ଦୁଃଖ ସମୟରେ ମୋ ସ୍ତ୍ରୀ ଏକ ‘ସ୍ତମ୍ଭ’ ଭାବରେ ଠିଆ ହୋଇଛନ୍ତି: କପିଲ

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ‘ଦ କପିଲ ଶର୍ମା ଶୋ’ରେ ଲୋକଙ୍କୁ ହସାଇ ହସାଇ ବେଦମ କରିଦିଅନ୍ତି। ଏହି ଶୋ’କୁ ବଲିଉଡ୍‌ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ରାଜନୀତି ଏବଂ କ୍ରୀଡ଼ା ଜଗତର ବଡ଼ବଡ଼ ଷ୍ଟାର ଆସିଥାନ୍ତି। ଏହି ସମୟରେ ଅନେକ ଥଟ୍ଟାମଜା ସହ ସେଲିବ୍ରିଟିମାନେ ସେମାନଙ୍କ ବ୍ୟକ୍ତିଗତ ଜୀବନର ବହୁ ରହସ୍ୟ ଖୋଲାଖୋଲି ଭାବେ ପ୍ରକାଶ କରିଥାନ୍ତି।

ସମସ୍ତଙ୍କୁ ପ୍ରତିଦିନ ହସାଉଥିବା କପିଲଙ୍କ ଜୀବନରେ ବି ଅନେକ ଉତ୍ଥାନ-ପତ୍ତନ ଘଟିଛି। କପିଲଙ୍କ ଜୀବନରେ ଏକ ସମୟ ଥିଲା, ଯେତେବେଳେ ସେ ଧୀରେ ଧୀରେ ଡିପ୍ରେସନକୁ ଚାଲିଯାଇଥିଲେ। ସେ ନିଜେ ବି ଏ ବିଷୟରେ ଜାଣି ନ ଥିଲେ। ଏହି କଷ୍ଟ ସମୟରେ କପିଲଙ୍କୁ ତାଙ୍କ ସ୍ତ୍ରୀ ଗିନି ଚତରଥ ଏକ ସ୍ତମ୍ଭ ଭାବରେ ତାଙ୍କ ନିକଟରେ ଠିଆ ହୋଇଥିଲେ। ଏକ ସାକ୍ଷାତକାରରେ କପିଲ ତାଙ୍କ ଜୀବନର ସେହି ଖରାପ ସମୟ ବିଷୟରେ ପ୍ରକାଶ କରିବାବେଳେ ତାଙ୍କ ସ୍ତ୍ରୀଙ୍କୁ କ୍ୟାରିୟରର ‘ସ୍ତମ୍ଭ’ ବୋଲି କହିଛନ୍ତି।

Share