ଗର୍ଲଫ୍ରେଣ୍ଡ ମୋତେ ହୃଦୟରୁ ଜାଣିଛନ୍ତି କହିଲେ ଏହି ଅଭିନେତା

ମୁମ୍ବାଇ,୨ା୬: ଅର୍ଜୁନ କପୁର ଏବଂ ମଲାଇକା ଆରୋରା ସେମାନଙ୍କ ରୋମାନ୍ସକୁ ନେଇ ସବୁବେଳେ ଚର୍ଚ୍ଚାରେ ରହିଥାନ୍ତି। ଦୁଇଜଣ ଦୀର୍ଘଦିନ ଧରି ଡେଟ୍‌ରେ ରହି ଆସୁଛନ୍ତି। ଏକ ସାକ୍ଷାତକାରରେ ଅର୍ଜୁନଙ୍କୁ ଯେତେବେଳେ ହୋଷ୍ଟ ସିଦ୍ଧାର୍ଥ କନ୍ନନ ପଚାରିଲେ ଏମିତି ଜଣେ ବ୍ୟକ୍ତିଙ୍କ ନାଁ କୁହନ୍ତୁ ଯିଏକି ଆପଣଙ୍କୁ ସମ୍ପୂର୍ଣ୍ଣ ଭାବେ ଜାଣିଛନ୍ତି। ଅର୍ଜୁନ ହସିହସି ଉତ୍ତର ଦେଇଥିଲେ ମୋ’ ଗର୍ଲଫ୍ରେଣ୍ଡ୍‌ ମଲାଇକା। ଯିଏ କି ମୋତେ ବେଶ୍‌ ଭଲ ଭାବେ ଭିତରୁ ଜାଣିଛନ୍ତି।

ଅର୍ଜୁନ ତାଙ୍କ ବ୍ୟକ୍ତିଗତ ଜୀବନକୁ ବ୍ୟକ୍ତିଗତ ଭାବେ ରଖିବାକୁ ଚାହିଁଥାନ୍ତି। ମାତ୍ର କୌଣସି ସାକ୍ଷାତକାରରେ ଅର୍ଜୁନ ମଲାଇକାଙ୍କୁ ପ୍ରଶଂସା କରିବାକୁ ଆଦୌ ଭୁଲନ୍ତି ନାହିଁ। ଏପରିକି ୨୦୧୯ରେ ଅର୍ଜୁନଙ୍କ ଜନ୍ମଦିନରେ ମଲାଇକା ଯୋଗ ଦେଇଥିଲେ। ଏହି ଫଟୋ ଅର୍ଜୁନ ନିଜେ ତାଙ୍କ ଅଫିସିଆଲ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିଲେ।

Share