ଭୁବନେଶ୍ବର,୩।୮(ସୁନିତ୍ ମିଶ୍ର)ରାଜ୍ୟରେ ଯେଉଁ ଗରିବ ହିତାଧିକାରୀମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇବାରୁ ବଞ୍ଚିତ ହେଉଛନ୍ତି କିମ୍ବା ଅନ୍ୟ କୌଣସି କାରଣରୁ ପକ୍କାଘର ଖଣ୍ଡେ କରିବାରେ ସକ୍ଷମ ହୋଇପାରୁନାହାନ୍ତି ସେମାନଙ୍କ ଲାଗି ରାଜ୍ୟ ସରକାର ‘ମୋ ଘର’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଉପରେ ରାଜ୍ୟ କ୍ୟାବିନେଟ୍ ଗତ ମେ ୨୯ରେ ମୋହର ମାରିଥିଲା। ମୋ ଘର ଯୋଜନାରେ ହିତାଧିକାରୀମାନଙ୍କୁ ଆବେଦନ କରିବା ପାଇଁ ସରକାର ଗତ ଜୁନ୍ ୧୬ରେ ଏକ ଓ୍ବେବ୍ସାଇଟ୍ ମଧ୍ୟ ଆରମ୍ଭ କରିଥିଲେ। ହେଲେ ଏହି ଯୋଜନାରୁ ଗରିବ ହିତାଧିକାରୀଙ୍କୁ ଲାଭ ମିଳିପାରୁ ନ ଥିବା ଖୋଦ୍ ସରକାର ଅନୁଭବ କରିବା ଆରମ୍ଭ କଲେଣି। ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ହିଁ ସବୁଠାରୁ ବଡ ସମସ୍ୟା ହୋଇ ଉଭା ହୋଇଛି; ଯେଉଁଥିଲାଗି ସରକାର ମଧ୍ୟ ଏବେ ଅକଳରେ ପଡ଼ିଯାଇଛନ୍ତି। ଏହି ଯୋଜନାରୁ ଗରିବ ଲୋକମାନେ ଲାଭ ନ ପାଇପାରିବା ସରକାରଙ୍କ ମୁଣ୍ଡବ୍ୟଥା ଏବେ ବଢ଼ାଇ ଦେଲାଣି। ଗତ ଦେଢ଼ ମାସ ମଧ୍ୟରେ ରାଜ୍ୟରୁ ମୋଟ୍ ୩୯ ଜଣଙ୍କୁ ମୋ ଘର ଯୋଜନାର କାର୍ଯ୍ୟାଦେଶକୁ ଅନୁମୋଦନ ମିଳିବାରେ ସମ୍ଭବ ହୋଇଛି, ଯାହାକୁ ନେଇ ଏହି ଯୋଜନାରେ ଅନେକ ନିୟମ ପରିବର୍ତ୍ତନ କରାଇବାର ଆବଶ୍ୟକତା ରହିଥିବା ମତ ପ୍ରକାଶ ପାଇଛି।
ଏହି ଯୋଜନାରେ ରାଜ୍ୟ ସରକାର ୨୧୫୦ କୋଟି ଟଙ୍କାର ବ୍ୟୟ ଅଟକଳ କରିଥିବା ବେଳେ ୨ ବର୍ଷରେ ପ୍ରାୟ ୪ ଲକ୍ଷ ହିତାଧିକାରୀଙ୍କୁ ଘର ଦେବେ ବୋଲି ଲକ୍ଷ୍ୟ ରଖିଛନ୍ତି। ା ଯୋଜନାରେ ଘର କରିବା ଲାଗି ହିତାଧିକାରୀମାନଙ୍କୁ ବ୍ୟାଙ୍କରୁ ଋଣ ନେବାର ବ୍ୟବସ୍ଥା କରାଯାଇଛି। ପ୍ରଥମ ବର୍ଷର ରିହାତି ଅବଧିକୁ ବାଦ୍ଦେବା ପରେ ୧୦ ବର୍ଷରେ ହିତାଧିକାରୀମାନେ ଏହି ଋଣ ଅର୍ଥ ଶୁଝିପାରିବେ। ସରକାର ଋଣ ଅର୍ଥରୁ ସବ୍ସିଡି ପ୍ରଦାନର ବ୍ୟବସ୍ଥା କରିଛନ୍ତି। ତେବେ ହିତାଧିକାରୀମାନେ ବ୍ୟାଙ୍କରେ ନିଜ ଜମିକୁ ବନ୍ଧକ ରଖି ଋଣ ନେବାର ବ୍ୟବସ୍ଥା କରାଯାଇଛି। ହେଲେ ଜମି ବନ୍ଧକ ରଖି ଘର କରିବା ଏତେଟା ସହଜ ହୋଇ ନାହିଁ। ବ୍ୟାଙ୍କଗୁଡିକ ନିଜ ନିୟମ ବାହାରକୁ ଯାଇ ଋଣ ଦେବା ସପକ୍ଷରେ ନାହାନ୍ତି। ଯଦି ଜଣଙ୍କ ନଁାରେ ଘରର ଜମି ରେକର୍ଡ ଥିବ ସେ କ୍ଷେତ୍ରରେ ଠିକ୍ ଅଛି। ଯେଉଁଠି ଗୋଟିଏ ପରିବାରର ୩ରୁ ୪ ଜଣଙ୍କ ନଁାରେ ଜମିର ରେକର୍ଡ ରହିଛି ସେଠାରେ ସମସ୍ୟା ଆରମ୍ଭ ହୋଇଛି। ସରକାରଙ୍କ ପାଖରେ ତଥ୍ୟ ଆସି ପହଞ୍ଚିଛି ଯେ ଆବେଦନ କରିଥିବା ହିତାଧିକାରୀଙ୍କ ମଧ୍ୟରୁ ଜମି ରେକର୍ଡ ଏକାଧିକ ଲୋକଙ୍କ ନାଁରେ ରହିଛି। ସେ କ୍ଷେତ୍ରରେ ଜମିକୁ ପାର୍ଟିଶନ କରିବା ସେତେଟା ସହଜ କଥା ନୁହେଁ। ଯେଉଁମାନଙ୍କ ନଁାରେ ଜମିର ରେକର୍ଡ ରହିଛିଳ ସେମାନଙ୍କ ମଧ୍ୟରୁ ଅନେକେ ବ୍ୟାଙ୍କଠାରୁ ପୂର୍ବରୁ ଋଣ ନେଇ ଡିଫଲ୍ଟର ଅଛନ୍ତି। ଯଦି କେଉଁଠାରେ ଏହି ଦୁଇଟି କଥାରେ ସମସ୍ୟା ନାହିଁ, ସେଠାରେ ବ୍ୟାଙ୍କ ସେମାନଙ୍କ ସିଭିଲ ସ୍କୋର ଦେଖି ଋଣ ଦେବାକୁ ରାଜି ହେଉନାହିଁ। ରାଜ୍ୟର ଅତ୍ୟନ୍ତ ଦୁର୍ବଳ ଶ୍ରେଣୀ ବା ଗରିବ ଲୋକମାନେ ଏହି ଯୋଜନାରେ ଆବେଦନ କରୁଥିବାବେଳେ ସେମାନଙ୍କ କ୍ଷେତ୍ରରେ ବ୍ୟାଙ୍କ ଯାହା ଖୋଜୁଛି ତାହା ପ୍ରାୟ କୌଣସି ହିତାଧିକାରୀଙ୍କଠାରୁ ମିଳିବା ସମ୍ଭବପର ହେଉ ନ ଥିବା ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ବରିଷ୍ଠ ଅଧିକାରୀମାନେ ଲକ୍ଷ୍ୟ କଲେଣି।
ସରକାରୀ ତଥ୍ୟ ଅନୁୟାୟୀ ଏବେ ସୁଦ୍ଧା ରାଜ୍ୟର ୨,୪୨,୦୦୦ ହିତାଧିକାରୀ ଓ୍ବେବ୍ସାଇଟ୍ରେ ଆବେଦନ କରିଛନ୍ତି। ୮୫,୦୦୦ ହିତାଧିକାରୀଙ୍କ ରେଜିଷ୍ଟ୍ରେଶନ ହେବା ପ୍ରୋସେସ୍ ମଧ୍ୟରେ ଅଛି। ତେବେ ୨,୪୨,୦୦୦ ହିତାଧିକାରୀଙ୍କ ଆବେଦନପତ୍ର ମଧ୍ୟରୁ ବିଭିନ୍ନ ବ୍ଲକରୁ ମୋଟ୍ ୩୫,୦୦୦ଟି ଯାଞ୍ଚ କରାଯାଇ ବ୍ୟାଙ୍କଗୁଡିକୁ ପଠାଯାଇଛି, ଯେଉଁଥିରୁ ରାଜ୍ୟରେ ମୋଟ ୩୯ଟି ଆବେଦନପତ୍ରକୁ ଏ ପର୍ଯ୍ୟନ୍ତ ଅନୁମୋଦନ ମିଳିଛି।
ଅନ୍ୟପକ୍ଷରେ ବ୍ୟାଙ୍କ ପକ୍ଷରୁ ପ୍ରାୟ ଆବେଦନପତ୍ର ନିମନ୍ତେ ସରକାରୀ ଗ୍ୟାରେଣ୍ଟି ଖୋଜାଯାଉଛି, ଯାହାକି ସମ୍ଭବ ମନେହେଉନାହିଁ। ଏନେଇ ଜଣେ ସରକାରୀ ଅଧିକାରୀଙ୍କ କହିବା କଥା, ସରକାର ଯେହେତୁ ସବ୍ସିଡି ଦେଉଛନ୍ତି ତେଣୁ ସ୍ଥାନୀୟ ନିର୍ବାଚିତ ପ୍ରତିନିଧି ଏବଂ ସରକାରୀ କର୍ମଚାରୀଙ୍କ ଯାଞ୍ଚ ଅନୁଯାୟୀ ଋଣ ପ୍ରଦାନ କରାଯାଉ। ହେଲେ ବ୍ୟାଙ୍କଗୁଡ଼ିକ କିନ୍ତୁ ଉପଯୁକ୍ତ କାଗଜପତ୍ର କିମ୍ବା ସରକାର ଗ୍ୟାରେଣ୍ଟର ନ ପଡ଼ିଲେ ଏହି ପ୍ରସ୍ତାବକୁ ସ୍ବୀକୃତି ଦେବାକୁ ରାଜି ନାହାନ୍ତି।
ସେହିପରି ରାଜ୍ୟର ୧୨୨ ବ୍ଲକରେ ଥିବା ସିଡ୍ୟୁଲ ଏରିଆରେ ଲୋକମାନେ ସେମାନଙ୍କ ଜମି ୧୯୫୬ ବିଜ୍ଞପ୍ତି ଅନୁଯାୟୀ ବନ୍ଧକ ରଖିପାରିବାର ବ୍ୟବସ୍ଥା ନାହିଁ। ତେଣୁ ଏହି ସମସ୍ତ ବ୍ଲକରେ ରହୁଥିବା ଆଦିବାସୀମାନେ ମଧ୍ୟ ଏହି ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ସମାନଭାବେ ରାଜ୍ୟର ୩୧୪ ବ୍ଲକରେ ଫରେଷ୍ଟ ରାଇଟ୍ ଆକ୍ଟ ଅନୁଯାୟୀ ଯେଉଁମାନେ ପଟ୍ଟା ପାଇଛନ୍ତି, ସେମାନେ ମଧ୍ୟ ଜମି ବନ୍ଧକ ରଖିପାରିବେ ନାହିଁ। ତେଣୁ ସେସବୁ କ୍ଷେତ୍ରରେ ହିତାଧିକାରୀମାନେ ଏହି ଯୋଜନାର ଲାଭ ପାଇବାରୁ ବଞ୍ଚିତ ହେଉଛନ୍ତି। ଉକ୍ତ ବିଷୟ ନେଇ ଜିଲାପାଳମାନେ ନିକଟରେ ମୁଖ୍ୟ ଶାସନ ସଚିବଙ୍କୁ ସମସ୍ୟା ସମ୍ପର୍କରେ ଅବଗତ କରାଇଛନ୍ତି। ଏନେଇ ଆଲୋଚନା କରାଯିବ ବୋଲି ମୁଖ୍ୟ ଶାସନ ସଚିବ କହିଥିଲେ ସୁଦ୍ଧା ଏ ପର୍ଯ୍ୟନ୍ତ ଏହା ଉପରେ କିଛି ଜଣାଇ ନ ଥିବା ଜଣାପଡିଛି।
ପୁରୀ ଜିଲା ସଦର ବ୍ଲକର ଆଶୁତୋଷ ମହାନ୍ତି କହିଛନ୍ତି, ସରକାର ଯାହା ବ୍ୟବସ୍ଥା କରିଛନ୍ତି ସେଥିରେ ଋଣ ପାଇବା ଅସମ୍ଭବ। ଜମି ତାଙ୍କ ବାପାଙ୍କ ନାମରେ ରହିଛି। ସେ ଚାଲିଗଲେଣି। ଜମି ଏ ପର୍ଯ୍ୟନ୍ତ ତାଙ୍କ ୨ ଭାଇଙ୍କ ନାଁକୁ ଆସିନାହିଁ। ଏଭଳି କ୍ଷେତ୍ରରେ ବ୍ୟାଙ୍କ ସିଧାସଲଖ ଋଣ ଦେବାକୁ ମନା କରିଦେଉଛି ବୋଲି ସେ କହିଛନ୍ତି। ସେହିପରି ଜଗତ୍ସିଂହପୁର ଜିଲାର ବିରଞ୍ଜିନାରାୟଣ ଦାସଙ୍କ କହିବା କଥା ହେଲା, ସେ କେବେହେଲେ ବ୍ୟାଙ୍କରୁ ଋଣ ନେଇନାହାନ୍ତି। ବ୍ୟାଙ୍କ କହୁଛି ସିଭିଲ ସ୍କୋର ଭଲ ନାହିଁ, ଋଣ ମିଳିପାରିବ ନାହିଁ। ତେବେ ସରକାର ଏ କି ପ୍ରକାର ଯୋଜନା କରିଛନ୍ତି ବୋଲି ସେ ପ୍ରଶ୍ନ କରିଛନ୍ତି।
ପଞ୍ଚାୟତିରାଜ ବିଭାଗର ସ୍ପେଶାଲ ପ୍ରୋଜେକ୍ଟ ଡାଇରେକ୍ଟର ଅରବିନ୍ଦ ଡାକୁଆଙ୍କୁ ଏହି ଯୋଜନାରେ ଦେଖାଦେଉଥିବା ସମସ୍ୟା ସମ୍ପର୍କରେ କେତେକ ପ୍ରଶ୍ନ କରାଯାଇଥିଲା। ଯୋଜନା ଏବେ ନୂଆ କରି ଆରମ୍ଭ ହୋଇଛି, ଧୀରେ ଧୀରେ ଏହା ଠିକ୍ ଭାବେ କାର୍ଯ୍ୟକାରୀ ହେବ ବୋଲି ସେ କହିଛନ୍ତି।
ଦେଶରେ ଲାଗିବ କି ଲକ୍ଡାଉନ? ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବା ପରେ ମୋଦି କଲେ ବଡ଼ ଘୋଷଣା
ନୂଆଦିଲ୍ଲୀ,୨୭।୩: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରାୟ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ଏବଂ ଉପରାଜ୍ୟପାଳମାନଙ୍କ ସହିତ ଏକ ଭର୍ଚୁଆଲ ବୈଠକର ଅଧ୍ୟକ୍ଷତା କରିଥିଲେ। ଏହି ବୈଠକର…
LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…
ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…
ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବଡ଼ ଘୋଷଣା, ଓଡ଼ିଶାକୁ ୧୦,୫୯୯ କୋଟିର…
ନୂଆଦିଲ୍ଲୀ,୨୭।୩: ଓଡ଼ିଶାର ରେଳ ଭିତ୍ତିଭୂମି ବିକାଶ କ୍ଷେତ୍ରରେ କେନ୍ଦ୍ର ସରକାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ଆର୍ଥିକ ବର୍ଷ ୨୦୨୫-୨୬ ପାଇଁ ଓଡ଼ିଶାକୁ ରେଳବାଇ କ୍ଷେତ୍ରରେ…
ପଶ୍ଚିମ ଏସିଆ ସଂଘର୍ଷ: ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ; ସାମିଲ ହେଲେ ନାହିଁ ଏସବୁ ରାଜ୍ୟର CM
ନୂଆଦିଲ୍ଲୀ,୨୭।୩: ପଶ୍ଚିମ ଏସିଆରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ବିଶ୍ୱସ୍ତରୀୟ ପ୍ରଭାବକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଭିଡିଓ କନଫରେନ୍ସିଂ ମାଧ୍ୟମରେ…
ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଲେ ଯୁବକ, ଆଉ ତା’ପରେ…
ଛତ୍ରପୁର,୨୭ା୩(ଦିଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ନିକଟରେ ଚଳନ୍ତା ଟ୍ରେନରୁ ଖସିପଡି ଜଣେ ଯୁବକ ଆହତ ହୋଇଛନ୍ତି। ସେ ହେଲେ କେନ୍ଦୁଝର ଜିଲା ଗୁଣ୍ଠପୁର ଅଞ୍ଚଳର ବିକ୍ରମ…
ରାସ୍ତାକଡ଼ ବୁଦା ଭିତରୁ ମିଳିଲା ପୁଳାପୁଳା ସରକାରୀ ଔଷଧ, ଏକ୍ସପାଏରୀ ଡେଟ୍ ଥିଲେ ସୁଦ୍ଧା କିଏ ଫିଙ୍ଗିଲା ସେ ନେଇ…
ସୁନ୍ଦରଗଡ଼, ୨୭।୩(ଜୟ ନାରାୟଣ ମେଣ୍ଡୁଳି): ସରକାର ଗରିବ ଲୋକଙ୍କୁ ମାଗଣାରେ ସ୍ବାସ୍ଥ୍ୟସେବା ଓ ଔଷଧ ଯୋଗାଇବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ, ସୁନ୍ଦରଗଡ଼ରେ…
ବିଦ୍ୟୁତ୍ କାଟ୍କୁ ନେଇ ବଢୁଛି ଅସନ୍ତୋଷ
ଶେରଗଡ଼,୨୭ା୩(ସୂର୍ଯ୍ୟ ନାରାୟଣ ଦାଶ): ଶେରଗଡ଼ରେ ବିଦ୍ୟୁତ୍ ବିଭ୍ରାଟ ଦିନକୁ ଦିନ ବଢ଼ିବାରେ ଲାଗିଛି। ମେଣ୍ଟେନାନ୍ସ ଆଳରେ ଏପରି ବିଦ୍ୟୁତ୍ କାଟ କରାଯାଉଥିବା ଅଭିଯୋଗ ହେଉଛି। ଏପରି ଦିନକୁ…
୩ୟ ବିଶ୍ୱଯୁଦ୍ଧର ଭୟଙ୍କର ରୂପ! ଆମେରିକା ସହ ଯୁଦ୍ଧ କରିବେ ୧୨ବର୍ଷର ପିଲା
ତେହରାନ,୨୭।୩: ଇରାନ-ଇସ୍ରାଏଲ ବିବାଦ ମଧ୍ୟରେ, ଯେତେବେଳେ ଆମେରିକା ଗୋଟିଏ ମୋର୍ଚ୍ଚାରେ ଇରାନରେ ତାର ସୈନ୍ୟ ମୁତୟନ କରିବାକୁ ପ୍ରସ୍ତୁତ ହେଉଛି, ଅନ୍ୟପଟେ ଇରାନ ଏବେ ତାର ସୈନ୍ୟବାହିନୀକୁ…
Archives

