Categories: ଖେଳ

କୋହଲିଙ୍କ ବିଷୟରେ କହି ହୃଦୟ ଜିତିଲେ ଗମ୍ଭୀର

ନୂଆଦିଲ୍ଲୀ,୨୩।୧୨: ଭାରତୀୟ କ୍ରିକେଟର ବିରାଟ କୋହଲି ଏବଂ ଗୌତମ ଗମ୍ଭୀର ପଡ଼ିଆରେ ଥରେ ନୁହେଁ ଦୁଇଥର ଆଇପିଏଲରେ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି। ଦ୍ୱିତୀୟ ଥର ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ଗତ ସିଜିନ୍‌ ଅର୍ଥାତ୍‌ ଆଇପିଏଲ ୨୦୨୩ରେ ହୋଇଥିଲା । ଏହି ସମୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଛି। ଯାହାକୁ ଦେଖିଲେ ଆପଣ ଗମ୍ଭୀରଙ୍କୁ ମଧ୍ୟ ପ୍ରଶଂସା କରିବେ । ଭିଡିଓରେ ଗମ୍ଭୀର କହିଛନ୍ତିି ଯେ ‘ଲଢେଇ କେବଳ ପଡ଼ିଆରେ ଅଛି’।

ବାସ୍ତବରେ ଭାଇରାଲ ହେଉଥିବା ଭିଡିଓରେ ଗମ୍ଭୀର ଭାରତୀୟ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ ବିରାଟ କୋହଲିଙ୍କ ବିଷୟରେ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଛି। ଭିଡିଓରେ ଗମ୍ଭୀରଙ୍କୁ ପଚରାଯାଇଛି କି ବିରାଟ କେଉଁ ବୋଲରଙ୍କ ବିପକ୍ଷରେ ଦିନିକିଆରେ ନିଜର ୫୦ ତମ ଶତକ ହାସଲ କରିଛନ୍ତି। ପ୍ରଶ୍ନର ଉତ୍ତର ଦେଇ ଗମ୍ଭୀର କହିଛନ୍ତି, ଲକି ଫର୍ଗୁସନ। ଗମ୍ଭୀର ଆହୁରି କହିଛନ୍ତି, ତୁମେ ବାରମ୍ବାର ଦେଖାଉଛ ଯେ ମୋର ସବୁକିଛି ମନେ ଅଛି। ମୋର ଲଢେଇ କେବଳ ପଡ଼ିଆରେ।

ଦିନିକିଆ ବିଶ୍ୱକପ୍‌ ୨୦୨୩ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡ ବିପକ୍ଷରେ ସେମିଫାଇନାଲ ମ୍ୟାଚ ଖେଳିଥିଲା, ଯେଉଁଥିରେ କୋହଲି ଏକ ଶତକ ହାସଲ କରିଥିଲେ, ଯାହାକି ତାଙ୍କ ଦିନିକିଆ କ୍ୟାରିୟରର ୫୦ ତମ ଶତକ ଥିଲା।

Share