Posted inଜାତୀୟ

‘ମୋ ଜମି, ମୋ ମନ୍ଦିର, ପୋଲିସକୁ କାହିଁକି ଜଣାଇବି? ଆନ୍ଧ୍ରପ୍ରଦେଶରେ ମନ୍ଦିର ମାଲିକଙ୍କ ଅଜବ ଯୁକ୍ତି

ଆନ୍ଧ୍ରପ୍ରଦେଶ,୨।୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କାସିବୁଗାଠାରେ ଥିବା ଶ୍ରୀ ଭେଙ୍କଟେଶ୍ୱର ସ୍ୱାମୀ ମନ୍ଦିର (ମିନି ତିରୁପତି)ରେ ଗତକାଲି ଏକାଦଶୀ ଅବସରରେ ପ୍ରବଳ ଭିଡ଼ ଯୋଗୁଁ ଦଳାଚକଟା ଘଟି ୯ ଜଣ ଶ୍ରଦ୍ଧାଳୁଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୮ ଜଣ ମହିଳା ଓ ଜଣେ ଶିଶୁ ଅଛନ୍ତି। ଏହି ମର୍ମନ୍ତୁଦ ଘଟଣା ପରେ ମନ୍ଦିର କର୍ତ୍ତୃପକ୍ଷ ତଥା ପୂଜକ ହରି ମୁକୁନ୍ଦ ପଣ୍ଡାଙ୍କ ବୟାନ ଚର୍ଚ୍ଚାର ବିଷୟ ପାଲଟିଛି।

୯୪ ବର୍ଷୀୟ ହରି ମୁକୁନ୍ଦ ପଣ୍ଡା କହିଛନ୍ତି ଯେ ସେ ଏହି ମନ୍ଦିରକୁ ମାତ୍ର ଚାରି ମାସ ତଳେ ତାଙ୍କ ବ୍ୟକ୍ତିଗତ ଜମିରେ ନିର୍ମାଣ କରିଛନ୍ତି। ଏହି ଏକାଦଶୀ କାର୍ଯ୍ୟକ୍ରମ ବିଷୟରେ ସେ ସ୍ଥାନୀୟ ପ୍ରଶାସନ ବା ପୋଲିସକୁ ଜଣାଇ ନ ଥିଲେ। ସେ ପ୍ରଶ୍ନ କରିଛନ୍ତି, “ଏହା ମୋର ଜମି, ମୋର ମନ୍ଦିର। ମୁଁ କାହିଁକି ପୋଲିସ ବା ପ୍ରଶାସନକୁ ଜଣାଇବି?”

ପଣ୍ଡା କହିଛନ୍ତି ଯେ ସାଧାରଣତଃ ମନ୍ଦିରରେ କମ୍ ଭିଡ଼ ହୁଏ ଏବଂ ସେ ଏକାଦଶୀରେ ଏତେ ଭିଡ଼ ଆଶା କରି ନ ଥିଲେ। ତାଙ୍କ ନିଜ ଖର୍ଚ୍ଚରେ ରନ୍ଧା ଯାଇଥିବା ପ୍ରସାଦ ସକାଳ ୯ଟା ବେଳେ ଭିଡ଼ ହେତୁ ଶୀଘ୍ର ଶେଷ ହୋଇଯାଇଥିଲା।

ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଏହି ଘଟଣା ପାଇଁ ମନ୍ଦିର କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ଯଦି ପୋଲିସକୁ ପୂର୍ବରୁ ସୂଚନା ଦିଆଯାଇଥାନ୍ତା, ତେବେ ଭିଡ଼ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯାଇ ପାରିଥାଆନ୍ତା। ସେ ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ପୂଜକ ପଣ୍ଡା କିନ୍ତୁ କହିଛନ୍ତି ଯେ ମୋ ବିରୁଦ୍ଧରେ ମାମଲା ରୁଜୁ ହେଲେ ବି ତାଙ୍କର କିଛି ଯାଏ ଆସେ ନାହିଁ।

ତଦନ୍ତରୁ ଜଣାପଡ଼ିଛି ଯେ ନିର୍ମାଣାଧୀନ ଥିବା ଏହି ମନ୍ଦିରରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ମାତ୍ର ଗୋଟିଏ ସଂକୀର୍ଣ୍ଣ ରାସ୍ତା ଥିଲା। ଏହି ତ୍ରୁଟି ଯୋଗୁଁ ଭିଡ଼ ସମୟରେ ପରିସ୍ଥିତି ଅଧିକ ଜଟିଳ ହୋଇଥିଲା। ଦୁର୍ଘଟଣା ପରେ ମନ୍ଦିରକୁ ବନ୍ଦ କରିଦିଆଯାଇଛି ଏବଂ ମନ୍ଦିର ପରିସରରେ ପୋଲିସ ମୁତୟନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସାମ୍ନାକୁ ଆସିଲା ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କ ନାମ, ଚମକି ପଡିଲେ ମମତା!

କୋଲକାତା,୬।୫: ପଶ୍ଚିମବଙ୍ଗ ବିଧାନସଭା ନିର୍ୱାଚନରେ ଭାଜପାର ବିପୁଳ ବିଜୟ ପରଠାରୁ, ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ, ବଙ୍ଗଳାର ନୂତନ ମୁଖ୍ୟମନ୍ତ୍ରୀ କିଏ ହେବେ? ଭାଜପା ରାଜ୍ୟରେ କ୍ଷମତାର…

ପୁଣି ୬ଟା ରାଜ୍ୟରେ ନିର୍ବାଚନ, ପଶ୍ଚିମବଙ୍ଗ ପରେ ନୂଆ ଗେମ୍‌ ଖେଳିବ ଭାଜପା!

ନୂଆଦିଲ୍ଲୀ,୬।୫: ସାମ୍ପ୍ରତିକ ସମୟରେ, ଭାରତୀୟ ରାଜନୀତିରେ ଅନେକ ଗୁରୁତ୍ୱପୂର୍ଣ୍ଣ ପରିବର୍ତ୍ତନ ଦେଖାଦେଇଛି। ବିଶେଷକରି, ଭାରତୀୟ ଜନତା ପାର୍ଟି ପୂର୍ୱ ଭାରତରେ ନିଜର ପାଦ ମଜବୁତ କରିବା ପାଇଁ…

ମମତାଙ୍କ ପରାଜୟ ନୁହେଁ ଶୁଭେନ୍ଦୁଙ୍କ ବିଜୟ ଖୁସିରେ ଗଦ୍‌ଗଦ୍‌ ବାଂଲାଦେଶ, ଖେଳିଲା ନୂଆ ଚାଲ୍‌!

କୋଲକାତା,୬।୫: ବାଂଲାଦେଶର BNP ଦଳର ନେତା ଏବଂ ସୂଚନା ସଚିବ ଅଜିଜୁଲ ବାରୀ ହେଲାଲ ବଙ୍ଗଳାର ନିର୍ୱାଚନ ଫଳାଫଳରେ ଆଶ୍ଚର୍ଯ୍ୟ ପ୍ରକାଶ କରିଛନ୍ତି। ସେ ମନ୍ତବ୍ୟ ଦେଇଛନ୍ତି,…

ବଙ୍ଗଳା ନିର୍ବାଚନର ସବୁଠାରୁ ଭାଗ୍ୟବାନ ପ୍ରାର୍ଥୀ: SIRରେ କଟିଯାଇଥିଲା ନାଁ, ଏବେ ହେଲେ ବିଧାୟକ

କୋଲକାତା,୬।୫: ଚଳିତ ବର୍ଷ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନେକ ରେକର୍ଡ ସୃଷ୍ଟି କରିଛି। ପ୍ରଥମ ଥର ପାଇଁ, ଭାଜପା ରାଜ୍ୟରେ ସରକାର ଗଠନ କରିବାକୁ ପ୍ରସ୍ତୁତ। ମମତା…

ଯଦି ମମତା ବାନାର୍ଜୀ ଇସ୍ତଫା ନ ଦିଅନ୍ତି, ତେବେ ପୋଲିସ ପଠାଇ… ଆଇନଗତ ରାସ୍ତା କହିଲେ ସୁପ୍ରିମକୋର୍ଟର ଓକିଲ

ନୂଆଦିଲ୍ଲୀ,୬।୫: ବିଧାନସଭା ନିର୍ବାଚନରେ ପରାଜୟ ସତ୍ତ୍ୱେ, ମମତା ବାନାର୍ଜୀ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବାକୁ ମନା କରିଦେଇଛନ୍ତି, ଯାହା ରାଜ୍ୟରେ ଏକ ସାମ୍ବିଧାନିକ ସଙ୍କଟ ସୃଷ୍ଟି…

ଡବଲ ଚାଲ୍‌ ଚଲାଇଲେ ବିଜୟ, ସରକାର ଗଠନ କରିବା ପାଇଁ ଟିଭିକେର ଦୁଇ ହାତରେ ଲଡ଼ୁ, ପରଦା ପଛରେ ଘଟୁଛି…

ଚେନ୍ନାଇ,୬।୫: ତାମିଲନାଡୁ ନିର୍ବାଚନ ଫଳାଫଳ ପ୍ରକାଶ ପାଇଛି। ଏବେ ସରକାର ଗଠନ ପାଇଁ ପ୍ରକ୍ରିୟା ଚାଲିଛି। ହେଲେ ବିଧାନସଭା ଫଳାଫଳ ତାମିଲନାଡୁରେ ସରକାର ଗଠନ ପ୍ରକ୍ରିୟାକୁ ବାଧା…

ବଙ୍ଗଳା ଜିତିବା ପରେ ମଧ୍ୟ ଭାଜପାକୁ ମିଳିବନି ରାଜ୍ୟ ସଭାର ଫାଇଦା, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୬।୫: ପଶ୍ଚିମବଙ୍ଗରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରି ଭାଜପା ଦ୍ୱିଶତକ ହାସଲ କରି ଇତିହାସ ସୃଷ୍ଟି କରିଥିବା ବେଳେ, କିନ୍ତୁ ରାଜ୍ୟ ସଭାର ଗଣିତ…

ଇମୋଶନାଲ୍‌ ହୋଇ ଏ କ’ଣ କହିଦେଲେ ଥଲାପତି ବିଜୟ: ଚାରିଆଡେ ହେଉଛି ଚର୍ଚ୍ଚା

ଚେନ୍ନାଇ,୬।୫: ତାମିଲନାଡୁ ରାଜନୀତିରେ ଏକ ବଡ଼ ପରିବର୍ତ୍ତନ ଦେଖାଯାଇଛି। ଅଭିନେତାରୁ ରାଜନେତା ହୋଇଥିବା ବିଜୟ ଏକ ବିବୃତ୍ତି ଜାରି କରି ରାଜ୍ୟବାସୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri