ରିୟାଙ୍କ ସପକ୍ଷରେ ବାହାରିଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଆତ୍ମହତ୍ୟା ମାମଲାରେ ଛନ୍ଦି ହୋଇ ପଡିଛନ୍ତି ତାଙ୍କ ଗର୍ଲଫ୍ରେଣ୍ଡ୍‌ ରିୟା ଚକ୍ରବର୍ତ୍ତୀ। ସିବିଆଇ ଏବଂ ଇଡି ବ୍ୟତୀତ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏହି ଘଟଣାର ତଦନ୍ତ କରୁଛି। ସୁଶାନ୍ତଙ୍କ ମୃତ୍ୟୁ ପରଠାରୁ ତାଙ୍କ ରିୟା ସୋସିଆଲ ମିଡିଆରେ ଟାର୍ଗେଟ ହୋଇଆସୁଛନ୍ତି। ତାଙ୍କ ମୃତ୍ୟୁ ପାଇଁ ଏହି ଅଭିନେତ୍ରୀଙ୍କୁ ଦାୟୀ କରାଯାଉଛି। ଏହି ସମୟରେ ବଲିଉଡ ଅଭିନେତ୍ରୀ ବିଦ୍ୟା ବାଲାନ ସୁଶାନ୍ତ ମାମଲାକୁ ମିଡିଆ ସର୍କସ ନ କରିବାକୁ ନିବେଦନ କରିଛନ୍ତି। ଆଇନକୁ ତାର କାର୍ଯ୍ୟ କରିବାକୁ ଦିଆଯାଉ ବୋଲି ସେ କହିଛନ୍ତି। ତେଲୁଗୁ ଅଭିନେତ୍ରୀ ଲକ୍ଷ୍ମୀ ମଞ୍ଚୁଙ୍କ ଟୁଇଟ ଉପରେ ପ୍ରତିକ୍ରିୟା ପ୍ରକାଶ କରି ବିଦ୍ୟା ବାଲାନ ଟୁଇଟ କରି କହିଛନ୍ତି, ଭଗବାନ ଆପାଣଙ୍କୁ ଆଶୀର୍ବାଦ କରନ୍ତୁ ଲକ୍ଷ୍ମୀ ମଞ୍ଚୁ, ଆପଣ ଏନେଇ ଖୋଲାଖୋଲି ଭାବେ କହିବାର ସାହସ କରିଥିବାରୁ। ଜଣେ ଯୁବ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଅକାଳ ମୃତ୍ୟୁ ଏକ ମିଡିଆ ସର୍କସ କରାଯିବା ଦୁର୍ଭାଗ୍ୟର ବିଷୟ। ଜଣେ ମହିଳା ଭାବେ ରିୟାଙ୍କ ସହ ହେଉଥିବା ଏଭଳି ତିରସ୍କାର ମୋ ହୃଦୟ ଭାଙ୍ଗିଯାଇଛି। ଯେଉଁ ପର୍ଯ୍ୟନ୍ତ ପ୍ରମାଣ ନ ହୋଇଛି ସେପର୍ଯ୍ୟନ୍ତ ସେ ଦୋଷୀ ନୁହଁନ୍ତି ବୋଲି ବିଦ୍ୟା କହିଛନ୍ତି। ତେଲଗୁ ଅଭିନେତ୍ରୀ ଲକ୍ଷ୍ମୀ ମଞ୍ଚୁ ମଧ୍ୟ ରିୟାଙ୍କ ସପକ୍ଷରେ ଟୁଇଟ୍‌ରେ ଏକ ପୋଷ୍ଟ ଶେୟାର କରିଥିଲେ।

Share