‘ସ୍ତ୍ରୀ ମୋ’ ଉପରେ ବିରକ୍ତ ହୁଅନ୍ତି’

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ତାଙ୍କ ଶୋ’ରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା ବେଳେ ଘରେ କିନ୍ତୁ ଚୁପ୍‌ ରୁହନ୍ତି। ଯେଉଁଥିପାଇଁ ତାଙ୍କ ସ୍ତ୍ରୀ ଗିନି ଚତ୍‌ରଥ ବିରକ୍ତ ହୁଅନ୍ତି। ଏକଥା ଆମେ କହୁନୁ, କପିଲ ଶର୍ମା ନିଜେ ତାଙ୍କ ଶୋ’ରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଶୋ’ ଶେଷ ହେବା ପରେ ଘରେ ପହଞ୍ଚିବା ପରେ ସ୍ତ୍ରୀ ଗିନି କିପରି ତାଙ୍କ ଉପରେ ବିରକ୍ତ ହୁଅନ୍ତି।

ପ୍ରକୃତରେ କପିଲ ଶୋ’ରେ ଅନେକ ସେଲିବ୍ରିଟିଙ୍କ ସହ କଥା ହୋଇ ହୋଇ ଥକ୍କି ଯାଇଥାନ୍ତି। ତେଣୁ ସେ ଘରକୁ ଯିବା ପରେ ଚୁପ୍‌ ହୋଇ ବସିବାକୁ ଭଲପାଆନ୍ତି। କିନ୍ତୁ ଗିନିଙ୍କୁ କପିଲ ଚୁପ୍‌ ହେଲେ ଭଲ ଲାଗେ ନାହିଁ। ସେ ଚାହାନ୍ତି ଶୋ’ରେ ଯେମିତି ସେ ହସାଉଛନ୍ତି ଘରେ ବି ସେମିତି ତାଙ୍କ ସହ ହସଖୁସି କରି କଥା ହୁଅନ୍ତୁ।

The Kapil Sharma Show, sweta singh, Kapil Sharma wife is Upset with him, post ka postmortem, ginni, ginni chatrath, who is kapil sharma wife, kapil sharma wife, Kapil Sharma, Kapil Sharma Wife, Ginni Chatrath, Kapil Sharma News, Kapil Sharma Show, Kapil Sharma wife Ginni Chatrath

କପିଲ ଶୋ’ରେ କହିଛନ୍ତି, ଦୟାକରି ମୋ ସ୍ତ୍ରୀଙ୍କୁ ବୁଝାନ୍ତୁ ନ ହେଲେ ସେ ମୋ ଉପରେ ସବୁବେଳେ ଅଭିଯୋଗ ଆଣୁଛନ୍ତି। ଯେତେବେଳେ ବି ମୁଁ ଘରକୁ ଫେରେ ସେ ସବୁବେଳେ ଅଭିଯୋଗ କରନ୍ତି ଯେ, ମୁଁ ତାଙ୍କ ସହ କଥାବାର୍ତ୍ତା କରୁନାହିଁ। କିନ୍ତୁ ଏହା ନୁହେଁ ଯେ, ମୁଁ ତାଙ୍କ ସହ କଥାବାର୍ତ୍ତା କରିବାକୁ ଚାହେଁ ନାହିଁ, ମୁଁ କେବଳ କିଛି ସମୟ ପାଇଁ ଶାନ୍ତ ରହିବାକୁ ଚାହେଁ।

ଏହା ପରେ ଅଞ୍ଜନା ପରଦାରେ ଚାହିଁ ଗିନିଙ୍କୁ କହିଥିଲେ, ଦୟାକରି କପିଲଙ୍କ ଉପରେ ବିରକ୍ତ ହୁଅନ୍ତୁ ନାହିଁ। କେବଳ କପିଲ ନୁହନ୍ତି, ଲୋକପ୍ରିୟ ଅଭିନେତା ରଣବୀର ସିଂଙ୍କ ସ୍ତ୍ରୀ ଦୀପିକା ପାଦୁକୋନ ମଧ୍ୟ ତାଙ୍କ ଉପରେ ଅଭିଯୋଗ କରିଛନ୍ତି। କପିଲଙ୍କ ଶୋ’ରେ ଯେତେବେଳେ କପିଲ ଦୀପିକାଙ୍କୁ ତାଙ୍କ ସ୍ବାମୀଙ୍କ ଶକ୍ତି ବିଷୟରେ ପଚାରିଥିଲେ, ସେତେବେଳେ ଅଭିନେତ୍ରୀ କହିଥିଲେ, ‘ଏହା ସବୁ ବାହାରେ ହୋଇଥାଏ। ମୁଁ ଘରେ ସମ୍ପୂର୍ଣ୍ଣ ଭିନ୍ନ ରଣବୀର ଦେଖୁଛି। ରଣବୀର ଘରେ ବହୁତ ଶାନ୍ତ। ସେ ଘରେ ତାଙ୍କର ନିଦକୁ ପୂରା କରନ୍ତି। ଏହା ଶୁଣି ସମସ୍ତେ ହସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ଛାଡ଼ିବେନି ସଲମାନ୍‌

ବମ୍ବେ: ବଲିଉଡ୍‌ର ତିନି ଖାନ୍‌ଙ୍କ ମଧ୍ୟରୁ ସଲମାନ୍‌ଙ୍କ ଲୋକପ୍ରିୟତା କାହିଁରେ କେତେ। ଏଯାଏ କୁଆଁରା ଥିବା ଏହି ଅଭିନେତାଙ୍କ ପୁରୁଷ ଅପେକ୍ଷା ମହିଳା ପ୍ରଶଂସକଙ୍କ ତାଲିକା...

ଖୁବ୍‌ଶୀଘ୍ର ଆସୁଛି ‘କୌନ୍‌ ବନେଗା କରୋଡ଼ପତି’, ଜାଣନ୍ତୁ କେମିତି କରିବେ ରେଜିଷ୍ଟ୍ରେଶନ

ମୁମ୍ବାଇ: ବିଗ୍‌ ବି’ ଅମିତାଭ ବଚ୍ଚନଙ୍କ କୁଇଜ୍‌ ଶୋ’ କୌନ୍‌ ବନେଗା କରୋଡ଼ପତି’ (କେବିସି) ସବୁବେଳେ ଚର୍ଚ୍ଚାରେ ରହିଥାଏ। ବର୍ତ୍ତମାନ ଏହି ଶୋ’ର ପରବର୍ତ୍ତୀ ସିଜନ୍‌ ...

ଅଲଗା ହେଲା ବାଟ, ପ୍ରେମିକଙ୍କଠାରୁ ଅଲଗା ହେଲେ ଶ୍ରୁତି ହାସନ!

ବମ୍ବେ: ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ସାଉଥ୍‌ ସୁପରଷ୍ଟାର କମଲ ହାସନଙ୍କ ଝିଅ ତଥା ଅଭିନେତ୍ରୀ ଶ୍ରୁତି ହାସନ। ଦୀର୍ଘଦିନ ଧରି ସେ ଶାନ୍ତନୁ ହଜାରିକାଙ୍କୁ...

ପୁଣି ପ୍ରେମରେ ପଡ଼ିଛନ୍ତି କୋଙ୍କଣା? ପୂର୍ବ ସ୍ବାମୀ କରିଦେଲେ ବଡ଼ ଖୁଲାସା

ବମ୍ବେ: ପୁଣି ପ୍ରେମରେ ପଡ଼ିଛନ୍ତି ଅଭିନେତ୍ରୀ କୋଙ୍କଣା ସେନ୍‌ ଶର୍ମା। କିଛି ଦିନ ଧରି ତାଙ୍କର ଲଭ୍‌ ଲାଇଫକୁ ନେଇ ଚର୍ଚ୍ଚା ହେଉଥିଲା। ହେଲେ ସେ...

ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ସମନ

ବମ୍ବେ,୨୫।୪: ଅଡ଼ୁଆରେ ଫସିଛନ୍ତି ବଲିଉଡ ଅଭିନେତ୍ରୀ ତମନ୍ନା ଭାଟିଆ। ଅଭିନେତା ସଞ୍ଜୟ ଦତ୍ତଙ୍କ ପରେ ବର୍ତ୍ତମାନ ତମନ୍ନା ଭାଟିଆଙ୍କ ନାମ ମଧ୍ୟ ବେଆଇନ ଆଇପିଏଲ୍‌ ମ୍ୟାଚ୍‌...

ହେମାମାଳିନୀଙ୍କୁ ନିର୍ବାଚନ ଲଢ଼ିବାକୁ ମନା କରିଥିଲେ ଧର୍ମେନ୍ଦ୍ର

ମୁମ୍ବାଇ: ଅଭିନେତ୍ରୀ ହେମାମାଳିନୀ ବର୍ତ୍ତମାନ ରାଜନୀତିରେ ସକ୍ରିୟ ରହିଛନ୍ତି। ମଥୁରାରୁ ୨ ଥର ଲୋକ ସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା ହେମାମାଳିନୀ ଚଳିତ ଥର...

ସେଲ୍ସ ଗର୍ଲ ହେଲେ ଶ୍ରଦ୍ଧା

ମୁମ୍ବାଇ: ବଲିଉଡ୍‌ର ପ୍ରତିଭାବାନ୍‌ ଅଭିନେତ୍ରୀ ଶ୍ରଦ୍ଧା କପୁର ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ସେ ନିଜ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି, ଯାହାକୁ...

କ୍ୟାନ୍‌ସରରେ ଆଖି ବୁଜିଲେ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନ

ନୂଆଦିଲ୍ଲୀ,୨୧ା୪: ଲୋକପ୍ରିୟ ଫେଶନ ଇନ୍‌ଫ୍ଲୁଏନ୍ସର ସୁରଭି ଜୈନଙ୍କର ୩୦ ବର୍ଷ ବୟସରେ ମୃତ୍ୟୁ ଘଟିଛି। ସେ ଦୀର୍ଘଦିନ ହେଲା କ୍ୟାନ୍‌ସରରେ ପୀଡ଼ିତ ଥିଲେ। ଇନ୍‌ଷ୍ଟାଗ୍ରାମରେ ତାଙ୍କର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri