ନନ୍ଦନକାନନରେ ସିଂହୀ ଶ୍ୟାମାର ମୃତ୍ୟୁ

ବାରଙ୍ଗ,୧୬।୪(ଡି.ଏନ୍‌.ଏ.): ନନ୍ଦନକାନନରେ ମାଈ ସିଂହୀ ଶ୍ୟାମାର ଶନିବାର ମୃତ୍ୟୁ ଘଟିଛି। ତାହାର ମୃତ୍ୟୁ ପରେ ସିଂହଙ୍କ ସଂଖ୍ୟା ୧୬କୁ ହ୍ରାସ ପାଇଛି । ଗତ ୩ ବର୍ଷ ହେଲା ସିଂହୀ ଶ୍ୟାମା ଅସୁସ୍ଥ ଥିଲା । ତାର କାନ ପାଖରେ ଏକ ଟ୍ୟୁମର ହୋଇଥିବାରୁ ଏହାର ଅପରେଶନ କରାଯାଇଥିଲା । ପରେ ତାର ମଳଦ୍ବାର ନିକଟରେ ଏକ ଟ୍ୟୁମର ହୋଇ ଜନ୍ତ୍ରଣା ପାଉଥିଲା । ବିଭିନ୍ନ ପ୍ରକାର ସମସ୍ୟା ନେଇ ଗତ ତିନି ବର୍ଷ ଧରି ଚିକିତ୍ସାଧୀନ ଅବସ୍ଥାରେ ଥିବା ବେଳେ ଏକ ସପ୍ତାହ ହେଲା ସେ ଅଧିକ ଗୁରୁତର ହୋଇ ପଡିଥିଲା। ଶନିବାର ତାର ମୃତ୍ୟୁ ଘଟିଛି।