଜଣ...

ନୂଆବର୍ଷ ପୂର୍ବରୁ ବଡ଼ ଧରଣର ଭୂକମ୍ପ ଝଟକା, ଭୟରେ…

ନୂଆଦିଲ୍ଲୀ,୩୧।୧୨: ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଜାପାନରେ ବଡ଼ ଧରଣର ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୬ ରେକର୍ଡ କରାଯାଇଛି ।...

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri