ବଡ଼ସାହିରେ ମୋରମ ଚାଲାଣ

ବାରିପଦା ଅଫିସ/ବଡ଼ସାହି, ୭।୬(ଡି.ଏନ.ଏ.):  ମୟୂରଭଞ୍ଜ ଜିଲା ବଡସାହି ବ୍ଲକ ଅଧୀନ ଦେଉଳିଆ ଗ୍ରାମ ଶ୍ମଶାନରୁ ବେଆଇନ ମୋରମ ଉତ୍ତୋଳନ ପରେ ଚୋରାଚାଲାଣ ଚାଲିଥିବା ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି। ଚଞ୍ଚକତା ପୂର୍ବକ ଜଙ୍ଗଲ କିସମର ଜମିକୁ କାମ ବାହାନାରେ କମିଟି ମାଧ୍ୟମରେ ରିଜୋଲ୍ୟୁସନ କରାଯାଇ ତହସିଲ, ଜଙ୍ଗଲବିଭାଗ ଓ ଥାନାକୁ ଜଣାଇ ଦିଆଯାଉଛି ା ମାତ୍ର ଜଙ୍ଗଲରେ କାମ ହେବା ପରିବର୍ତ୍ତେ ବେଆଇନ ମୋରମ ଖନନ କରାଯାଇ ବାହାରକୁ ଚୋରା ଚାଲାଣ କରାଯାଉଥିବା ସମ୍ପର୍କରେ ଜିଲାପାଳଙ୍କ ଜନଶୁଣାଣି ଶିବିରରେ ଅଭିଯୋଗ ହୋଇଛି। ଖୁବ୍‌ଶୀଘ୍ର ଏହାର ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଜିଲାପାଳ ବିନୀତ ଭରଦ୍ୱାଜ ବଡ଼ସାହି ତହସିଲଦାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ା
ସୂଚନାଯୋଗ୍ୟ, ଦେଉଳିଆ ଗ୍ରାମରେ ଥିବା କେତେକ ରାଜସ୍ବ ଓ ଜଙ୍ଗଲ ଜମିରୁ ଖୁଲମଖୋଲା ମୋରମ ଉତ୍ତୋଳନ କରଯାଉଛି। ଅଫିସ ସମୟ ପରେ ଏବଂ ବିଳମ୍ବିତ ରାତିରେ ଉତ୍ତୋଳନ କରାଯାଇ ବାହରକୁ ଏପରିକି ଏମ୍‌ଜିଏନ୍‌ଆର୍‌ଇଜିଏ କାର୍ଯ୍ୟସ୍ଥଳକୁ ମଧ୍ୟ ଚାଲାଣ କରାଯାଉଛି ା ଜଙ୍ଗଲ କମିଟିକୁ ଢାଲ କରି ଜଣେ ସଦସ୍ୟ ଏସବୁ କାମ କରି ବେଶ ରୋଜଗାର କରୁଥିବା ବେଳେ ସରକାର ଲକ୍ଷ ଲକ୍ଷ ଟଙ୍କାର ରାଜସ୍ବ ହରାଉଛନ୍ତି। ଦେଉଳିଆ ମାୈଜା ପ୍ଲଟନଂ. ୧୧୪୦ ସ୍ବର୍ଗତ ସୁଦର୍ଶନ ମହାପାତ୍ରଙ୍କ ନାମରେ ଥିବା ବେଳେ ତାର ସମ୍ମୁଖ ସ୍ଥାନଟି ହେଉଛି ଶ୍ମଶାନ ଜାଗା। ଏହି ମୌଜାର ଖାତା ନଂ. ୪୧୨, ପ୍ଲଟ୍‌ନଂ. ୧୧୪୦ ସମ୍ମୁଖରେ ଥିବା ସରକାରୀ ଜାଗାରୁ ଗତ ୨୦୨୦ରେ ନିର୍ମିତ ହେଉଥିବା ଗ୍ରାମ୍ୟ ଉନ୍ନୟନ ବିଭାଗର ଦେଉଳିଆଠାରୁ ତାଳପଦା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ସଡ଼କ ରାସ୍ତାର ଜନୈକ ଠିକାଦାରଙ୍କୁ ଜଙ୍ଗଲ କମିଟିର ସଦସ୍ୟ ଚଞ୍ଚକତା ପୂର୍ବକ ମାଟି ବିକ୍ରି କରିଥିଲେ। ସେ ସମୟରେ ସ୍ବର୍ଗତ ମହାପାତ୍ରଙ୍କ ନାତି ନିହାର ରଞ୍ଜନ ମହାପାତ୍ର ପ୍ରତିବାଦ କରିବାରୁ ତତ୍କାଳୀନ ତହସିଲଦାରଙ୍କ ନିର୍ଦ୍ଦେଶରେ କୁରାଡ଼ିହା ରାଜସ୍ବ ନିରୀକ୍ଷକ ଘଟଣାସ୍ଥଳକୁ ଯାଇ ସରଜମିନ ତଦନ୍ତ କରି ଏହା ଶ୍ମଶାନ ଜାଗା ବୋଲି ଚିହ୍ନଟ କରଥିଲେ। ଏହା ସହିତ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ତହସିଲଦାରଙ୍କୁ ଅବଗତ କରିଥିଲେ। ଏହା ପରେ କାର୍ଯ୍ୟ ବନ୍ଦ ହୋଇଥିବା ବେଳେ ସେହି ଖାଲକୁ ଜଙ୍ଗଲ ଜମି ଦର୍ଶାଇ ସମ୍ପୃକ୍ତ ବିଭାଗରୁ ୨ଲକ୍ଷ ୩୮ହଜାର ବିଲ୍‌ କରାଯାଇଛି। ରାଜସ୍ବ ବିଭାଗର ଅଜ୍ଞାତରେ ଓ ଏହା ଶ୍ମଶାନ ଜାଗା ବୋଲି ଦର୍ଶାଯିବା ପରେ ଏହା କିପରି ସମ୍ଭବ ହେଲା ତାହାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି। ଏହି ଘଟଣା ପରେ ପୁଣି ସଦସ୍ୟ ଜଣକ ଗତ ଦୁଇ ଦିନ ହେବ ମନ୍ଦ ଉଦ୍ଦେଶ୍ୟ ରଖି ସେହି ଶ୍ମଶାନ ଜାଗାରେ ଜେସିବି ଲଗାଇ ମୋରମ ଖୋଳିବା ଆରମ୍ଭ କରିଛନ୍ତି। ଫଳରେ ନିହାରଙ୍କ ପୈତୃକ ପ୍ଲଟ୍‌ର ସମ୍ମୁଖ ଅଞ୍ଚଳ ହୋଇଥିବାରୁ ସେ ପ୍ଲଟ୍‌କୁ ଯିବା ଆସିବା କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏପରିକି ମୋରମ ଖୋଳିବା ପରେ ପୋଖରୀ ସୃଷ୍ଟି ହେବାରୁ ଲୋକଙ୍କ ଚଳପ୍ରଚଳରେ ବାଧା ଉପୁଜିବା ସହ ଜନଜୀବନ ପ୍ରତି ଭବିଷ୍ୟତରେ ବିପଦ ସୃଷ୍ଟି କରିବ ବୋଲି ତହସିଲଦାରଙ୍କୁ ଅବଗତ କରାଯାଇଛି। କୌଣସି ସରକାରୀ ଅନୁଦାନ ଏଥିପ୍ରତି ବ୍ୟୟ ବରାଦ ହୋଇ ନ ଥିବା ବେଳେ ଉଦ୍ଦେଶ୍ୟମୂଳକ ଭାବେ ଶ୍ମଶାନ ଜାଗାରେ ବ୍ୟକ୍ତିଗତ ଭାବେ ପୋଖରୀ ଖୋଳିବା ଓ ମାଟି ଉତ୍ତୋଳନକୁ ତୁରନ୍ତ ବନ୍ଦ କରିବାକୁ ଦାବି ହେଉଛି। ସେହି ଗାଡ଼ିଆ ଓ ମାଟି ଉତ୍ତୋଳନ ସ୍ଥାନକୁ ପୋତିବା ପାଇଁ ସମ୍ପୃକ୍ତ ବ୍ୟକ୍ତିଙ୍କୁ ନିର୍ଦ୍ଦେଶ ଦେବା ସହିତ ତାଙ୍କ ବିରୋଧରେ ଆଇନଗତ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି ା ଏ ସମ୍ପର୍କରେ ତହସିଲଦାର ଗଦାଧର ଧଳଙ୍କୁ ପଚାରିବାରୁ ଅଭିଯୋଗ ପାଇଛି, ତଦନ୍ତ ପୂର୍ବକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ପାଣିପାଗର ବିଚିତ୍ର ରୂପ: ସକାଳେ ଘନ କୁହୁଡ଼ି, ଅପରାହ୍ନରେ କୁଆପଥର ମାଡ଼ ସହ କାଳବୈଶାଖୀର ତାଣ୍ଡବ

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏବଂ ସାନଖେମୁଣ୍ଡି ବ୍ଲକ ଅଞ୍ଚଳରେ ଶୁକ୍ରବାର ପାଣିପାଗର ଏକ ବଡ଼ ଧରଣର ପରିବର୍ତ୍ତନ ଦେଖିବାକୁ ମିଳିଛି।…

ରାମନବମୀରେ ଭକ୍ତିମୟ ଗଜପତି, ବିଭିନ୍ନ ମନ୍ଦିର ବୁଲି ପ୍ରଭୁଙ୍କ ଆଶୀର୍ବାଦ ନେଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି,୨୭।୩(ଗିରିଧାରୀ ପରିଛା): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ପ୍ରାନ୍ତରେ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ପାରଳାଖେମୁଣ୍ଡି ବିଧାୟକ…

ଗଞ୍ଜାମରେ ହିନ୍ଦୁ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ ଭାଇ ତୋଗଡ଼ିଆଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ,୨୭।୩(ବିଦ୍ୟାଧର ସାହୁ): ପବିତ୍ର ଶ୍ରୀରାମ ନବମୀ ଅବସରରେ ଗଞ୍ଜାମ ସହରରେ ଅନ୍ତଃରାଷ୍ଟ୍ରୀୟ ହିନ୍ଦୁ ପରିଷଦ ସଂସ୍ଥାପନ ଅଧକ୍ଷ ତଥା ଅଗଣିତ ହିନ୍ଦୁମାନଙ୍କ ହୃଦୟ ସମ୍ରାଟ ଡ଼ଃ ପ୍ରବୀଣ…

ଡୋକରୀଚଞ୍ଚରାରେ ଭାଙ୍ଗିଲା ୫୦ ବର୍ଷର ପରମ୍ପରା: ମନ୍ଦିର ଦ୍ୱାର ବନ୍ଦ, ବାହାରେ ପୂଜା କଲା ପ୍ରଶାସନ

କୋକସରା, ୨୭।୩ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ପ୍ରସିଦ୍ଧ ପର୍ଯ୍ୟଟନ ତଥା ଧାର୍ମିକ ପୀଠ ଗୁଡହାଣ୍ଡି ଡୋକରୀଚଞ୍ଚରାଠାରେ ଚଳିତ ବର୍ଷ ଶ୍ରୀରାମ ନବମୀ…

LPG ପରେ ଆଉ ଏକ ବଡ଼ ସଙ୍କଟ; ୧୦ରୁ ୧୫ ପ୍ରତିଶତ ଯାଏ ବଢିପାରେ ଦର…

ନୂଆଦିଲ୍ଲୀ,୨୭।୩: LPG ସଙ୍କଟ ଭିତରେ ଜନତାଙ୍କୁ ବହୁ ଜଲଦି ଆଉ ଏକ ଝଟକା ଲାଗିବାକୁ ଯାଉଛି । ପଶ୍ଚିମ ଏସିଆରେ ଚାଲୁଥିବା ଏହି ଯୁଦ୍ଧ ଯୋଗ ବର୍ତ୍ତମାନ…

ପ୍ରକାଶ ପାଇଲା ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟର ବାର୍ଷିକ ପରୀକ୍ଷା ଫଳ; ଅଭିଭାବକ-ଶିକ୍ଷକ ସମନ୍ୱୟ ଉପରେ…

ଭଞ୍ଜନଗର,୨୭।୩(ବାବୁଲା ପ୍ରଧାନ)-ଶୁକ୍ରବାର ସମଗ୍ର ଦେଶରେ ଥିବା ବିଭିନ୍ନ କେନ୍ଦ୍ରୀୟ ବିଦ୍ୟାଳୟର ପ୍ରଥମରୁ ନବମ ଏବଂ ଏକାଦଶ ଶ୍ରେଣୀର ବାର୍ଷିକ ପରୀକ୍ଷା ଫଳ ପ୍ରକାଶିତ ହୋଇଛି। ମାଟ୍ରିକ ଏବଂ…

ବେଆଇନ ‘ସାହାରା ନର୍ସିଂହୋମ’କୁ ପୁଣି ସିଲ କଲା ପୋଲିସ: ବିନା ଲାଇସେନ୍ସରେ…

ଦିଗପହଣ୍ଡି, ୨୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ‘ସାହାରା ନର୍ସିଂହୋମ’କୁ ଶୁକ୍ରବାର ଅପରାହ୍ନରେ ପୋଲିସ ଓ ପ୍ରଶାସନ…

ପାଟଣା:ରଘୁନାଥ ଜିଉ ମଠରେ ରାମନବମୀ ଉତ୍ସବ,ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଶ୍ରୀରାମ ଝଣ୍ଡା ଯାତ୍ରା

ପାଟଣା, ୨୭।୩ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକର ବିଭିନ୍ନ ସ୍ଥାନରେ ମହାସମାରୋହରେ ପବିତ୍ର ରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ରଘୁନାଥ ଜିଉ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri