Categories: ଜାତୀୟ

ଚିଠି ଲେଖି ଭାରତ ଯୋଡୋ ଯାତ୍ରାର ଅଭିଜ୍ଞତା ବଖାଣିଲେ ରାହୁଲ

ନୂଆଦିଲ୍ଲୀ,୧୩।୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାରତ ଯୋଡୋ ଯାତ୍ରା ପ୍ରାୟ ୩୫୦୦ କିଲୋମିଟର ଅତିକ୍ରମ କରିସାରିଛି। ବର୍ତ୍ତମାନ ଭାରତ ଯୋଡୋ ଯାତ୍ରା ପଞ୍ଜାବରେ ପହଞ୍ଚିଛିି। ଏହି ଅବସରରେ ରାହୁଲ ଗାନ୍ଧୀ ଏକ ଚିଠି ଲେଖି ନିଜର ଭାରତ ଯୋଡୋ ଯାତ୍ରାର ଅଭିଜ୍ଞତା ବଖାଣିଛନ୍ତି। ଏଥିସହ ତାଙ୍କ ବ୍ୟକ୍ତିଗତ ଏବଂ ରାଜନୌତିକ ଜୀବନର ଲକ୍ଷ୍ୟ କ’ଣ ରହିଛି ତାହା ଚିଠିରେ ଉଲ୍ଲେଖ କରିଛନ୍ତି।
ରାହୁଲ ଗାନ୍ଧୀ ଚିଠିରେ ଲେଖିଛନ୍ତି, ମୋର ବ୍ୟକ୍ତିଗତ ଏବଂ ରାଜନୌତିକ ଜୀବନର ଗୋଟିଏ ଲକ୍ଷ୍ୟ ଅଧିକାର ପାଇଁ ଲଢିବା। ଦେଶକୁ ଅନ୍ଧକାରରୁ ଆଲୋକକୁ ଆଣିବା, ଘୃଣା ନ କରି ପ୍ରେମ କରିବା, ନିରାଶାରୁ ଲୋକଙ୍କ ମଧ୍ୟରେ ଆଶା ସୃଷ୍ଟି କରିବା ଆଦି ଭାରତ ଯୋଡୋ ଯାତ୍ରା ଶିଖାଇଛି। ତେବେ ଏହି ଲକ୍ଷ୍ୟ ହାସଲ କରିବା ପାଇଁ ଭାରତକୁ ସମ୍ବିଧାନ ଦେଇଥିବା ମହାପୁରୁଷଙ୍କ ନୀତି ଏବଂ ମୂଲ୍ୟବୋଧକୁ ମୋର ଆଦର୍ଶ କରି ଆଗକୁ ବଢିବି ବୋଲି ରାହୁଲ କହିଛନ୍ତି।

Share