Categories: ଖେଳ

ମୋ ଦ୍ୱିତୀୟ ଘର ଏବେ ଜଳମଗ୍ନ, ଚେନ୍ନାଇ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ଶ୍ରୀଲଙ୍କା କ୍ରିକେଟର୍‌

ଚେନ୍ନାଇ,୫।୧୨: ଚେନ୍ନାଇରେ ବାତ୍ୟ ‘ମିଗ୍‌ଜୋମ’ ବିପର୍ଯ୍ୟୟ ଘଟାଇଛି। ଏହି ବାତ୍ୟା ଯୋଗୁ ସହରରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଜଳମଗ୍ନ ହୋଇଛି। କେତେକ ସ୍ଥାନରେ ଯାନବାହନ ମଧ୍ୟ ପାଣିରେ ବୁଡିଯାଇଛି। ଏହି ଘୂର୍ଣ୍ଣିବଳୟର ପ୍ରଭାବର ଭିଡିଓ ସୋସିଆଲ ମିଡିଆରେ ଦେଖିବାକୁ ମିଳେ। ଚେନ୍ନାଇ ସୁପର କିଙ୍ଗ୍ସର ଶ୍ରୀଲଙ୍କା ସ୍ପିନର ମହିଷ ତୀକ୍ଷଣା ମଧ୍ୟ ଏକ ଭିଡିଓ ଶେୟାର କରିଛନ୍ତି। ଚେନ୍ନାଇର ପରିସ୍ଥିତିକୁ ନେଇ ସେ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏହି ସମୟ ମଧ୍ୟରେ ସେ ଏହି ସହରକୁ ତାଙ୍କର ଦ୍ୱିତୀୟ ଘର ବୋଲି ମଧ୍ୟ ବର୍ଣ୍ଣନା କରିଛନ୍ତି।
ମହିଷ ଏକ୍ସରେ କହିଛନ୍ତି, ମୁଁ ମୋର ଦ୍ୱିତୀୟ ଘର ଚେନ୍ନାଇ ସହ ଜଡିତ କିଛି ଫୁଟେଜ ଦେଖିଛି। ଏହି ବାତ୍ୟା ଦ୍ୱାରା ପ୍ରଭାବିତ ସମସ୍ତଙ୍କୁ ମୁଁ ମୋର ଭଲପାଇବା ଏବଂ ପ୍ରାର୍ଥନା ପଠାଉଛି। ସୁରକ୍ଷିତ ଏବଂ ଦୃଢ ରୁହନ୍ତୁ। ଏହି ପରିସ୍ଥିତିରେ ଆମେ ସମସ୍ତେ ଏକାଠି ଅଛୁ।
ଆଇପିଏଲ ୨୦୨୪ ରେ ମଧ୍ୟ ମହିଷ ଚେନ୍ନାଇ ସୁପର କିଙ୍ଗ୍ସର ଜର୍ସିରେ ନଜର ଆସିବେ। ଫ୍ରାଞ୍ଚାଇଜ ତାଙ୍କୁ ବଜାୟ ରଖିଛି।

Share