Categories: ଜାତୀୟ

ନିଶ କାଟିବାକୁ ମନା କରିବାରୁ ସସ୍‌ପେଣ୍ଡ

ଭୋପାଳ,୯।୧: ଲମ୍ବା ନିଶ କାଟିବାକୁ ମନା କରିବାରୁ ମଧ୍ୟପ୍ରଦେଶରେ ଜଣେ ପୋଲିସ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। କନଷ୍ଟେବଳ ରାକେଶ ରାଣା ପୋଲିସର ମୋଟର ଟ୍ରାନ୍ସପୋର୍ଟ ଶାଖାରେ ଡ୍ରାଇଭର ପୋଷ୍ଟରେ ଥିଲେ। ନିଶକୁ ଉଚିତ ଆକାରରେ କାଟିବା ପାଇଁ ତାଙ୍କୁ ନିର୍ଦ୍ଦେଶ ମିଳିଥିଲା। କିନ୍ତୁ ସେ ନିର୍ଦ୍ଦେଶ ମାନିବାକୁ ମନା କରି ଦେଇଥିଲେ। ଏଣୁ ତାଙ୍କୁ ତୁରନ୍ତ ସସ୍‌ପେଣ୍ଡ କରାଯାଇଛି।

ତାଙ୍କ ସସ୍‌ପେନଶନ ଅର୍ଡରରେ ରାଣା ଅନୁଚିତ ଆକାରରେ ନିଶ ରଖିଛନ୍ତି। ଆଉ ଏହା ଡିପାର୍ଟମେଣ୍ଟର ଅନ୍ୟ କର୍ମଚାରୀଙ୍କ ଉପରେ ଭୁଲ ପ୍ରଭାବ ପକାଉଛି। ନିର୍ଦ୍ଦେଶ ସତ୍ତ୍ୱେ ନିଶ ନ କାଟିବାରୁ ତାଙ୍କୁ ସସ୍‌ପେଣ୍ଡ କରାଯାଉଛି।

ଏହାର ଜବାବରେ ରାଣା କହିଛନ୍ତି, ମୁଁ ଜଣେ ରାଜପୁତ। ମୋ ନିଶ ମୋ ପାଇଁ ଗର୍ବ। ମୁଁ ନିଶ କାଟିବି ନାହିଁ।

ସସ୍‌ପେଣ୍ଡ ନିର୍ଦ୍ଦେଶ ଜାରି କରିଥିବା ଆସିଷ୍ଟାଣ୍ଟ ଇନ୍ସପେକ୍ଟର ଜେନେରାଲ ପ୍ରଶାନ୍ତ ଶର୍ମା କହିଛନ୍ତି, ସିନିୟରଙ୍କ ନିର୍ଦ୍ଦେଶ ନ ମାନିବା କାରଣରୁ ରାଣାଙ୍କୁ ନିଲମ୍ବିତ କରାଯାଇଛି। ଯାଞ୍ଚ ବେଳେ କନଷ୍ଟେବଳ ବେକ ପର୍ଯ୍ୟନ୍ତ ନିଶ ରଖିଥିବା ଦେଖିବାକୁ ମିଳିଥିଲା। ଅସୁନ୍ଦର ଲାଗୁଥିବାରୁ ତାଙ୍କୁ ନିଶ କାଟିବାକୁ କୁହାଯାଇଥିଲା। କିନ୍ତୁ ସେ ନିର୍ଦ୍ଦେଶ ପାଳନ କରି ନ ଥିଲେ।

Share