ମୋ ଘର କଂଗ୍ରେସ ଭବନ: ପ୍ରସାଦ

ଭୁବନେଶ୍ୱର,୨୮ା୧(ବ୍ୟୁରୋ): ପୁରୀ ସତ୍ୟବାଦୀ ନିର୍ବାଚନମଣ୍ଡଳୀ ଅଧୀନ ୬ ଜିଲା ପରିଷଦ ଜୋନ୍‌ରେ କଂଗ୍ରେସ ଗୋଟିଏ ହେଲେ ପ୍ରାର୍ଥୀ ନ ଦେବା ଘଟଣାରେ ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ମୁହଁ ଖୋଲିଛନ୍ତି। ଦଳ ପକ୍ଷରୁ ଟିକେଟ୍‌ ଦିଆଯିବା ସମ୍ପୂର୍ଣ୍ଣ ପିସିସି ସଭାପତିଙ୍କ ପ୍ରାଧିକୃତ। ପିସିସି ସଭାପତିଙ୍କ ସ୍ବାକ୍ଷରରେ ପ୍ରାର୍ଥୀଙ୍କୁ ଟିକେଟ୍‌ ଦିଆଯାଇଥାଏ। ଏହି ପ୍ରସଙ୍ଗରେ ଆଲୋଚନା ହେବାପରେ ମଧ୍ୟ ପିସିସି ପକ୍ଷରୁ ସ୍ପଷ୍ଟୀକରଣ ଦିଆ ନ ଯିବା ତାଙ୍କୁ ଆଶ୍ଚର୍ଯ୍ୟ କରୁଛି ବୋଲି ପ୍ରସାଦ କହିଛନ୍ତି।
ରୋଟାରି କ୍ଲବଠାରେ ଗୁରୁବାର ଏକ ଖବରଦାତା ସମ୍ମିଳନୀରେ ପ୍ରସାଦ ଭାବବିହ୍ବଳ ହୋଇ କାନ୍ଦି ପକାଇଥିଲେ। ସେ କହିଛନ୍ତି, ପଞ୍ଚାୟତ ନିର୍ବାଚନ ଲାଗି କଂଗ୍ରେସ ଭବନର ଜଣେ କର୍ମୀଙ୍କୁ ଟିକେଟ୍‌ ଦେଇ ତାଙ୍କ ପାଖକୁ ପଠାଯାଇଥିଲା। ହେଲେ ନିର୍ବାଚନମଣ୍ଡଳୀ ଦାୟିତ୍ୱ ବୁଝୁ ନ ଥିବାରୁ ଟିକେଟ ନେବାକୁ ସେ ମନା କରିଦେଇଥିଲେ। କିଛି ଗଣମାଧ୍ୟମରେ ପ୍ରସାରିତ ହୋଇଥିଲା ଯେ, ପ୍ରସାଦ ବିଜେଡି ଯିବେ ଓ ସେଥିପାଇଁ ସତ୍ୟବାଦୀକୁ କଂଗ୍ରେସ ଶୂନ୍ୟ କରିଦେଲେ। ସେ ଆଶା କରୁଥିଲେ, ଏହି ଖବର ସମ୍ପର୍କରେ ପିସିସି ସ୍ପଷ୍ଟୀକରଣ ରଖିବ। କିନ୍ତୁ ରଖିଲା ନାହିଁ। ୨୦୧୯ ସାଧାରଣ ନିର୍ବାଚନରେ ସତ୍ୟବାଦୀ ନିର୍ବାଚନମଣ୍ଡଳୀରୁ ଶୋଚନୀୟ ଭାବେ ପରାସ୍ତ ହୋଇଥିଲି। ସେ ସତ୍ୟବାଦୀରୁ ନିର୍ବାଚନ ନ ଲଢ଼ନ୍ତୁ ବୋଲି ପିସିସି ସଭାପତି ଚାହୁଁଥିଲେ। କିନ୍ତୁ ମୁଁ ପ୍ରଭାରୀଙ୍କୁ ନିର୍ବାଚନ ଲଢ଼ିବିନି ବୋଲି କହିବା ପରେ ମଧ୍ୟ ଅତର୍କିତ ଭାବେ ତାଙ୍କ ନାଁ ଘୋଷଣା କରାଗଲା, ଯାଦ୍ଦ୍ବାରା ସେ ପରାସ୍ତ ହେଲେ। ସେ ରାଜନୀତିରେ ଥିଲେ, ଅଛନ୍ତି ଓ ରହିବେ ବୋଲି କହିଛନ୍ତି। ଦୁଃଖର ବିଷୟ କଂଗ୍ରେସର ଲଢ଼େଇ ଭାଜପା ଓ ବିଜେଡି ସହ ହେବା କଥା। କିନ୍ତୁ ଏଠି କଂଗ୍ରେସର ଲଢେଇ କଂଗ୍ରେସ ସହ ହେଉଛି। ଦାୟିତ୍ୱ ଦିଆଯାଏ ନ ହେଲେ ନିଆଯାଏ, କାହା ଉପରେ ଲଦି ଦିଆଯାଏନି। ଆମେ ସବୁବେଳେ ସେଠାରୁ ଜିତୁଥିଲୁ। ଏଥର କିନ୍ତୁ ଜିଲା ସଭାପତି କି ବ୍ଲକ ସଭାପତି ଦିଆଗଲାନି। ଯେଉଁମାନେ ମୁଁ ଅସ୍ତ୍ର ତ୍ୟାଗ କରିଥିବା କଥା କହୁଛନ୍ତି ତାହା ଭୁଲ୍‌। କିଛି ଲୋକ ବିଜେଡିରେ ଯୋଗ ଦେଉଥିବା ନେଇ ଚର୍ଚ୍ଚା କରିଛନ୍ତି। ମୁଁ ସେମାନଙ୍କୁ ଚ୍ୟାଲେଞ୍ଜ କରୁଛି କି ସେମାନେ ଏହାର ପ୍ରମାଣ ଦିଅନ୍ତୁ। ଯେଉଁମାନଙ୍କ ନିକଟରେ ଖଣି ଏବଂ ଗଣମାଧ୍ୟମ ରହିଛି ସେମାନେ ଡିଲ୍‌ କରିବେ। ଏପରି କି ଅନେକ ଘର ଯଥା ବିଜେଡି, ଭାଜପା, ଜନତା ପାର୍ଟି, ସମୃଦ୍ଧ ଓଡିଶା, ଓଜିପି ଯାଇକି ଆସିଛନ୍ତି ଆଜି ସେମାନେ ଅଧିକ କଥା କହୁଛନ୍ତି। ସେମାନଙ୍କ ମଧ୍ୟରୁ କିଏ ୩ ଥର, କିଏ ୫ ଥର କିଏ ୬ ଥର ଘର ବଦଳେଇଛନ୍ତି। ସେମାନେ ଆଜି ମୋ ବିଷୟରେ ଅପପ୍ରଚାର କରୁଛନ୍ତି ବୋଲି ପ୍ରସାଦ ଅଭିଯୋଗ କରିଛନ୍ତି। ମୋ ପାଖରେ ବହୁ ଦସ୍ତାବିଜ ଅଛି। ନିର୍ବାଚନ ପରେ ଅନେକଙ୍କ ଗୁମର ଖୋଲବି। ୩ ବର୍ଷ ହେଲା ଘରୁ ବାହାରୁନି ବୋଲି ଅନେକେ ଅଭିଯୋଗ କରୁଛନ୍ତି। ୩ ବର୍ଷ ନୁହେଁ, ୩୩ ବର୍ଷ ହେଲା ଘରୁ ବାହାରି ନାହିଁ। ଆଉ ମୋ ଘର ହେଉଛି କଂଗ୍ରେସ ଭବନ। ୨୦୦୨ରୁ ମୋତେ ଅନ୍ୟ ଦଳକୁ ନେବା ପାଇଁ ଚେଷ୍ଟା ହୋଇଥିଲେ ମଧ୍ୟ କଂଗ୍ରେସ ସହ ରହିଛି ବୋଲି ପ୍ରସାଦ କହିବା ସହ ୨୦୨୪ରେ ସାଧାରଣ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଲା ବଲାଙ୍ଗୀର ପୋଲିସ: ଦେଶୀ ବନ୍ଧୁକ, ବାଇକ୍‌ ଜବତ

ବଲାଙ୍ଗୀର,୨୭।୧୨(ସୁନିଲ ମହାନ୍ତି): ବଲାଙ୍ଗୀର ଟାଉନ ଥାନା ପୋଲିସଏକ ସ୍ବତନ୍ତ୍ର ଟିମ୍‌ ଶନିବାର ଏକ ଆନ୍ତଃରାଜ୍ୟ ଡକାୟତ ଗ୍ୟାଙ୍ଗକୁ ଧରିଛି l ଏ ନେଇ ବଲାଙ୍ଗୀର ଏସ୍‌ପି...

ଅଧା ଭଙ୍ଗା ଘରେ କଟୁଛି ଓକିଲଙ୍କ ଜୀବନ

ଚକାପାଦ,୨୭ା୧୨(ପ୍ରତାପ କିଶୋର ବେହେରା): ଚକାପାଦ ବ୍ଲକ୍‌ ଅନ୍ତର୍ଗତ ବପଲମେଣ୍ଡି(ଲା) ଡେଲିପଙ୍ଗା ଗ୍ରାମର ଓକିଲ ଡିଗାଲ (୬୫)ଙ୍କ ୨ ପୁଅ ନିଜ ନିଜ ସଂସାରକୁ ନେଇ ଚଳୁଛନ୍ତି।...

ବିରଞ୍ଚିଙ୍କ ଏଏସଆଇକୁ ପଦୋନ୍ନତି: କଠିନ ପରିଶ୍ରମ ଆଣିଦେଲା ସଫଳତା

ଗଞ୍ଜାମ,୨୭।୧୨(ବିଦ୍ୟାଧର ସାହୁ):ଗଞ୍ଜାମ ଜିଲା ଛତ୍ରପୁରସ୍ଥିତ ଜିଲା ଆରକ୍ଷୀ କାର୍ଯ୍ୟାଳୟରେ କନଷ୍ଟେବଳ ଭାବେ କାର୍ଯ୍ୟରତ ଥିବା ବିରଞ୍ଚି ନାରାୟଣ ପଲେଇଙ୍କ ପଦୋନ୍ନତି ହୋଇଛି। କନେଷ୍ଟବଳରୁ ଏଏସଆଇକୁ ପଦୋନ୍ନତି...

ରାସ୍ତାରେ ଟ୍ରକ୍‌ ରଖି ଶୌଚ ପାଇଁ ଯାଇଥିଲେ ଡ୍ରାଇଭର, ଆପଣା ଛାଏଁ ପଛକୁ ପଛ ଗଡ଼ି…

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଦେଇ ଯାଇଥିବା ଗୋପାଳପୁର-ରାଇପୁରକୁ ସଂଯୋଗ କରୁଥିବା ୫୯ ନଂ ଜାତୀୟ ରାଜପଥର ସିମନବାଡ଼ି ନିକଟ ଟୋଲ୍‌ ଗେଟ୍‌ ନିକଟରେ...

ମାଙ୍ଗାନିଜ ବୋଝେଇ ୩ ଡମ୍ପରକୁ ମାଡ଼ି ବସିଲା ବନ ବିଭାଗ

ଯୋଡ଼ା,୨୭ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ସେକ୍ସନର ବୈତରଣୀ କ ସଂରକ୍ଷିତ ଜଙ୍ଗଲ ନିକଟ ତିରିଂ ପାହାଡ଼ ନିକଟରୁ ବନ ବିଭାଗ ଚଢ଼ାଉ କରି ଚୋରାଚାଲାଣ...

ଭାଜପା ଦାରିଙ୍ଗବାଡ଼ି ମଣ୍ଡଳରେ ନୂଆ କର୍ମକର୍ତ୍ତା: ରାଜନୀତିକୁ ଆସୁଛନ୍ତି ଶିକ୍ଷିତ, ସ୍ବୟଂସେବକ

ଦାରିଙ୍ଗବାଡ଼ି,୨୭ା୧୨(ଅରୁଣ ସାହୁ): ବିଭିନ୍ନ ଦଳରେ ଉଚ୍ଚ ଶିକ୍ଷିତ ଯୁବଗୋଷ୍ଠୀ ରାଜନୀତିକୁ ଆସିବା ଦେଖିବାକୁ ମିଳିଛି। ଏହି କ୍ରମରେ ରାଜ୍ୟ ଓ କେନ୍ଦ୍ରରେ ଶାସନ କରୁଥିବା ଭାଜପା...

୧୫ ଘଣ୍ଟା କାମ ପରେ ମିଳିଲା ୭୬୩ ଟଙ୍କା, ଡେଲିଭରି ବୟଙ୍କୁ ଘରକୁ ଡାକି ଏମିତି କଲେ ରାଘବ ଚଢା, ସମସ୍ତେ କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୧୨: ନିକଟରେ, ଜଣେ ଡେଲିଭରି ବୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏକ ଛୋଟ ଭିଡିଓରେ, ଯୁବକ ଜଣକ ତାଙ୍କର ଦୈନନ୍ଦିନ କାର୍ଯ୍ୟସୂଚୀ...

Vijay Hazare Trophy: ଯାହାଙ୍କ ବଲରେ ଆଉଟ ହେଲେ କୋହଲି ତାଙ୍କୁ ଦେଲେ ବଡ଼ ଉପହାର, ଜିତିଲେ ପ୍ରଶଂସକଙ୍କ ମନ

ନୂଆଦିଲ୍ଲୀ,୨୭।୧୨: ବିରାଟ କୋହଲିଙ୍କୁ ଆଉଟ କରିଥିବା ଗୁଜରାଟର ସ୍ପିନର ବିଶାଲ ଜୟସୱାଲଙ୍କୁ ମଧ୍ୟ ବହୁତ ପ୍ରଶଂସା କରାଯାଉଛି। ବିରାଟଙ୍କ ଗୋଟିଏ ବଲ ଉପରେ କୋହଲି ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri