‘ସ୍ତ୍ରୀ ମୋ’ ଉପରେ ବିରକ୍ତ ହୁଅନ୍ତି’

ମୁମ୍ବାଇ: କମେଡି କିଙ୍ଗ୍‌ କପିଲ ଶର୍ମା ତାଙ୍କ ଶୋ’ରେ ସମସ୍ତଙ୍କୁ ହସାଇ ହସାଇ ବେଦମ କରୁଥିବା ବେଳେ ଘରେ କିନ୍ତୁ ଚୁପ୍‌ ରୁହନ୍ତି। ଯେଉଁଥିପାଇଁ ତାଙ୍କ ସ୍ତ୍ରୀ ଗିନି ଚତ୍‌ରଥ ବିରକ୍ତ ହୁଅନ୍ତି। ଏକଥା ଆମେ କହୁନୁ, କପିଲ ଶର୍ମା ନିଜେ ତାଙ୍କ ଶୋ’ରେ ଏହା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଶୋ’ ଶେଷ ହେବା ପରେ ଘରେ ପହଞ୍ଚିବା ପରେ ସ୍ତ୍ରୀ ଗିନି କିପରି ତାଙ୍କ ଉପରେ ବିରକ୍ତ ହୁଅନ୍ତି।

ପ୍ରକୃତରେ କପିଲ ଶୋ’ରେ ଅନେକ ସେଲିବ୍ରିଟିଙ୍କ ସହ କଥା ହୋଇ ହୋଇ ଥକ୍କି ଯାଇଥାନ୍ତି। ତେଣୁ ସେ ଘରକୁ ଯିବା ପରେ ଚୁପ୍‌ ହୋଇ ବସିବାକୁ ଭଲପାଆନ୍ତି। କିନ୍ତୁ ଗିନିଙ୍କୁ କପିଲ ଚୁପ୍‌ ହେଲେ ଭଲ ଲାଗେ ନାହିଁ। ସେ ଚାହାନ୍ତି ଶୋ’ରେ ଯେମିତି ସେ ହସାଉଛନ୍ତି ଘରେ ବି ସେମିତି ତାଙ୍କ ସହ ହସଖୁସି କରି କଥା ହୁଅନ୍ତୁ।

The Kapil Sharma Show, sweta singh, Kapil Sharma wife is Upset with him, post ka postmortem, ginni, ginni chatrath, who is kapil sharma wife, kapil sharma wife, Kapil Sharma, Kapil Sharma Wife, Ginni Chatrath, Kapil Sharma News, Kapil Sharma Show, Kapil Sharma wife Ginni Chatrath

କପିଲ ଶୋ’ରେ କହିଛନ୍ତି, ଦୟାକରି ମୋ ସ୍ତ୍ରୀଙ୍କୁ ବୁଝାନ୍ତୁ ନ ହେଲେ ସେ ମୋ ଉପରେ ସବୁବେଳେ ଅଭିଯୋଗ ଆଣୁଛନ୍ତି। ଯେତେବେଳେ ବି ମୁଁ ଘରକୁ ଫେରେ ସେ ସବୁବେଳେ ଅଭିଯୋଗ କରନ୍ତି ଯେ, ମୁଁ ତାଙ୍କ ସହ କଥାବାର୍ତ୍ତା କରୁନାହିଁ। କିନ୍ତୁ ଏହା ନୁହେଁ ଯେ, ମୁଁ ତାଙ୍କ ସହ କଥାବାର୍ତ୍ତା କରିବାକୁ ଚାହେଁ ନାହିଁ, ମୁଁ କେବଳ କିଛି ସମୟ ପାଇଁ ଶାନ୍ତ ରହିବାକୁ ଚାହେଁ।

ଏହା ପରେ ଅଞ୍ଜନା ପରଦାରେ ଚାହିଁ ଗିନିଙ୍କୁ କହିଥିଲେ, ଦୟାକରି କପିଲଙ୍କ ଉପରେ ବିରକ୍ତ ହୁଅନ୍ତୁ ନାହିଁ। କେବଳ କପିଲ ନୁହନ୍ତି, ଲୋକପ୍ରିୟ ଅଭିନେତା ରଣବୀର ସିଂଙ୍କ ସ୍ତ୍ରୀ ଦୀପିକା ପାଦୁକୋନ ମଧ୍ୟ ତାଙ୍କ ଉପରେ ଅଭିଯୋଗ କରିଛନ୍ତି। କପିଲଙ୍କ ଶୋ’ରେ ଯେତେବେଳେ କପିଲ ଦୀପିକାଙ୍କୁ ତାଙ୍କ ସ୍ବାମୀଙ୍କ ଶକ୍ତି ବିଷୟରେ ପଚାରିଥିଲେ, ସେତେବେଳେ ଅଭିନେତ୍ରୀ କହିଥିଲେ, ‘ଏହା ସବୁ ବାହାରେ ହୋଇଥାଏ। ମୁଁ ଘରେ ସମ୍ପୂର୍ଣ୍ଣ ଭିନ୍ନ ରଣବୀର ଦେଖୁଛି। ରଣବୀର ଘରେ ବହୁତ ଶାନ୍ତ। ସେ ଘରେ ତାଙ୍କର ନିଦକୁ ପୂରା କରନ୍ତି। ଏହା ଶୁଣି ସମସ୍ତେ ହସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ପୂର୍ବତନ ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀଙ୍କ ପରଲୋକ

ସମ୍ୱଲପୁର,୧୬।୨: ସମ୍ୱଲପୁର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀଙ୍କ ସୋମବାର ରାତିରେ ପରଲୋକ ହୋଇଯାଇଛି। ତାଙ୍କୁ ମୃତ୍ୟୁ ବେଳକୁ ୭୯ ବର୍ଷ ବୟସ ହୋଇଥିଲା। ରାତି ପ୍ରାୟ…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri